Smt. KADAMBINI PARIJA

KADAMBINI PARIJA,ADVISOR

 

ନାମ-ଶ୍ରୀମତୀ କାଦମ୍ବିନୀ ପରିଜା (ଶିକ୍ଷୟତ୍ରୀ)

ପିତା – ୰ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ପରିଜା
ମାତା – ୰ଶ୍ରୀମତୀ ରାଧାରାଣୀ ପରିଜା
ସ୍ୱାମୀ- ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଟ୍ଟନାୟକ

ମହୀସ୍ପର୍ଶ ତାରିଖ-୧୧/୦୫/୧୯୬୪
ଶିକ୍ଷାଗତ ଯୋଗ୍ୟତା – MA,B.E.D.,LLB.
ବୃତ୍ତି- ଶିକ୍ଷକତା
ପ୍ରବୃତ୍ତି-ଲେଖାଲେଖି, ଗାଇବା,ଚିତ୍ରକଳା, ନାଟକ ଲେଖିବା ଇତ୍ୟାଦି
ସୃଜନୀ ସମ୍ଭାର(ପ୍ରକାଶିତ ପୁସ୍ତକ ର ନାମ)-

୧- ଏମିତି ଏକ ଋତୁ

୨-ଜେଜେମାଙ୍କ ଅଡ଼ୁଆ ସୁତାରୁ ଖିଏ

ପ୍ରକାଶିତ ଅପେକ୍ଷା ରେ

୧-ଏମନ ବୀଣା ର ତାରେ
୨-ଶିଶୁ କବିତା ମାଳା
୩- ଜଗନ୍ନାଥେ ହୋ (ଭକ୍ତି ସଙ୍ଗୀତ ସଂକଳନ)

(ସକ୍ରିୟ ସଦସ୍ୟା ରୂପେ କାର୍ଯ୍ୟରତ ଥିବା ଅନୁଷ୍ଠାନ ଗୁଡ଼ିକ ର ନାମ)

୧- ଉପ-ମହାନିର୍ଦେଶୀକା,ସୂର୍ଯ୍ୟୋଦୟ ,ଭାଷା ସାହିତ୍ୟ ପ୍ରତିଷ୍ଠାନ ବାଲେଶ୍ୱର
(ଜଗତସିଂହପୁର ଶାଖା)

୨-ଉପସଭାପତି ଆଷାଢ଼ ସାହିତ୍ୟ ସଂସଦ।

୩- ଉପ ସମ୍ପାଦିକା ମକର ପତ୍ରିକା, ଜଗତସିଂହପୁର ସାହିତ୍ୟ ସଂସଦ।

୪- ଝଙ୍କଡ଼ ସାହିତ୍ୟ ସଂସଦ ଆଜୀବନ ସଭ୍ୟା

୫-ପୃଷ୍ଟପୋଷକ, ଗୀତି ଗଂଗୋତ୍ରୀ, ଭୁବନେଶ୍ୱର

ସମ୍ମାନ ସ୍ୱୀକୃତି
—–////——-
ଶ୍ରୀମତୀ କାଦମ୍ବିନୀ ପରିଜା ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ଏବଂ ସମ୍ବର୍ଦ୍ଧନା ଦ୍ୱାରା ସମ୍ବର୍ଦ୍ଧିତ ,ସେ ନିମ୍ନ ଲିଖିତ ସମ୍ମାନ ସ୍ୱୀକୃତି ପାଇସାରିଛନ୍ତି

୧- She desrves the Certificate of Excellences in Literature from Instituto Theological Demissao A Ultima Trombeta (ITMUT, BRAZIL)

2- Regonization Certificate from World Directory of Literature, History, Art and Culture, Mexico

3- Certificate of Achievements from Astrid’s Organization & LEAD in Sweden.

4-Certificate of Acheivements from SURYODAYA LITERARY FOUNDATION

5-Poetry And Peace Wariors from SURYODAYA LITERARY FOUNDATION

6- କବି କସ୍ତୁରୀ ସମ୍ମାନ ,ବାଣୀପ୍ରଭା ସାହିତ୍ୟ ପରିବାର,କେନ୍ଦୁଝର

7- ନବକାକଳୀ ସମ୍ମାନ ,ନବକାକଳୀ ସାହିତ୍ୟ ସଂସଦ

8-ବୀଣାପାଣି ସମାନ, ବୀଣାପାଣି ସାହିତ୍ୟ ସଂସଦ

9- ପଞ୍ଚସଖା ସେବା ସମ୍ମାନ, ଧ୍ୟାନକୂଦ ଜଗନ୍ନାଥ ମନ୍ଦିର

10- ଶିଶୁ ସାହିତ୍ୟିକା ସମ୍ମାନ, ଲୋକନାଥ ସାହିତ୍ୟ ସଂସଦ

11- ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସମ୍ମାନ

12- କବି ତୁଳସୀ ସମ୍ମାନ ,ଲକ୍ଷ୍ମୀ ପୂଜା ସାହିତ୍ୟ ସଂସଦ

13- କୁଞ୍ଜଲତା ସମ୍ମାନ, ଆଷାଢ଼ ସାହିତ୍ୟ ସଂସଦ

14- ବର୍ଷା ସମ୍ମାନ, ଆଷାଢ଼ ସାହିତ୍ୟ ସଂସଦ

15- ବରିଷ୍ଠ ସାହିତ୍ୟିକା ସମ୍ମାନ, ନିଲକଣ୍ଠେଶ୍ୱର ସାହିତ୍ୟ ସଂସଦ

ଆସନ୍ତୁ ତାଙ୍କୁ ବାସ୍ତବ ଜୀବନ ତଥା ବ୍ୟକ୍ତିତ୍ୱ ବିଷୟରେ ଜାଣିବା।
——–——————– ———-

ସାମର୍ଥ୍ୟ, ସ୍ୱପ୍ନ, ଏବଂ ସଂକଳ୍ପ ର ସଫେଦ ପ୍ରତୀକ ହେଉଛନ୍ତି ଶ୍ରୀମତୀ କାଦମ୍ବିନୀ ପରିଜା। ସେ ହେଉଛନ୍ତି ଚିହ୍ନା ଦୁନିଆର ଜଣେ ଅଚିହ୍ନା ମଣିଷ। ମଣିଷକୁ ଭଲ ପାଉଥିବାରୁ ଭାବ ଓ ଅଭାବକୁ,ଜ୍ଞାନ ଓ ଅଜ୍ଞାନକୁ,ସୁବିଧା ଓ ଅସୁବିଧା କୁ,ନିନ୍ଦା ଓ ସ୍ତୁତିକୁ ପଛରେ ପକାଇ ସେ ନିଜର ଭାବ ଦୁନିଆରେ ଅନବରତ କ୍ରିୟାଶୀଳ। ଭାରତୀୟ ଭାଷା ସାହିତ୍ୟର ଓ ସଂସ୍କୃତି ର ସେ ଅନନ୍ୟ ପୂଜାରିଣୀ ହୋଇଥିବା ରୁ ଓଡ଼ିଆ ତଥା ଅନ୍ୟାନ୍ୟ ଭାଷାର ପ୍ରଚାର ପ୍ରସାର ଓ ପ୍ରୟୋଗ କ୍ଷେତ୍ରରେ ସର୍ବଦା ଯତ୍ନଶୀଳ। କବିତା ହେଉଛି ତାଙ୍କ ଶବ୍ଦମୟ ଚେତନା ର ଏକ ମନ୍ତ୍ରସିଦ୍ଧ ଅଭିବ୍ୟକ୍ତି। ତାଙ୍କ କବିତା ର ପ୍ରତିଟି ଶବ୍ଦର ସ୍ପନ୍ଦନ ରେ ନିହିତ ଥାଏ ସଂପ୍ରୀତି-ସଂସ୍ଥିତି-ସଂଗତି। କାବ୍ୟ ରୂପକ ପୃଥିବୀରେ କବି ହିଁ ଦ୍ଵିତୀୟ ଈଶ୍ୱର, ସେହି ଈଶ୍ୱରଙ୍କ ଭାବ ଓ ଅନୁଭବ ର କଥା କହେ ଶ୍ରୀମତୀ କାଦମ୍ବିନୀ ପରିଜା ଙ୍କ କବିତା ଗୁଡ଼ିକ।

ତାଙ୍କ କବିତା ଗୁଡ଼ିକ ରେ ଭରିରହିଥାଏ କମନୀୟ କାରୁଖଚିତ କଳା, ଭାବର ଭାଷ୍ୟରୂପ, ସ୍ଥିତି ସ୍ଥାପନା ର କଲାକଳ୍ପ, ଦୀପକ ରାଗରେ ଭୈରବୀ ଗୀତର ତୃପ୍ତପଣ, ବର୍ଣିଳ ଋତୁର ସ୍ବର୍ଣ୍ଣିମ ଆଭାସ, ଅଲୌକିକ ଉପଲବ୍ଧି ର ନିରୀହ ଉଛ୍ୱାସ, ନିବିଡ ସଂବେଗ ର ଶିଳାଲେଖ, ନଇ ମଝିରେ ସତ୍ୟବତୀଙ୍କ ସୋହାଗକୁ ସଙ୍ଖାଳୁ ଥିବା ପରାଶରଙ୍କ ଶୃଙ୍ଗାର ଏବଂ ଆକୁଳ ପ୍ରାଣର ଉଦ୍ଦାମ ଉଚ୍ଚାଟ।

ଶ୍ରୀମତୀ ପରିଜା ଙ୍କ କବିତା ରେ ଜୀବନ କୁ ଭଲପାଇବା ର ଯେଉଁ ଅନ୍ତରଙ୍ଗ ବୃତ୍ତଟି ଅଙ୍କିତ ହୁଏ, ତାରି ଭିତରେ ଈଶ୍ୱର ଉପଲବ୍ଧି ର ଏକ ମହିମ୍ନ ଛବି ସ୍ୱତଃ ରୂପ ପରିଗ୍ରହ କରିଉଠେ। ସାଂସାରିକ ଜୀବନର କ୍ଷଣଭଙ୍ଗୁର ପ୍ରତ୍ୟହିକତା ସତ୍ତ୍ୱେ ତାଙ୍କ ଅନ୍ତରରେ ଈଶ୍ୱର ଙ୍କ ପ୍ରତି ଏକ ଋଣୀ ଋଣୀ ଭାବ ତାଙ୍କ କବିତା କୁ ମାନବୀୟ ସମ୍ବେଦନାର ଯଥେଷ୍ଟ ନିକଟବର୍ତ୍ତୀ କରାଇଦିଏ। ଈଶ୍ୱର ଙ୍କୁ କିଛି ମାଗିବାର ନିର୍ଲଜ କୃପଣ ପଣକୁ ସେ ହାଡ଼େ ହାଡ଼େ ଚିହ୍ନନ୍ତି ଏବଂ ଏଇଥିପାଇଁ ଈଶ୍ୱର ଙ୍କୁ ଅତିରିକ୍ତ ଆଉ କିଛି ମାଗିବା ଅପେକ୍ଷା ଈଶ୍ୱର ତାଙ୍କୁ ଯାହାସବୁ ଦେଇଛନ୍ତି ତାରି ଭିତରେ ବେଶ ଖୁସି ଅନୁଭବ କରିଥାନ୍ତି।

ଈଶ୍ୱର ଙ୍କ ପ୍ରତି କବିଙ୍କ ର ଏ ମୁହ୍ୟ ମାନ୍ୟତା କୈଶୋର/ଯୌବନ ର ଆବେଗ ପ୍ରସୂତ ତୁଚ୍ଛ ନିବେଦନ ମାତ୍ର ନୁହେଁ, ବରଂ ଜୀବନ ସହ ଗୋଟିପଣେ ଗଂଠେଇ ଯାଇ ତାର ଆର୍ତ୍ତି ଓ ଅସାରତାକୁ ଭୋଗୁଥିବା ଏକ ସ୍ୱଚ୍ଛ ଆତ୍ମାର ସ୍ୱତଃ ନିଃସୃତ ପୂତ୍ତ-ନୈବେଦ୍ୟ। ସେ ଆଜନ୍ମ ଆପାତଃ-ପର ଓ ଆପାତଃ-ପଡୋଶୀ ଦୁଖୀ,ଆର୍ତ୍ତ ମଣିଷଙ୍କ ର ବେଦନାର ବୋଝ ବୋହି ବୋହି ବାଟ ଚାଲନ୍ତି ତାଙ୍କ କବିତା ରେ।

ସେ ଏକାଧାରରେ ଜଣେ କବି,ଲେଖକ ,ସୁବକ୍ତା,ଆଦର୍ଶ ଶିକ୍ଷୟତ୍ରୀ, ଦରଦୀ ସମାଜ ସେବୀ,ଏବଂ ସର୍ବୋପରି ମଣିଷକୁ ଭଲ ପାଉଥିବା ଭଲ ମଣିଷ ଟିଏ। ତାଙ୍କ ଦ୍ୱାରା ଲିଖିତ ସମସ୍ତ କାବ୍ୟ ତଥା ଗଳ୍ପ ପୁସ୍ତକ ସାହିତ୍ୟ ଜଗତ ରେ ଖୁବ ଚର୍ଚ୍ଚିତ ଏବଂ ଉଚ୍ଚ ପ୍ରଶଂସିତ।

ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଆମ୍ଭ ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ

“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”

ଅର୍ଥାତ ଆପଣଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।