DINESH AGRAWALLA
Regional Director of SLF
BARGARH-Zone,ODISHA
ସୁଲେଖକ, କବି ଓ ସମାଲୋଚକ, କବି ଶ୍ରୀ ଦୀନେଶ ଅଗ୍ରୱାଲା l
ପିତା -ଜୟପ୍ରକାଶ ଅଗ୍ରୱାଲା
ମାତା -କାନ୍ତା ଅଗ୍ରୱାଲା
ମହୀସ୍ପର୍ଶ -୧୪/୦୭/୧୯୯୪
ଶିକ୍ଷାଗତ ଯୋଗ୍ୟତା-ସ୍ନାତକୋତ୍ତର,ଏମ.ଫିଲ, ଗବେଷଣାରତ (ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ), ହିନ୍ଦୀ ସାହିତ୍ୟ କୋବିଦ, କମ୍ପ୍ୟୁଟର ପିଜିଡ଼ିସିଏ,
ବୃତ୍ତି-ଅଧ୍ୟୟନ
ପ୍ରବୃତ୍ତି-ସାହିତ୍ୟ ସାଧନା
ପ୍ରେମ ପ୍ରଣୟ ର ଖିଆଲି କବି ଶ୍ରୀ ଦୀନେଶ ଅଗ୍ରୱାଲା ଛାତ୍ର ଜୀବନରୁ ହିଁ କବିତା ଲେଖିବା ଓ ସାହିତ୍ୟ କର୍ମ ସହ ନିଜକୁ ସାମିଲ କରି ଆଜି ଯେଉଁ ସବୁ କବିତା ରଚନା କରନ୍ତି ତାହା କବିତାମୋଦୀ ପାଠକ ମନକୁ ଛୁଇଁ ପାରିଛି। ଶ୍ରୀ ଦୀନେଶ ଅଗ୍ରୱାଲା ଜଣେ କଳ୍ପନା ବିଳାସୀ ,ସ୍ୱପ୍ନପ୍ରବଣ ରୋମାଣ୍ଟିକ ଆବେଗରେ ବଶବର୍ତ୍ତୀ ହୋଇ ରଚନା କରିଛନ୍ତି ଅନେକ ରୋମାଣ୍ଟିକ କବିତା। ତାଙ୍କ କବିତା ପଢି ଏପରି ଲାଗେ କି ଗଭୀର ରାତ୍ରିରେ କେଉଁ ସ୍ବପ୍ନାଳସୀକୁ ଦେଖି ବିଭୋର ହୋଇ ବାସ୍ତବରେ ନାୟିକା କୁ ଖୋଜୁଛନ୍ତି ଏବଂ କବିତା ମାଧ୍ୟମରେ ତାହାକୁ ଉପସ୍ଥାପନା କରୁଛନ୍ତି। ସେ ସବୁବେଳେ ସୃଜନ ସ୍ୱପ୍ନ ରେ ମୋହାବିଷ୍ଟ ହୋଇ ପୃଥିବୀର ଯାବତୀୟ କଥା,ଚିନ୍ତା, ଚେତନା ଅପେକ୍ଷା କେବଳ ପ୍ରୀତି ଉନ୍ମୋଖ ହୋଇ ସ୍ୱପ୍ନ ପ୍ରେୟସୀର ରୂପ,ରସ,ଲାବଣ୍ୟରେ ସଦା ବିମୋହିତ।
ତାଙ୍କ କବିତା ଗୁଡ଼ିକ ରେ ମଧ୍ୟ ଯୁଗୀୟ ବୈଷ୍ଣବ ପ୍ରେମ-କବିତା ର ଝଲକ ଦେଖିବା କୁ ମିଳେ।
ତାଙ୍କ କବିତା ରେ ଅଛି ବିରହ-ମିଳନ,ଅଶ୍ରୁ-ଉଛ୍ବାସ,କାମନା ଏବଂ ଆସକ୍ତି। କବିଙ୍କର କବିତା ଗୁଡ଼ିକ ରେ ପ୍ରାୟେ ଅଧିକାଂଶ କବିତା ତାରୁଣ୍ୟ ର ତରଳ ଇନ୍ଦ୍ରିୟପର ପ୍ରେମ, ମିଳନ ଓ ବିରହର ଜ୍ୱାଳାରେ ଜର୍ଜରିତ। ପ୍ରେମ କବିତା ର ବାଆଁରା ପକ୍ଷୀ ହୋଇ ଶବ୍ଦ ସାଉଁଟି ଆଣି ହୃଦୟ ରେ ନୀଡ଼ ତୋଳିବା ବେଳେ ଯେଉଁ ମର୍ମଭେଦୀ କୁହୁତାନକୁ କାନ ଡେରି ଶୁଣିବା ପାଇଁ ଅନେକ ପ୍ରେମିକା ଅପେକ୍ଷା କରିଥାନ୍ତି, ସେଇ ବୋଧେ କବି ଦିନେଶ ଙ୍କ କବିତା ର ରିଆଜ। କବି ଦୀନେଶ ଙ୍କ ଶବ୍ଦର ପରମାଣୁ ବୋମା ଯେ କେହି ବି ପ୍ରେମିକା ର ସାମ୍ରାଜ୍ୟରେ ପକାଇ ଧ୍ବଂସ କରିପାରିବ ଛଳନା , ପ୍ରତାରଣା , ପ୍ରେମର ଆରେକ ଉତ୍ତେରଣ।
ସମ୍ମାନ ଓ ସ୍ୱୀକୃତି
————–/💐💐——-
୧-ବିଜେପୁର ବ୍ଲକ ସାମ୍ବାଦିକ ସଙ୍ଘ ତରଫରୁ ସମ୍ବର୍ଦ୍ଧିତ -ପ୍ରତିଭା ସମ୍ବର୍ଦ୍ଧନା ସମାରୋହ -୨୦୧୪ ସମ୍ମାନ।
୨-ବିଜେପୁର ଡିଗ୍ରୀ ମହାବିଦ୍ୟାଳୟ ତରଫରୁ -ସାଫଲ୍ୟ କୁମାର ଭୋଇ ସ୍ମୃତି ପୁରସ୍କାର-୨୦୧୪।
୩- ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ନାଟ୍ୟ ଜ୍ୟୋତି ମହୋତ୍ସବ ତରଫରୁ -ବେଷ୍ଟ ଡ୍ରାମାଟିକ ସେକ୍ରେଟାରୀ ସମ୍ମାନ ୨୦୧୬.
୪-ବାଣୀପ୍ରଭା ସାହିତ୍ୟ ପରିବାର ତରଫରୁ -ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହ -୨୦୨୦, ବାଣୀପ୍ରଭା, ବାଣୀ ଜ୍ୟୋତି ସମ୍ମାନ-୨୦୨୦
୫- ୨୦୧୪ମସିହାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ଓଡ଼ିଆ ସମ୍ମାନରେ ସର୍ବୋଚ୍ଚ ନମ୍ବର ରଖି ଗୋଲ୍ଡ ମେଡଲିଷ୍ଟ
୬-୨୦୧୪-୧୫ ବର୍ଷ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସାଂସ୍କୃତିକ ସମ୍ପାଦକ.
୭-୨୦୧୮ ବର୍ଷ ବିଜେପୁର ଡିଗ୍ରୀ ମହାବିଦ୍ୟାଳୟର ଅତିଥି ଅଧ୍ୟାପକ
୮-୨୦୨୦-୨୧ ବର୍ଷ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ, ଦ୍ଵିତୀୟ ପରିସର କେନ୍ଦୁଝରର l
କବି ଦୀନେଶ ଅଗ୍ରୱାଲା ଙ୍କ ସାରସ୍ୱତ ନିବାସ ର ଠିକଣା
–————————————————//———–
ଗ୍ରାମ -ଚିଖିଲି
ବ୍ଲକ-ଗାଇସିଲାଟ
ଥାନା-ମେଲଛାମୁଣ୍ଡା
ଜିଲ୍ଲା -ବରଗଡ଼
ପିନ-୭୬୮୦୩୫
ଫୋନ-୯୬୬୮୮୮୧୩୯୧
566 total views, 1 views today