Sj. Paramananda Mishra
Advisor of Suryodaya Literary Foundation (SLF.)
Jagatsinghpur-Zone
ନାମ- ଶ୍ରୀଯୁକ୍ତ ପରମାନନ୍ଦ ମିଶ୍ର
ପିତାଙ୍କ ନାମ- ୰ସ୍ବର୍ଗତ ଧ୍ରୁଵଚରଣ ମିଶ୍ର
ମାତାଙ୍କ ନାମ- ଶ୍ରୀମତୀ ଶୁକଲତା ମିଶ୍ର
ପତ୍ନୀ ଙ୍କ ନାମ- ଶ୍ରୀମତୀ ସଂଯୁକ୍ତା ମିଶ୍ର
ପୁତ୍ର: ପୁଣ୍ୟଶ୍ଲୋକ ମିଶ୍ର ଓ ପାର୍ଥସାରଥୀ ମିଶ୍ର
କନ୍ୟା ଙ୍କ ନାମ- ଶ୍ରୀମତୀ ପ୍ରୀତିଲଗ୍ନା ମିଶ୍ର
ମହୀସ୍ପର୍ଶ ତାରିଖ- ବାଲିତୃତୀୟା ୧୯୫୬
ଶିକ୍ଷାଗତ ଯୋଗ୍ୟତା- ସ୍ନାତକୋତ୍ତର(ପାଠାଗାର ଓ ସୂଚନାବିଜ୍ଞାନ)
(Library and Information Science)
ବୃତ୍ତି- ସେବାନିବୃତ ଗ୍ରନ୍ଥାଗାରିକ
ପ୍ରବୃତ୍ତି- ଶବ୍ଦ ମନସ୍କ ଭାବପ୍ରବଣତା, ଆଧ୍ୟାତ୍ମିକ ଏବଂ ସାମାଜିକ ସଚେତନତାଧର୍ମୀ କାର୍ଯ୍ୟ।
ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟରତ ଅନୁଷ୍ଠାନ ର ନାମ ଏବଂ ନିଜର ପଦବୀ।
୧-ଉପଦେଷ୍ଟା , ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ, ଅଡା ବାଲେଶ୍ୱର।
୨-ବରିଷ୍ଠ ସଦସ୍ୟ ,ଝଙ୍କଡ଼ ସାହିତ୍ୟ ସଂସଦ
୩- ସହସମ୍ପାଦକ ଝଙ୍କଡ଼ ପତ୍ରିକା।
୪-ବରିଷ୍ଠ ସଦସ୍ୟ, ଲୋକନାଥ ସ୍ମୃତି ସାହିତ୍ୟ ସଂସଦ।
୫-ବରିଷ୍ଠ ସଦସ୍ୟ, ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ।
୬- ବରିଷ୍ଠ ସଦସ୍ୟ, ଋତୁପର୍ଣ୍ଣା କଳା ସାହିତ୍ୟ ସଂସଦ,ତିର୍ତ୍ତୋଲ
ଚାଲନ୍ତୁ ଜାଣିବା ତାଙ୍କ ସାରସ୍ବତୀୟ କୀର୍ତ୍ତି କୋଣାର୍କ ସମ୍ପର୍କରେ
ମଗଜ ଓ ହୃଦୟ ଭିତରେ କ୍ରମବର୍ଦ୍ଧିତ ବ୍ୟବଧାନ କୁ ସଙ୍କୁଚିତ କରିଆଣି ‘ଶବ୍ଦ’ ଭିତରେ ଗୀତିମୟତା ଓ ଭାବ ଗାମ୍ଭୀର୍ଯ୍ୟର ଅନବରତ ସନ୍ଧାନ କରୁଥିବା ସୌଦାଗର ହେଉଛନ୍ତି ଶ୍ରୀଯୁକ୍ତ ପରମାନନ୍ଦ ମିଶ୍ର। ତାଙ୍କ କବିତା ମାନ ଅଧିକ ମାଟି ଓ ପରମ୍ପରାନିଷ୍ଠ,ଯାହା ଗୋଟିଏ ଓଡ଼ିଆ ଅସ୍ମିତା ଓ ଭାରତୀୟତା ର ସ୍ୱାଦଗନ୍ଧ ବହନ କରେ, ଯାହା ଅତ୍ୟନ୍ତ ଜୀବନ ସୁହାଗୀ, ମାନବିକ କରୁଣାପ୍ରତି ବେଶି ପ୍ରତିବଦ୍ଧ ଓ ଚେତନା ର ଉତ୍ତରଣ ପ୍ରୟାସୀ। ବୌଦ୍ଧିକ ତା ଓ ସରଳତା ତାଙ୍କ କବିତା ରେ ହାତ ଧରାଧରି ହୋଇ ମଉଛବ ମନାନ୍ତି। ସେ ଜୀବନ ବଞ୍ଚନ୍ତି ନାହିଁ; ହାଡ଼େ ହାଡ଼େ ଜୀବନକୁ ଭୋଗନ୍ତି। ଆପଣାର ଦୁଃଖ,ଅସହାୟତା,ଦୀର୍ଘଶ୍ଵାସ ଓ କରୁଣାର ପୃଥିବୀର ନିଅଣ୍ଟିଆ,ଅସୁଖୀ ପାର୍ଥିବତାକୁ ସାଧ୍ୟମତେ ପରିପୂର୍ଣ୍ଣ କରି ଗଢିତୋଳିବାରେ ଅବିରତ କାର୍ଯ୍ୟରତ ସେ। “ଜଞ୍ଜାଳ-ଜଳଦ” ଜୀଇଁ ରହିବା ର ବିଷର୍ଣ୍ଣ-ବୟାନ ଦେଉ ଦେଉ ଶ୍ରୀଯୁକ୍ତ ମିଶ୍ର ଗ୍ରାମ୍ୟ ଦାର୍ଶନିକ ଙ୍କ ପରି ବେଳେବେଳେ ଗଣ୍ଠି ଗଣ୍ଠିଆ ପ୍ରଶ୍ନମାନ ପଚାରି ଚାଲନ୍ତି ନିଜକୁ; ନିଜ ପାଖରେ ବା ଦୂରରେ ତାଙ୍କରି ମୁହଁରୁ ସ୍ଫୁରି ଆସୁଥିବା ଶବ୍ଦମାନକୁ ତଳେଇ ରହିଥିବା ଅଗଣିତ ଶ୍ରୋତା ପାଠକ ବା ଦେଖାଣାହାରୀଙ୍କୁ। ତାଙ୍କର ପ୍ରଶ୍ନ ବହୁଳ କାବ୍ୟ ଆଙ୍ଗୀକା ଟି କବିତା ର ଅନ୍ତଃପୁରୁଷକୁ /ଅନ୍ତରୀଣ ବକ୍ତବ୍ୟ କୁ ବାଟ ବଢାଇଦିଏ।
ତାଙ୍କ କବିତା ରେ ଗୂଢ ଦର୍ଶନର ଉପସ୍ଥାପନା ବିଚିତ୍ର ବର୍ଣ୍ଣ ବିଭାରେ ଆପଣାକୁ ବିମଣ୍ଡିତ କରି ଅନେକତ୍ର ପାଠକର ବୃଦ୍ଧି ଓ ହୃଦୟ କୁ ତଟସ୍ଥ ଓ ମୁହ୍ୟମାନ କରିପକାଏ। ଧାଡିଏ ଚିତ୍ରକଳ୍ପ ଭିତରେ ପୋଥିଏ ଅନୁଭବ କୁ ଏକାକାର କରିବା ର କାବ୍ୟିକ ପ୍ରୟାସ ତାଙ୍କ କବିତା ରେ ପ୍ରାୟେତଃ ଫଳବତୀ ହୁଏ।
ପୌରୁଷ ପୂର୍ଣ୍ଣ କାବ୍ୟ ସ୍ୱରରେ ସେ ପ୍ରତ୍ୟୟୀ ନୁହଁନ୍ତି ପ୍ରତ୍ୟୟୀ କାବ୍ୟସ୍ୱରର କଅଁଳ ,ଲୁତୁପୁତୁ ଆଦ୍ରତାରେ। କାମୁକର ଟଙ୍କାର ନୁହେଁ,ଯୋଗୀର କେନ୍ଦରା ତାଙ୍କ ଆତ୍ମା ଓ ଅଭିବ୍ୟକ୍ତି ର କୁଟୁମ୍ଭୀ/ସମଗୋତ୍ରୀ। ‘ମୁକାବିଲା’ ନୁହେଁ ଶ୍ରେୟସ୍କର ‘ସାଲିସ’ ହେଉଛି ତାଙ୍କ କବିତା ର ବ୍ୟଞ୍ଜିତ ଆଭିମୁଖ୍ୟ। ‘କୋଳାହଳ’ ନୁହେଁ ନୀରବତା ହେଉଛି ତାଙ୍କ କବିତା ର ହୃତପିଣ୍ଡ, ଯେଉଁଠି ଅନ୍ତରଙ୍ଗତାର ଅସରନ୍ତି ରକ୍ତ ବହିଯାଉଥାଏ ବାନ୍ଧବ ର ଶ୍ୟାମଳ ଶିରାରେ। ତାଙ୍କ କବିତା ପଢିବା ପରେ ସ୍ପଷ୍ଟ ହୁଏ ଯେ ତାଙ୍କ କବିତା ର ଏନ୍ତୁଡ଼ିଶାଳ ହେଉଛି ‘ଅତୀତର ସ୍ମୃତି’, ‘ଦୀର୍ଘ ମିଆଦୀ ପୁସ୍ତକ ପ୍ରେମ” ଓ ତଜ୍ଜନିତ ‘ଭାବପ୍ରବଣତା’। ଏହି ଭାବପ୍ରବଣତା ପରମାନନ୍ଦ ମିଶ୍ର ଙ୍କ କବିତା ପାଇଁ ଅବଶ୍ୟ ଅଭିଶାପ ନ ହୋଇ ଆଶୀର୍ବାଦ ହୋଇଉଠିଛି। ତାଙ୍କ ଆବେଗ କେବେ କେବେ ଏତେ ଆକୁଳ ଓ ଅଧୀର ହୋଇଉଠେ ଯେ ତାହା ମାନବୀୟ ପ୍ରେମର ପରିଧି ଡେଇଁ ସୀମାହୀନ, ଜରା ମୃତ୍ୟୁହୀନ ପ୍ରକୃତିର ହୃଦୟ କୁ ଛୁଈଁ ଦେବାକୁ ଚାହିଁଛି।
ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଆମ୍ଭ ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ
“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”
ଅର୍ଥାତ ଆପଣଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।
ସାରସ୍ବତୀୟ ନିବାସ ର ଠିକଣା
ନାଉସିରା,ତିର୍ତ୍ତୋଲ,ଜଗତସିଂହପୁର
ଯୋଗାଯୋଗ- ୯୮୬୧୫୯୦୧୭୦
Mail-paramanandamishra0@gmail.com
339 total views, 1 views today