March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*Prabin Kumar Kabi State-Regional Director of Suryodaya Literary Foundation (SLF), Kendujhar- Zone, Odisha*

Prabin Kumar Kabi
State-Regional Director of
Suryodaya Literary Foundation (SLF)

ପରିଚୟ

ନାମ- ପ୍ରବୀଣ କୁମାର କବି
ପିତାଙ୍କ ନାମ- ଅଜୟ କୁମାର କବି
ମାତାଙ୍କ ନାମ- ପ୍ରତିମା କବି
ମହୀସ୍ପର୍ଶ ତାରିଖ- ୨୫. ଏପ୍ରିଲ. ୧୯୯୪
ଶିକ୍ଷାଗତ ଯୋଗ୍ୟତା- M.sc, M. Phill
ବୃତ୍ତି- ଅଧ୍ୟାପନା
ପ୍ରବୃତ୍ତି- ସାହିତ୍ୟ ରଚନା ( କବିତା, କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ ), ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗାନ
ସୃଜନୀ ସମ୍ଭାର(ନିଜସ୍ୱ ପ୍ରକାଶିତ ପୁସ୍ତକ ର ନାମ)- ଇନ୍ଦ୍ରଧନୁ (ଗଳ୍ପ ସଂକଳନ), ଶତାବ୍ଦୀର ଶେଷ ଚିଠି ( କବିତା ସଂକଳନ ), ଅଦୃଶ୍ୟ ଅନ୍ଧାର (ପ୍ରକାଶ ଅପେକ୍ଷାରେ)

ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟରତ ଅନୁଷ୍ଠାନ ର ନାମ ଏବଂ ନିଜର ପଦବୀ-

ଆବାହକ, ଭାଷା ଆନ୍ଦୋଳନ, ଆନନ୍ଦପୁର
ସମ୍ପାଦକ ଓ ପ୍ରତିଷ୍ଠାତା – ଇନ୍ଦ୍ରଧନୁ ସାହିତ୍ୟ ପତ୍ରିକା
ସମ୍ପାଦକ, ଉତ୍କଳ ପ୍ରଦୀପ ସାମାଜିକ ସଂଗଠନ
ଆବାହକ, ପୃଥିବୀ ପାଇଁ ଗୋଟେ ଦିନ
ଆବାହକ, ସାଇ ବାବା ଆପାତ୍ତକାଳୀନ ରକ୍ତ ଦାନ ସେବା ସଂଗଠନ

ସମ୍ମାନ ସ୍ୱୀକୃତି (ଉଭୟ ସମ୍ବର୍ଦ୍ଧନା ଏବଂ ଡିଜିଟାଲ ସାର୍ଟିଫିକେଟ)

୧-ଭାଷାଯୋଦ୍ଧା ସମ୍ମାନ,
୨-ଗୀତି ଝର ସମ୍ମାନ,
୩-ଜୀବନବାଦୀ କବି ସମ୍ମାନ,
୪-ମଧୁସୂଦନ କବିତା ସମ୍ମାନ,
୫-ଉତ୍କଳ ଯୁବ ପୁରସ୍କାର,
୬-ଉଦୟରାଗ ସମ୍ମାନ,
୭-ଗୀତିକେଶରୀ ସମ୍ମାନ,

ଇତ୍ୟାଦି..

ଭାବର ତୀବ୍ରତା ଓ ଦୃଶ୍ୟବୋଧର ପ୍ରଗାଢତା ହିଁ ମୋ କବିତାର ରୁପାୟନକୁ  ବେଶି ତ୍ବରାନ୍ବିତ କରିପାରନ୍ତି।
ମାେ ମତରେ କବିତାରେ ଜିଇଁବା ଖୁବ୍ କଷ୍ଟ, ମରିବା ସହଜ ହେଲେ ନଷ୍ଟ ହେବା ଖୁବ୍ କଷ୍ଟ , ସଜାଡିହେବା ସହଜ। ମୁଁ କବିିତାରେ  ଜିଇଁବାକୁ ଚାହେଁ ଆଉ ନଷ୍ଟ ହେବାକୁ ବି…..
          …………ପ୍ରବୀଣ କବି

ଚାଲନ୍ତୁ ଜାଣିବା ତାଙ୍କ ବ୍ୟକ୍ତି ବାଦୀ ଜୀବନାୟନ ବାବଦରେ

ଜେଜେବାପାଙ୍କ ଠାରୁ ନାତିଟିଏ ତାଙ୍କ ହଜିଲା କଥା ଶୁଣୁଥିଲା। ଜେଜେଙ୍କ ପାକୁଆ ପାଟିରୁ ଝରିପଡୁଥିବା ତାଙ୍କ ମାଷ୍ଟ୍ରଙ୍କର କଡା ଶାସନର କଥା। ଉଡାଙ୍କ-ଫେଡାଙ୍କ  , କଡା ପଣିକିଆ, ପାଇ ପଣିକିଆ ର ଲୀଳାବତୀ ସୂତ୍ର ଆଦିର  ଉପସ୍ଥାପନା ଶୁଣି ପିଲାଟି ଆଁ କରିଦିଏ। ପୁଣି ଜେଜେମା ଙ୍କୁ ବିବାହ ପୂର୍ବରୁ ସେ କିପରି ଲୁଚିଛପି ଦେଖୁଥିଲେ , ବାହାଘର ରେ ଘୋଡା ଚଢି  କେମିତି ବାହାଘର କୁ ଯାଇଥିଲେ ସେକଥା କହିବା ବେଳକୁ ନାତି ଟୋକା କହୁଥାଏ – ଜେଜେ ଏହାକୁ ଲେଖି ଛପାଇ ଦିଅ , କାଳକାଳକୁ ରହିଯିବ। ତୁମ କଥା ବହୁତ ଭଲ ଲାଗୁଛି।


ହଁ ଅତୀତରେ ଅନେକ କଥା ବର୍ତ୍ତମାନ ପାଇଁ ସୁଖପାଠ୍ୟ ହୁଏ ଓ ଭବିଷ୍ୟତ ପାଇଁ ଏକ ପ୍ରେରଣା ର ଉତ୍ସ ହୋଇ ରହେ । ସମୟ ସୁଅରେ ପହଁରୁଥିବା ସ୍ମୃତିକୁ ସାଉଁଟି, ସଜାଇ ରଖିବା ରେ ବେତାଜ ବାଦଶାହା ହେଉଛନ୍ତି ଆମ ରାଜ୍ୟ ଓଡ଼ିଶାର ପର୍ଯ୍ୟଟନ ପାଇଁ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଆକର୍ଷଣୀୟ ନଦନଦୀ, ପାହାଡ଼ ପର୍ବତ, ଗୁମ୍ଫା, ଜଙ୍ଗଲ, ଝରଣା,ବନ୍ୟଜନ୍ତୁ, ଜଳପ୍ରପାତ ସହ ମନ୍ଦିର ଗାତ୍ର ରେ ଖୋଦିତ କାରୁକାର୍ଯ୍ୟ ଓ ତୀର୍ଥସ୍ଥଳୀ  ଦ୍ୱାରା  ପର୍ଯ୍ୟଟକଙ୍କ ଅନିସନ୍ଧିତ୍ସୁ ମନକୁ ଆକୃଷ୍ଟ କରୁଥିବା କେନ୍ଦୁଝର ଜିଲ୍ଲାର ଯୁବକବି ତଥା ଅଧ୍ୟାପକ ଶ୍ରୀମାନ ପ୍ରବୀଣ କୁମାର କବି।

ତାଙ୍କ କାବ୍ୟପୁରୁଷ ମୁଖ୍ୟତଃ ଦୁଃଖୀ , ଖୁବ ଏକୋଟିଆ, ଭବିଷ୍ୟତରେ ସ୍ଥିତି ବଦଳିଯିବ ବୋଲି ସେ ଆଶାବାଦୀ। ପ୍ରତ୍ୟେକ ସୌନ୍ଦର୍ଯ୍ୟ ର , ପ୍ରତ୍ୟେକ କୋମଳତାର ଅବକ୍ଷୟ ର ଦେଖଣାହାରୀ ସେ , ପ୍ରତ୍ୟେକ ଆଶ୍ୱାସନା ନିଷ୍ଫଳ ବୋଲି ସେ ନିଃସନ୍ଦେହ। ନିଜ ଭିତରର ବାଟରେ ଚାଲିବା ତାର ଭାଗ୍ୟ, ତାର ଉଚ୍ଚାରଣ ତେଣୁ ନିଜକୁ ନିଜେ କହିବା ର ସ୍ୱର। ତାଙ୍କ କାବ୍ୟକବିତା ଗୁଡିକ ଉଭୟ ଇତିହାସ ଓ ସାହିତ୍ୟ ଗ୍ୟାଲେକ୍ସିରେ ଏକ ଉଜ୍ଜ୍ୱଳ ସ୍ଥାନ ଅକ୍ତିଆର କରିସାରିଛି। ତାଙ୍କର ପ୍ରାୟେ ପ୍ରତ୍ୟେକ ଟି କବିତା ର ବକ୍ତବ୍ୟ ପାଠକ ପାଖରେ ସିଧାସଳଖ ପହଁଚିଯାଏ ।  ସେ ମାଟିମମତାର ସୁହାଗରେ ଅତି ଗେହ୍ଲା ହୋଇ ସୃଷ୍ଟି କରିଛନ୍ତି ଏକ ଦିବ୍ୟ କାବ୍ୟ ସଂକଳନ ଯାହାର ନାମ  “ଶତାବ୍ଦୀ ର ଶେଷ ଚିଠି” .|


ଏ ସଂକଳନ ରେ ସ୍ଥାନିତ ପ୍ରାୟେ ପ୍ରତ୍ୟେକ କବିତା ର ସ୍ୱର ଏହା, କେବଳ ତାକୁ ଶୁଭିବ ଯାହାର ଅନୁଭବ ସମାନ ଧରଣର ବା ସେପରି ଅନୁଭବ ଯାହାର ବୋଧଗମ୍ୟ।
କେବଳ ଦୁଃଖାନୁଭୁତି ଉପରେ ଆଧାରିତ ହୋଇଥିବା କବିତା ଗୁଡିକ ରେ କବି ଏପରି କିଛି ର ଉପସ୍ଥିତି ଅନୁଭବ କରୁଛନ୍ତି ଯାହା ଦୃଶ୍ୟ ନହେଲେ ମଧ୍ୟ ଅବାସ୍ତବ ନୁହେଁ, ଯାହାଙ୍କ ସ୍ଥିତି ତାଙ୍କ ଭିତରେ ଥିବା ସତ୍ତ୍ୱେ ତାଙ୍କର ବ୍ୟକ୍ତି ସତ୍ତାରେ ସୀମିତ ନୁହେଁ।

ଦେହ‘,

‘ନିଶା’,

‘ନଷ୍ଟ ନୀଡ଼’,

‘ଶେଷ ଅଙ୍କ’,

‘କମ୍ରେଡ଼ ହାଜିର ହୋ’

ରାମରାଜ୍ୟ

ପ୍ରଭୁତି କବିତା ରୁ ଏହି ରହସ୍ୟମୟ ସତ୍ତାଟି ପ୍ରତି କବିଙ୍କର ସଂଲଗ୍ନ ଭାବର ପ୍ରମାଣ ମିଳିବ ଖୋଫିଆ ପାଠକ ମାନଙ୍କୁ। ଏହି ସତ୍ତାଟି ଯେତେବେଳେ ଆଗକୁ ଆସୁଛି, କବିଙ୍କର ଦୁଃଖନୁଭୁତି ର ମୂଳଦୁଆ ଦୋହଲି ଯାଇ, ଏକ ପ୍ରକାର ପରିପୂର୍ଣ୍ଣତାର ପଦଧ୍ଵନି ଶୁଭିଥାଏ।
ତମାମ ଜୀଵନ ସେ କବିତା କୁ ଖୋଜୁଛନ୍ତି ଯେବେ ତାକୁ ପାଇବେ କୁଆଁ କୁଆଁ ରାବରେ ପୁରି ଉଠିବ ‘ପ୍ରବୀଣ’ ଙ୍କ କୋଳ ଫୁଲ ମହକରେ ମହକିବ ତାଙ୍କ ନୁଖୁରା ସକାଳ। ଧୂଳି ଧୂସର ତାଙ୍କ କବିତା ର ଅଝଟି ପଣକୁ ଆଉଁସି ଦେବେ କୁଆଁର ପୂନେଇ ଫୁଲ ବଉଳବେଣୀ ଗୀତ ଗାଇ ସୁଆଇଦେବେ। ତାଙ୍କୁ ଯଦି ତାଙ୍କ କବିତା ଜହ୍ନ ମାଗିବ ସେ ଆଣିଦେବେ ତାଙ୍କ କବିତା ର କାଗଜ ଡ଼ଙ୍ଗା ପାଇଁ ଆକାଶରୁ ବର୍ଷା ପାଣି ଆଣିଦେବେ ଆହୁରି କେତେକଣ ଦେବେ ସେଥିପାଇଁ ସେ ଖୋଲା ରଖିଛନ୍ତି କାରା କକ୍ଷ ର ଦ୍ୱାର ଏଇମିତି ତାଙ୍କ କବିତା ର ଆତ୍ମା କୁ ଖୋଜିବା ପଣରେ ଝଡର ଆକାଶ ତଳେ ବଞ୍ଚୁଥିବା ଗୋଟିଏ ମାତାଲ କବି।

ଉପରୋକ୍ତ ଆଲୋଚନା ରୁ ନିଶ୍ଚିତ ଅନୁମେୟ ଯେ , କବିଙ୍କର କଳ୍ପନା-ବିଳାସ, ଉକ୍ତି-ବୈଚିତ୍ର୍ୟ ଓ ଗମ୍ୟମାନ ଅର୍ଥବୋଧକ ଶବ୍ଦ ପ୍ରୟୋଗ ର ରମଣୀୟତାର ମୂଳରେ ନିହିତ ରହିଛି କବିଙ୍କ ର ବଚନ- ଅଳଂକରଣ- ପ୍ରବୃତ୍ତି ର ପ୍ରାବଲ୍ୟ।

ଆଜି ଆମେ ଏହି ଶତ ଶତ ବିରଳ ଯୁବ ସୁଲଭ ଗୁଣର ଅଧିକାରୀ ହୋଇପାରିଥିବା ଶ୍ରୀମାନ ପ୍ରବୀଣ କବି ଙ୍କୁ ସୂର୍ଯ୍ୟୋଦୟ ପରିବାର ର କେନ୍ଦୁଝର ଜିଲ୍ଲାର ଆନ୍ତଃ ରାଜ୍ୟ ନିର୍ଦ୍ଦେଶକ (Regional Director) ଭାବେ ନେତୃତ୍ୱ ଦେଇ   ଆମ ପରିବାର  ର ଉନ୍ନତି କଳ୍ପେ ସମସ୍ତ ପ୍ରକାର କାର୍ଯ୍ୟ ଦାୟିତ୍ୱ ର ସହିତ ନିଭାଇବେ ବୋଲି ସର୍ବଶକ୍ତିମାନ ସକଳ ଶକ୍ତି ର ଆଧାର ସୂର୍ଯ୍ୟ ଙ୍କୁ ସାକ୍ଷୀ ରଖି ଅଭିଷିକ୍ତ କରି ତାଙ୍କର କର୍ତ୍ତବ୍ୟ ର ଶପଥ ପାଠ କରାଇ ଅଛୁ।

ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଯୁବ ପ୍ରତିଭା ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ

“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”

ଅର୍ଥାତ ତାଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୂର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।

ଶୁଭେଚ୍ଛା ସହିତ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ୱର

 818 total views,  1 views today