April 12, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Sj. Bisweswar Majhi

Sj. Bisweswar Majhi
Advisor of Suryodaya Literary Foundation (SLF.)
Bhubaneswar-Zone

ନାମ- ବିଶ୍ୱେଶ୍ୱର ମାଝୀ
ପିତାଙ୍କ ନାମ- ଶ୍ରୀ ଦୁଃଶାସନ ମାଝୀ
ମାତାଙ୍କ ନାମ- ସ୍ୱର୍ଗତ ରମା ଦେବୀ
ପତ୍ନୀ ଙ୍କ ନାମ- ଗୀତାରାଣୀ ମାଝୀ
ପୁତ୍ର: ବିରଞ୍ଚି ନାରାୟଣ
କନ୍ୟା ଙ୍କ ନାମ- ବନ୍ଦିତା ସାରସ୍ୱତା
ମହୀସ୍ପର୍ଶ ତାରିଖ-୦୩ ମାର୍ଚ୍ଚ ୧୯୬୨
ଶିକ୍ଷାଗତ ଯୋଗ୍ୟତା- ସ୍ନାତକ
ବୃତ୍ତି- ମୁଖ୍ୟ ପ୍ରବନ୍ଧକ, ଏସବିଆଇ
ପ୍ରବୃତ୍ତି- ସମାଜ ସହିତ ଯୋଡି ହୋଇ ରହିବା ତଥା ଆମ ସଂସ୍କୃତିର ପୁନରୁଥ୍ଥାନ ପାଇଁ କିଛି କରିବା।

ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟରତ ଅନୁଷ୍ଠାନ ର ନାମ ଏବଂ ନିଜର ପଦବୀ।
୧-ଉପଦେଷ୍ଟା,ସାହିତ୍ୟିକ କବି ବନ୍ଧୁ ପରିବାରର ଉପଦେଷ୍ଟା
୨-କେନ୍ଦ୍ରୀୟ କାର୍ଯ୍ୟକାରି କମିଟି ସଦସ୍ୟ,ମାଟିଲଗ୍ନା ସାହିତ୍ୟ ସଂସଦ,ମାଲକାନଗିରି।
୩- ଅମୃତ ବିନ୍ଦୁର ପରିଚାଳକ
୪-ପ୍ରତିଷ୍ଠାତା ସଭାପତି, ସତ୍ୟନାରାୟଣ ପ୍ରୋଗ୍ରେସିଭ୍ କ୍ଳବ୍ 

ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀ ,ଓଡିଆ ସାହିତ୍ୟର ଛାତ୍ର। ମହାନଦୀ କୁଳ ଜନ୍ମ ମାଟିର ନୈସର୍ଗିକ ପରିବେଶ କିଛି ଶିଖିବାକୁ ଉସୁକାଏ। ସାମାଜିକ ମୂଲ୍ୟବୋଧର ଅଧଃପତନ, ପାରିବାରିକ ସମ୍ପର୍କରେ ଶିଥିଳତା ତଥା ତିକ୍ତତା, ସାହିତ୍ୟରେ ଛନ୍ଦବଦ୍ଧ ରଚନାର ବିଲୋପ ଇତ୍ୟାଦି ବ୍ୟଥିତ କରେ ତଥା ବାଧ୍ୟ କରେ କିଛି ଲେଖିବାକୁ। ତେଣୁ ଆମ ପୁରାତନ ସମାଜ ବ୍ୟବସ୍ଥା, ଆମ ସଂସ୍କୃତି, ଆମ ପରମ୍ପରା, ଆମ ଜୀବନର ମୂଲ୍ୟବୋଧ, ଆମ ପର୍ବ ପର୍ବାଣି, ଆମ ମହାନ ପୂର୍ବ ପୁରୁଷଙ୍କ ଜୀବନୀ, ଆମ ଇତିହାସ ଇତ୍ୟାଦି ପର୍ଯ୍ୟାୟର ବିଷୟ ହିଁ ତାଙ୍କ ସୃଷ୍ଟିର ଉପଜୀବ୍ୟ। ସାମାଜିକ ସମୀକରଣ ର ଅଭାବ, ଅସମାନତା ବେଳେବେଳେ ସୃଷ୍ଟି ମାନଙ୍କରେ ଉଙ୍କି ମାରନ୍ତି ତାଙ୍କ ମନରେ। ପ୍ରଚଳିତ ଋଢୀବାଦୀ ବ୍ୟବସ୍ଥା ବିରୁଦ୍ଧରେ କଲମ କମ୍ପି ଉଠେ।

ଜୀବନ ଯାହାର ଅନେକ ସୁନ୍ଦର , ତିକ୍ତ ମଧୁର ଅନୁଭୂତି ର ଗନ୍ତାଘର ଓ ଅସରନ୍ତି କଥାର ପରିପୂର୍ଣ୍ଣ ଭଣ୍ଡାର, ହୃଦୟ ଯାହାର ବନ୍ଧୁପଣର ତରଙ୍ଗରେ ବିକ୍ଷୋଭିତ ଏକ ମହା ସମୁଦ୍ର, ମନ ଯାହାର ଚିର ବସନ୍ତ ର ସବୁଜ ପ୍ରତୀକ,ଯାହାର ତନୁମନରେ କୃଷ୍ଣ ଚୁଡାର ମାଦକତା, ଯାହାଙ୍କ ଠାରେ ଭରପୁର ଉନ୍ମେଷଶାଳିନୀ ପ୍ରଜ୍ଞା, ଯିଏ ଓଡ଼ିଆ ଭାଷା ,ସାହିତ୍ୟ ସୃଜନ, ପ୍ରଚାର ପ୍ରସାର ର ଅନ୍ୟତମ ଦିଶାରି,କାଣ୍ଡାରୀ, ଯାହାଙ୍କ ବିଶାଳତା ମାପିବା ଆମ ପକ୍ଷେ ଧ୍ରୁଷ୍ଠତା ଲବଣ କଣ୍ଢେଇ ର ସମୁଦ୍ର ର ଗଭୀରତା ମାପିବା ପରି,ଯିଏ ଯୁବ ପ୍ରତିଭା ମାନଙ୍କ ର ପ୍ରେରଣା ଓ ଅଭିପ୍ରେରଣା ର ପ୍ରତିକଟିଏ ,ଯିଏ ମାସୁମ ପଣିଆ ଓ ସମ୍ଭାବନା ର ନିଳବତୀ ହୋଇ ଜୀଵନ ର ପ୍ରବାହ ମାନତା କୁ ସ୍ୱାଗତ ଜଣାନ୍ତି, ଯିଏ ପୂଜ୍ୟପୂଜାର କରିତକର୍ମା, ଯିଏ ସୃଷ୍ଟି ର ଉଷା ମନେ ଭରିପାରନ୍ତି, ସାହିତ୍ୟ ର ମୋହ ଓ ଉପଦେଶ ରେ କହିପାରନ୍ତି ଚାଲ ଆଗକୁ ମୁ ଅଛି ତୁମ ସହିତ। ଯିଏ ଝୁଣ୍ଟି ଉଠି ବୁଜୁଳା ବସ୍ତାନୀରେ ଖୁଣ୍ଟି ରଖିଛନ୍ତି ସମାଜରୁ ଆଉଁସା ନପାଇ ଆମ୍ପୁଡା ଖାଇଥିବା କେତେ କେତେ ଅପାଂଙ୍କ୍ତେୟ ଅସଜଡା ଚରିତ୍ର, ଯିଏ ବୈକୁଣ୍ଠ ,ଅଳକାପୁରୀ, ଚନ୍ଦ୍ରଶେଖର ପୁର ଧୂସର ମାଟିର କୃଷ୍ଣଚୂଡ଼ା, ସେ ହେଉଛନ୍ତି ଓଡ଼ିଶାର ବହୁ ଚର୍ଚ୍ଚିତ ଜ୍ଞାନ ଯଜ୍ଞର ଯାଜ୍ଞିକ ନୈଷ୍ଟିକ ସାରସ୍ୱତ ସାଧକ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀ।

ତାଙ୍କ ଦ୍ୱାରା ରଚିତ ଗଳ୍ପ ଓ କାବ୍ୟ କବିତା ସମ୍ଭାର ଗୁଡ଼ିକ ପଢିଲା ବେଳେ ମନରେ ଛାଏଁ ଛାଏଁ ନାଚିଉଠେ ସେହିସବୁ ବର୍ଣ୍ଣିତ ଦୃଶ୍ୟ ଯାହା ଦେଖିଲା ଭଳି ,ଭୋଗିଲା ଭଳି ଲାଗେ। ତାଙ୍କ ଗପ ଏବଂ କବିତା ଗୁଡିକ ରେ ଛଳନା ନାହିଁ, କଳ୍ପନା ର ଅତି ରଞ୍ଜନ ନାହିଁ, ବୌଦ୍ଧିକତାର ଅହମିକା ନାହିଁ , ପାଣ୍ଡିତ୍ୟ ପ୍ରଦର୍ଶନ ର ଉଦେଶ୍ୟ ରେ ଝଅକମାରି ଖେଳ ନଥାଏ ତାଙ୍କ ସୃଜନୀ ଗୁଡ଼ିକ ରେ।

ଅବିକଳ ଜୀବନକୁ ଓ ଉପସ୍ଥିତ ଦୁନିଆ କୁ ଯେମିତି ଦେଖିଛନ୍ତି ଆଉ ମଜ୍ଜିଛନ୍ତି, ଅବିକଳ ସେମିତି କୌଣସି ଫନ୍ଦି ଫିକର ନକରି କାହାଣୀ କହିଲା ପରିକା ବଖାଣିଛନ୍ତି ଗଳ୍ପର କଥା ଭୂମିର କବିତା ର ପୃଷ୍ଠ ଦେଶରେ। ସେ ଭାରି ସହଜ ସ୍ୱଚ୍ଛନ୍ଦ ଓ ସାବଲୀଳ ,ତାଙ୍କ ଭାଷାର କାରିଗରୀ ଯାହା ସାଧାରଣ ପାଠକ ପାଇଁ ବିଲକୁଲ ଅବୁଝା ନୁହେଁ। ପ୍ରାଣକୁ ଛୁଇଁ ଯିବାରେ, ମନକୁ ଉଲ୍ଲସିତ କରିଦେବାର ସାମର୍ଥ୍ୟ ରଖେ ତାଙ୍କ ଦ୍ୱାରା ରଚିତ ପ୍ରତ୍ୟେକ ଟି କବିତା।

ଜଣେ ପ୍ରତ୍ୟକ୍ଷଦର୍ଶୀ ହିସାବରେ କଥାଶିଳ୍ପୀ ଅନୁଶୀଳନ କରିନ୍ତି ସାମ୍ପ୍ରତିକ ସମାଜର ଘଟଣା ବଳିକୁ ଓ ସେହିସବୁ ନିଖୁଣ ଚିତ୍ରକୁ ତୋଳିଧରିବାର ପ୍ରୟାସ କରନ୍ତି ତାଙ୍କ ସୃଜନୀ ସମ୍ଭାରରେ।ସେଥିପାଇଁ ତାଙ୍କର ପ୍ରତ୍ୟେକ ଗଳ୍ପ ଏବଂ କାବ୍ୟସମ୍ଭାର ଗୁଡିକ ପାଲଟି ଯାଇଛି ଜୀବନର ଜଳଛବି ଓ ମଣିଷ ପାଇଁ ଏକ ସାରସ୍ୱତ ଚେତାବନୀ। ଆତ୍ମଘାତୀ, ଯେଉଁ ଜୀବନ ପଥରେ ପାଦ ଦେଇଛି ସୁବିଧା ବାଦୀ ମଣିଷ,ସେହି ଅଧୋଗତିର ରାସ୍ତାରୁ ପଛକୁ ଫେରିଯିବା ପାଇଁ ହୁଏତ ଆହ୍ୱାନ ରହିଛି ତାଙ୍କର ପ୍ରତିଟି ଲେଖାରେ। ମୂଲ୍ୟବୋଧ ଓ ପ୍ରାଚୀନ ଭାରତୀୟ ସାଂସ୍କୃତିକ ଚେତନା ର ପୁନଃ ପ୍ରତିଷ୍ଠା ପାଇଁ ଭରି ରହିଛି ଅନନ୍ତ ବ୍ୟାକୁଳତା, ଯାହା ତାଙ୍କ ମାନବୀୟ ସମ୍ବେଦନାର ଆବେଗିକ ବ୍ୟଥାକୁ ହିଁ ଏକ ସୁବିନ୍ୟସ୍ତ ସୃଜନୀ ସମ୍ଭାର ର କଳାପାଟବତା ଭିତରେ ଉତ୍କୀର୍ଣ୍ଣ କରିଛନ୍ତି ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀ।

ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଆମ୍ଭ ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ

“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।
ଅର୍ଥାତ ଆପଣଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।

ସାରସ୍ୱତ ନିବାସ ର ସ୍ଥାୟୀ ଠିକଣା/ଯୋଗାଯୋଗ ର ମାଧ୍ୟମ।

===≠===€=€
ବୈକୁଣ୍ଠ, ଅଳକାପୁରୀ, ଚନ୍ଦ୍ରଶେଖରପୁର, ଭୁବନେଶ୍ବର-୭୫୧୦୧୬
ମୋ: ୯୧୭୮୪୬୬୧୬୧, ୯୪୩୭୬୯୭୧୬୧

Loading