March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

Smt. Khireswari Kishan

Smt. Khireswari Kishan
Regional Director of S.L.F
Sundargarh- Zone

ନାମ-ଶ୍ରୀମତୀ କ୍ଷୀରେଶ୍ୱରୀ କିଷାନ (ଗୃହିଣୀ)

ପିତା – ଶ୍ରୀଯୁକ୍ତ ଜୟରାମ କିଷାନ
ମାତା – ଶ୍ରୀମତୀ ଉମା କିଷାନ
ସ୍ୱାମୀ- ଶ୍ରୀଯୁକ୍ତ ବନବିହାରୀ କିଷାନ

ମହୀସ୍ପର୍ଶ ତାରିଖ-୨୩/୦୫/୧୯୮୪
ଶିକ୍ଷାଗତ ଯୋଗ୍ୟତା – MA,
ବୃତ୍ତି- ଗୃହିଣୀ
ପ୍ରବୃତ୍ତି-ଲେଖାଲେଖି, ଗାଇବା,ଚିତ୍ରକଳା, ନାଟକ ଲେଖିବା ଇତ୍ୟାଦି
ସୃଜନୀ ସମ୍ଭାର(ପ୍ରକାଶିତ ପୁସ୍ତକ ର ନାମ)-
୧- ନିଆଁ

(ସକ୍ରିୟ ସଦସ୍ୟା ରୂପେ କାର୍ଯ୍ୟରତ ଥିବା ଅନୁଷ୍ଠାନ ଗୁଡ଼ିକ ର ନାମ)

୧- କ୍ଷେତ୍ର ସଂଯୋଜିକା/ ଅଦକ୍ଷା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ,
(ଅଡା,ବାଲେଶ୍ଵର)
୨-ସହସମ୍ପାଦିକା – ଶିଶୁ ଭାଷା ପତ୍ରିକା
୩- ଶିଶୁ ସଂସ୍କାର ମନ୍ଦିର ଗୋପନା- ପରିଚାଳନା କମିଟିର ସହସମ୍ପାଦିକା
୪- ବନାନୀ ସାହିତ୍ୟ ସଂସଦ , ଲହୁଣୀପଡାର ଆଜୀବନ ସଦସ୍ୟା।
୫-ସଭ୍ୟା- କହ୍ନେଇ ସ୍ମୃତି ପାଠାଗାର , ହଳଦୀ କୁଦର, ସୁନ୍ଦରଗଡ।

*ସମ୍ମାନ ସ୍ୱୀକୃତି*
୧-ପ୍ରତିଭା ପ୍ରଶସ୍ତି ପତ୍ର ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ, ଅଡା ବାଲେଶ୍ଵର
୨- ସେବାପଦ୍ମ ସମ୍ମାନ- ପଦ୍ମଲୋଚନ ପାଠାଗାର ସୋର
୩-କାବ୍ୟନାୟିକା ସାରସ୍ୱତ ସମ୍ମାନ- ପଲ୍ଲୀଶ୍ରୀ କଳା ସାହିତ୍ୟ ସଂସଦ, କୁରୁଡ଼ା ,ସୋର, ବାଲେଶ୍ଵର
୪-କହ୍ନେଇ ସ୍ମୃତି ସମ୍ମାନ – କହ୍ନେଇ ସ୍ମୃତି ପାଠାଗାର ,ହଲଦୀକୂଦର , ସୁନ୍ଦରଗଡ
୫-ବନଜ୍ୟୋତ୍ସ୍ନା ସାରସ୍ୱତ ପ୍ରତିଭା ସମ୍ମାନ ୨୦୧୯, ଫୁଲବାଣୀ।

*ଆସନ୍ତୁ ଜାଣିବା ତାଙ୍କର ବ୍ୟକ୍ତିବାଦୀ ଜୀବନ ବିଷୟରେ*

ଶ୍ରୀମତୀ କ୍ଷୀରେଶ୍ୱରୀ କିଷାନ ସାଧାରଣ ଜୀବନ ର ଜଣେ ସ୍ୱାଭାବିକ ମଣିଷ ଭାବରେ ସର୍ବଦା ନିଜର ପରିଚୟ ପ୍ରଦାନ କରନ୍ତି। ଖାଦ୍ୟପେୟ, ବେସପୋଷାକ,ଚାଲିଚଳଣୀ, ହାବ ଭାବରେ ଅତି ସାଧାରଣ। ଛୋଟରୁ ବଡ଼ ଯାଏ, ଶିଖାରୁ ଶିଖର ଯାଏ ତାଙ୍କର କଲମ ବେଶ ଚଳଚଞ୍ଚଳ ସବୁଠି। ସକଳ ପ୍ରାଣୀକୁ ନିଜର କରି ବଞ୍ଚିବାର କଳା କୌଶଳ ତାଙ୍କୁ ବେଶ ଜଣା, ସେଥିପାଇଁ ସେ ସମସ୍ତଙ୍କୁ ଅତି କମ ସମୟରେ ନିଜର କରିନିଅନ୍ତି। ସେ ନିଷ୍ଠା ଓ ଲଗନର ପରମ ପୂଜାରିଣୀ ଅଟନ୍ତି। ନିଜର ଛାତ୍ର ଜୀବନରୁ ଆରମ୍ଭ କରି ବିଭିନ୍ନ ପତ୍ର ପତ୍ରିକା ର ସମ୍ପାଦିକା ଭାବରେ ତଥା ବିଭିନ୍ନ ଅନୁଷ୍ଠାନ ର ଦାୟିତ୍ୱ ଗ୍ରହଣ କରି ସେ ଅତ୍ୟନ୍ତ ନିଷ୍ଠା ଓ ଲଗନର ସହିତ କାର୍ଯ୍ୟ କରନ୍ତି। ସେ ଭାରତୀୟ ଧର୍ମ ଓ ସଂସ୍କୃତି ର ଜଣେ ସଫଳ କାରୁଣିକ ପ୍ରତିଭା ଧାରୀ ବ୍ୟକ୍ତିତ୍ୱ ଭାବରେ ସୁପରିଚିତ। ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସେ ସବୁ ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରନ୍ତି।

ଶ୍ରୀମତୀ କିଷାନ ନୀତି ,ନିଷ୍ଠା ଓ ନିୟମ ରେ ବନ୍ଧା ସୈଦ୍ଧାନ୍ତିକ ରୂପଛଟାର ଅଧିକାରୀଣୀ ଏବଂ ସ୍ୱାଭାବିକ ଜୀବନର ଅସ୍ବଭାବିକ ତେଜୋଦୀପ୍ତ ପ୍ରତିଭା। ତାଙ୍କର ଗୁଣ ଗାରିମା ରେ ଆତ୍ମୀୟତା ରେ, ସହଜ, ସରଳ ଓ ମଧୁର ବ୍ୟବହାର ରେ, ମଣିଷଙ୍କୁ ଭଲପାଇବା ରେ ନିରୀହତା ରେ,ବିକାଶର ଧରା ଓ ଧାରାରେ,ନୂତନ ତାର ଦିଗଦର୍ଶନ ରେ ସହଜରେ ବାରି ହୋଇପଡେ ତାଙ୍କର ବ୍ୟକ୍ତିତ୍ୱ। ସ୍ନେହ, ଶ୍ରଦ୍ଧା, ପ୍ରେମ ଓ ତପସ୍ୟା ର ଅବିରଳ ନିର୍ଝରଣୀ ଟିଏ ପରି ସର୍ବଦା ଚଳଚଞ୍ଚଳ ଏବଂ ଦୀପ୍ତିମନ୍ତ ସେ।
ତାଙ୍କ ଦ୍ୱାରା ରଚିତ ଗଳ୍ପ ଓ କାବ୍ୟ କବିତା ସମ୍ଭାର ଗୁଡ଼ିକ ପଢିଲା ବେଳେ ମନରେ ଛାଏଁ ଛାଏଁ ନାଚିଉଠେ ସେହିସବୁ ବର୍ଣ୍ଣିତ ଦୃଶ୍ୟ ଯାହା ଦେଖିଲା ଭଳି ,ଭୋଗିଲା ଭଳି ଲାଗେ। ତାଙ୍କ ଗପ ଏବଂ କବିତା ଗୁଡିକ ରେ ଛଳନା ନାହିଁ, କଳ୍ପନା ର ଅତି ରଞ୍ଜନ ନାହିଁ, ବୌଦ୍ଧିକତାର ଅହମିକା ନାହିଁ , ପାଣ୍ଡିତ୍ୟ ପ୍ରଦର୍ଶନ ର ଉଦେଶ୍ୟ ରେ ଝଅକମାରି ଖେଳ ନଥାଏ ତାଙ୍କ ସୃଜନୀ ଗୁଡ଼ିକ ରେ।

ଅବିକଳ ଜୀବନକୁ ଓ ଉପସ୍ଥିତ ଦୁନିଆ କୁ ଯେମିତି ଦେଖିଛନ୍ତି ଆଉ ମଜ୍ଜିଛନ୍ତି, ଅବିକଳ ସେମିତି କୌଣସି ଫନ୍ଦି ଫିକର ନକରି କାହାଣୀ କହିଲା ପରିକା ବଖାଣିଛନ୍ତି ଗଳ୍ପର କଥା ଭୂମିର କବିତା ର ପୃଷ୍ଠ ଦେଶରେ। ସେ ଭାରି ସହଜ ସ୍ୱଚ୍ଛନ୍ଦ ଓ ସାବଲୀଳ ,ତାଙ୍କ ଭାଷାର କାରିଗରୀ ଯାହା ସାଧାରଣ ପାଠକ ପାଇଁ ବିଲକୁଲ ଅବୁଝା ନୁହେଁ। ପ୍ରାଣକୁ ଛୁଇଁ ଯିବାରେ, ମନକୁ ଉଲ୍ଲସିତ କରିଦେବାର ସାମର୍ଥ୍ୟ ରଖେ ତାଙ୍କ ଦ୍ୱାରା ରଚିତ ପୁସ୍ତକ “ନିଆଁ” ର ପ୍ରତ୍ୟେକ ଟି କବିତା।

ଜଣେ ପ୍ରତ୍ୟକ୍ଷଦର୍ଶୀ ହିସାବରେ କଥାଶିଳ୍ପୀ ଅନୁଶୀଳନ କରିନ୍ତି ସାମ୍ପ୍ରତିକ ସମାଜର ଘଟଣା ବଳିକୁ ଓ ସେହିସବୁ ନିଖୁଣ ଚିତ୍ରକୁ ତୋଳିଧରିବାର ପ୍ରୟାସ କରନ୍ତି ତାଙ୍କ ସୃଜନୀ ସମ୍ଭାରରେ।ସେଥିପାଇଁ ତାଙ୍କର ପ୍ରତ୍ୟେକ ଗଳ୍ପ ଏବଂ କାବ୍ୟସମ୍ଭାର ଗୁଡିକ ପାଲଟି ଯାଇଛି ଜୀବନର ଜଳଛବି ଓ ମଣିଷ ପାଇଁ ଏକ ସାରସ୍ୱତ ଚେତାବନୀ। ଆତ୍ମଘାତୀ, ଯେଉଁ ଜୀବନ ପଥରେ ପାଦ ଦେଇଛି ସୁବିଧା ବାଦୀ ମଣିଷ,ସେହି ଅଧୋଗତିର ରାସ୍ତାରୁ ପଛକୁ ଫେରିଯିବା ପାଇଁ ହୁଏତ ଆହ୍ୱାନ ରହିଛି ତାଙ୍କର ପ୍ରତିଟି ଲେଖାରେ। ମୂଲ୍ୟବୋଧ ଓ ପ୍ରାଚୀନ ଭାରତୀୟ ସାଂସ୍କୃତିକ ଚେତନା ର ପୁନଃ ପ୍ରତିଷ୍ଠା ପାଇଁ ଭରି ରହିଛି ଅନନ୍ତ ବ୍ୟାକୁଳତା, ଯାହା ତାଙ୍କ ମାନବୀୟ ସମ୍ବେଦନାର ଆବେଗିକ ବ୍ୟଥାକୁ ହିଁ ଏକ ସୁବିନ୍ୟସ୍ତ ସୃଜନୀ ସମ୍ଭାର ର କଳାପାଟବତା ଭିତରେ ଉତ୍କୀର୍ଣ୍ଣ କରିଛନ୍ତି ଲେଖିକା ଶ୍ରୀମତୀ କ୍ଷୀରେଶ୍ୱରୀ କିଷାନ।
ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଆମ୍ଭ ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ

“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”

ଅର୍ଥାତ ଆପଣଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।

ସାରସ୍ୱତ ନିବାସର ଠିକଣା

କ୍ଷୀରେଶ୍ୱରୀ କିଷାନ
କୁମ୍ଭାରଡ଼ିହି, ପୋଷ୍ଟ- ପଲ୍ଲେଇ
ସୁନ୍ଦରଗଡ଼
ଭ୍ରାମ୍ୟଭାସ-+91 72055 67265

 662 total views,  2 views today