Mr. Sanjaya Kumar Mishra,
State Regional Director of Suryodaya Literary Foundation (SLF.)
Subarnapur-Zone, Odisha
ନାମ-ସଞ୍ଜୟ କୁମାର ମିଶ୍ର
ପିତାଙ୍କ ନାମ-ଯଜ୍ଞେଶ୍ବର ମିଶ୍ର
ମାତାଙ୍କ ନାମ-ଦେବଯାନୀ ମିଶ୍ର
ପତ୍ନୀଙ୍କ ନାମ-ସସ୍ମିତା ପାଢୀ
ପୁତ୍ରଙ୍କ ନାମ-ଭାଶ୍ବତ ଭବେଶ ମିଶ୍ର
କନ୍ୟାଙ୍କ ନାମ-ଭାଶ୍ବତି ମିଶ୍ର
ମହୀ ସ୍ପର୍ଶ ତାରିଖ-୨୬-୦୬-୧୯୭୯
ଶିକ୍ଷାଗତ ଯୋଗ୍ୟତା-ଏମ୍.ଏ. (ଓଡିଆ)ଦ୍ବିତୀୟ ବର୍ଷ
ବୃତ୍ତି-ଶିକ୍ଷକତା
ପ୍ରବୃତ୍ତି- ସମାଜ ସହିତ ଯୋଡି ହୋଇ ରହିବା ତଥା ଆମ ସଂସ୍କୃତିର ପୁନରୁଥ୍ଥାନ ପାଇଁ କିଛି କରିବା।
ଜୀବନ ଯୁଦ୍ଧରେ ହାରି ନଯାଇ ବିଜୟର ତିଳକ ପିନ୍ଧି ଅଦମ୍ୟ ସାହସିକତାର ସହିତ ଜୀବନ ପଥରେ ଆଗେଇ ଚାଲିଥିବା ଏକ ଭିନ୍ନ ସ୍ୱାଦର ମଣିଷ ପରି ମଣିଷଟିଏ ହେଉଛନ୍ତି ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର। ବିବିଧ ବର୍ଣ୍ଣା ଶବ୍ଦର ସବୁଜିମା ରେ ନିଜ ମନରେ ବାଦସାହା ର ଖିଆଲ ନେଇ ଆଗକୁ ଆଗକୁ ଅଗ୍ରସର ହେଉଛନ୍ତି ସେ।
ଗଦ୍ୟ,ପଦ୍ୟ ର ନୈବେଦ୍ୟ ଦେଇ ଦେଇ ସାରସ୍ୱତ ଭଣ୍ଡାର ର ଶାଶ୍ୱତ ସମ୍ଭାରକୁ କରିଛନ୍ତି ସମୃଦ୍ଧ। ସେ ଅଜାଡିଛନ୍ତି ଶ୍ରେଣୀ ରେ ମେଧା, ବାଣୀ ପାଇଁ ଶ୍ରଦ୍ଧା, ଲେଖା ପାଇଁ ତାଙ୍କ ମନରେ ସଦା ଆବେଗ ର ଅଳକାନନ୍ଦା ପ୍ରବାହିତ। ସମୟର ସାତ ତାଳ ପାଣି ତଳେ କେଉଁ ଅମୁହାଁ ଦେଉଳେ ମୁହଁ ମାଡି ପଡିଥିବା ମୁଠା କଥା କୁହା ଶବ୍ଦ ସାଉଁଟି ଅଛନ୍ତି।
ତାଙ୍କ ପାଖରେ ଅଛି ଏକ ସ୍ପଷ୍ଟବାଦୀ ଜିହ୍ଵା, ଅତି ଉଚ୍ଚକୋଟୀର ପ୍ରଜ୍ଞା ଏବଂ ଜଣେ ସମ୍ବେନ୍ଦନଶୀଳ ହୃଦୟ। ତାଙ୍କ କାବ୍ୟକବିତା ସମୂହର ଅଭିନବ ଉପସ୍ଥାପନା ଶୈଳୀ ଓ ମର୍ମଭେଦୀ ନୀତିବାଣୀ ମଧ୍ୟରେ ଲେଖକଙ୍କ ସ୍ଵ-ପ୍ରଜ୍ଞାପଣ ସ୍ୱତଃ ବାରି ହୋଇଯାଏ। ସାରସ୍ୱତ ସାଧନା ପ୍ରତି ତାଙ୍କର ଆବାଲ୍ୟ ପୋଷିତ ଅନୁରାଗ ଆଜି ଅଧିକ ବିକଶିତ ହୋଇ ଓଡ଼ିଆ ସାହିତ୍ୟ କାନନ କୁ ଶୋଭାବନ୍ତ କରିବା ଦିଗରେ ବହୁ ସଫଳତା ଅର୍ଜନ କରିଛି।
ମଣିଷ ତିଆରି କାରଖାନା ରେ ଜଣେ କୁଶଳୀ ସୁଦକ୍ଷ ଯନ୍ତ୍ରୀ ଭାବେ ସେ ଯେଉଁ ତ୍ୟାଗ ସ୍ୱୀକାର କରିଛନ୍ତି ତା’ର ପଟ୍ଟାନ୍ତର ନାହିଁ।
ନଦୀର କଳ କଳ ରାଗିଣୀ ପରି ତାଙ୍କର ଲେଖନୀ,ବଗିଚାର ସୌରଭଯୁକ୍ତ ନାଲି ନେଳୀ ଧଳା ଆଦି ରଙ୍ଗର ଫୁଲ ପରି ତାଙ୍କର ଚରିତ୍ର। ତାଙ୍କ କବିତା ର ଲାଳିତ୍ୱପୂର୍ଣ ଗୁରୁଗମ୍ଭୀର ସ୍ୱର,ମଣିଷ ପଣିଆର ସରଳ ଆଦବ କାଇଦା, ହସ ହସ ମୁହଁରେ କଥାବାର୍ତ୍ତା ତଥା କଥା କୁହା ଚକ୍ଷୁ ଯୁଗଳରେ ଅନନ୍ତ ସ୍ୱପ୍ନ ଓ ସମ୍ଭାବନା ର ଦିବ୍ୟ ଝଲକ – ସବୁକିଛି ତାଙ୍କୁ ଏକ ଅଦ୍ୱିତୀୟ ବ୍ୟକ୍ତି ଭାବରେ ପ୍ରଭାବିତ କରିଥାଏ।
ସତ୍ୟ ଓ ନ୍ୟାୟ ପଥରେ ଦୃଢ଼ ମାନସିକତା ର ସହିତ ଅଧ୍ୟବସାୟ, ଉଦଯୋଗ ଏବଂ ଧର୍ଯ୍ୟଧରୀ କର୍ତ୍ତବ୍ୟ ପଥରେ ଆଗୁସାର ସେ ସଦା ସର୍ବଦା। ତାଙ୍କ କବିତା ଗୁଡିକ ର ବୈଶିଷ୍ଟ୍ୟ ହେଉଛି ପ୍ରକୃତି ସହିତ କବି ସୃଷ୍ଟି କରିଥିବା ନିବିଡ ସମ୍ପର୍କ ପ୍ରକୃତିରାଣୀ ତା’ର ଅପରୂପ ସୌନ୍ଦର୍ଯ୍ୟରେ କବିଙ୍କର ଭାବାବେଗ ଓ କଳ୍ପନା କୁ ବନ୍ଦୀକରିନେଇଥାଏ । ତାଙ୍କ ପାଇଁ ପ୍ରକୃତିର ଚେତନା ହେଉଛି ଏକ ଚିରନ୍ତନ ଓ ପ୍ରବହମାନ ସତ୍ତା ଯାହା ମାନବର ଅତୀତ ଓ ବର୍ତ୍ତମାନ କୁ ପ୍ରତିବିମ୍ବିତ କରିଥାଏ। କବିଙ୍କ କଳ୍ପନା ର ପ୍ରସ୍ଫୁରଣ ପାଇଁ ପ୍ରକୃତି ସହିତ ଓତଃପ୍ରୋତ ଭାବେ ଜଡ଼ିତ ହେବା ଦରକାର । ଏହି ଅଭିଜ୍ଞତା ସମ୍ବଳକୁ ନେଇ କବି ଗମ୍ଭୀର ଅନୁଶୀଳନ ରେ ମଗ୍ନ ହୁଅନ୍ତି ଆଉ ନିଜ ଲେଖନୀ ମୁନରେ ଫୁଟାଇ ଚାଲିଛନ୍ତି ଅସରନ୍ତି କବିତା ର ସମ୍ଭାର ଯାହା ମନୁଷ୍ୟ ହୃଦୟର ସ୍ପନ୍ଦନ ଥିବା ଯାଏଁ ଗୁଞ୍ଜରିବ।
ଅତ୍ୟନ୍ତ ଶିଷ୍ଟ ଓ ମାର୍ଜିତ ତାଙ୍କର ବ୍ୟବହାର। ତାଙ୍କ ବ୍ୟକ୍ତିତ୍ୱ ର ବଡ଼ ଦିଗ ହେଉଛି ନିରଲସ ସାହିତ୍ୟ ସାଧନା ଏବଂ ସଙ୍ଗଠନ ପ୍ରେମ। ପରମ ପୁରୁଷ ଭବିଷ୍ୟତ ବିଦ୍ ଶ୍ରୀ ଅରବିନ୍ଦ ଙ୍କ ଭାଷାରେ – “I am nothing, I have nothing” ଅର୍ଥାତ – ମୁଁ କିଛି ନୁହେଁ, ମୋର କିଛି ନାହିଁ, ଏହି ମର୍ମରେ ଜଣେ ବିଶ୍ୱପ୍ରସିଦ୍ଧ ବହୁ ମର୍ଯ୍ୟାଦାସ୍ପଦ ଶତାଧିକ ସମ୍ମାନରେ ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ମନରେ କାଣିଚାଏ ଗର୍ଵ ନାହିଁ। ସତରେ ଯେମିତି ସେ କିଛି ନୁହଁନ୍ତି କିମ୍ବା ତାଙ୍କର କିଛି ନାହିଁ।
ଉପରୋକ୍ତ ଆଲୋଚନା ରୁ ନିଶ୍ଚିତ ଅନୁମେୟ ଯେ , କବିଙ୍କର କଳ୍ପନା-ବିଳାସ, ଉକ୍ତି-ବୈଚିତ୍ର୍ୟ ଓ ଗମ୍ୟମାନ ଅର୍ଥବୋଧକ ଶବ୍ଦ ପ୍ରୟୋଗ ର ରମଣୀୟତାର ମୂଳରେ ନିହିତ ରହିଛି କବିଙ୍କ ର ବଚନ- ଅଳଂକରଣ- ପ୍ରବୃତ୍ତି ର ପ୍ରାବଲ୍ୟ।
ଆଜି ଆମେ ଏହି ଶତ ଶତ ବିରଳ ଯୁବ ସୁଲଭ ଗୁଣର ଅଧିକାରୀ ହୋଇପାରିଥିବା ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର ଙ୍କୁ ସୂର୍ଯ୍ୟୋଦୟ ପରିବାର ର ସୁବର୍ଣ୍ଣପୁର ଜିଲ୍ଲାର ଆନ୍ତଃ ରାଜ୍ୟ ନିର୍ଦ୍ଦେଶକ (Regional Director) ଭାବେ ନେତୃତ୍ୱ ଦେଇ ଆମ ପରିବାର ର ଉନ୍ନତି କଳ୍ପେ ସମସ୍ତ ପ୍ରକାର କାର୍ଯ୍ୟ ଦାୟିତ୍ୱ ର ସହିତ ନିଭାଇବେ ବୋଲି ସର୍ବଶକ୍ତିମାନ ସକଳ ଶକ୍ତି ର ଆଧାର ସୂର୍ଯ୍ୟ ଙ୍କୁ ସାକ୍ଷୀ ରଖି ଅଭିଷିକ୍ତ କରି ତାଙ୍କର କର୍ତ୍ତବ୍ୟ ର ଶପଥ ପାଠ କରାଇ ଅଛୁ।
ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଯୁବ ପ୍ରତିଭା ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ
“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।”
ଅର୍ଥାତ ତାଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୂର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।
521 total views, 1 views today