March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

HRH INDUPRABHA BISWAL

H.R.H.Induprabha Biswal
Deputy Director of Suryodaya Literary Foundation (SLF)
Jagatsinghpur -Zone

ନାମ-ଶ୍ରୀମତୀ ଇନ୍ଦୁପ୍ରଭା ବିଶ୍ୱାଳ

ପିତା – ଶ୍ରୀଯୁକ୍ତ ବ୍ରଜକିଶୋର ବିଶ୍ୱାଳ
ମାତା – ୰ରେବତୀ ବିଶ୍ୱାଳ
ସ୍ୱାମୀ- ୰ବିଚିତ୍ରାନନ୍ଦ ନାୟକ
ମହୀସ୍ପର୍ଶ ତାରିଖ-୦୮/୦୫/୧୯୭୪
ଶିକ୍ଷାଗତ ଯୋଗ୍ୟତା – BA, BED
ବୃତ୍ତି- ଶିକ୍ଷକତା
ପ୍ରବୃତ୍ତି-ଲେଖାଲେଖି, ଗାଇବା,ଚିତ୍ରକଳା, ନାଟକ ଲେଖିବା ଇତ୍ୟାଦି
ସୃଜନୀ ସମ୍ଭାର(ପ୍ରକାଶିତ ପୁସ୍ତକ ର ନାମ)- ବିଭିନ୍ନ ପତ୍ରପତ୍ରିକା ରେ ଶତାଧିକ କାବ୍ୟ,କବିତା, ଗଳ୍ପ,ନାଟକ ଇତ୍ୟାଦି ପ୍ରକାଶିତ।

(ସକ୍ରିୟ ସଦସ୍ୟା ରୂପେ କାର୍ଯ୍ୟରତ ଥିବା ଅନୁଷ୍ଠାନ ଗୁଡ଼ିକ ର ନାମ)

୧-ମୁଖ୍ୟ ଅଦକ୍ଷା ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ,ସୂର୍ଯ୍ୟୋଦୟ ସାରସ୍ୱତ ପରିବାର, ବାଲେଶ୍ୱର
(ଜଗତସିଂହପୁର ଶାଖା)

୨-ଯୁଗ୍ମ ସମ୍ପାଦିକା ମାଟି ଘର ସାହିତ୍ୟ ସଂସଦ।
(ରାହାମା,ଜଗତସିଂହପୁର)

୩-ଯୁଗ୍ମ ସମ୍ପାଦିକା ସ୍ୱୟଂଶ୍ରୀ ସାହିତ୍ୟ ସଂସଦ।
୪-ଉତ୍କଳ ସମ୍ମିଳନୀରେ ଜଣେ ସକ୍ରିୟ ସଭ୍ୟା ରୂପେ କାର୍ଯ୍ୟରତ।

ସମ୍ମାନ ସ୍ୱୀକୃତି
—–////——-
୧-ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ତରଫରୁ
“ଶିକ୍ଷା ସୃଜନୀ ସମ୍ମାନ”

୨-ରାଜ୍ୟ ସ୍ତରୀୟ ଅଭିପ୍ସା ସମ୍ମାନ-୨୦୨୦


୩-ସୂର୍ଯ୍ୟୋଦୟ ପରିବାର ତରଫରୁ ସମ୍ମାନ ସନନ୍ଦ,Certificate Of Appreciations


୪-Institution’s of Innovation Council (IIC) ତରଫରୁ ପ୍ରତିଭା ସମ୍ମାନ ।

 

ଦୀପ ସଳିତାର ଭାଗ୍ୟ ଏମିତିକା
ଜଳିବାଟା ଖାଲି ସାର
କହିବାର ତାର ନାହିଁ ଅଧିକାର
ଏହି ସେ ଆଲୁଅ ଘର।

ଶ୍ରୀମତୀ ଇନ୍ଦୁପ୍ରଭା ବିଶ୍ୱାଳ ବହୁ ଘାତ ପ୍ରତିଘାତ ମଧ୍ୟରେ ତାଙ୍କ ଜୀବନ ର ଚଲାପଥ ରେ ଏକୋଟିଆ ବାଟୋଇ ହୋଇ ଅତିକ୍ରମ କରିଚାଲିଛନ୍ତି ଏକ ସୁଦୂର ପଥ। ୟାରି ଭିତରେ ସ୍ବପ୍ନର ସୁନାଫୁଲ ବୁଣି ବୁଣି ସବୁଜ ସକାଳର ଆବାହନ କରିବାକୁ ସିଏ ସଦା ପ୍ରୟାସୀ। ଗଭୀର ଜୀଵନ ବୋଧର ଅମୃତ ମୟ ମାର୍ମିକ ବିଶ୍ଳେଷଣ ତାଙ୍କ ସାଧନା ର ଅନ୍ୟନାମ।

ସଂସ୍କୃତ ରେ କୁହାଯାଇଛି ,

“ବିଦ୍ୟାୟା,ବପୁଷା,ବାଚା,ବସ୍ତ୍ରେଣ, ବିଭବେନ ଚ ବିକାର ପଞ୍ଚଭିର୍ଯୁକ୍ତ ନରଃ ପ୍ରାପ୍ନୋତି ଗୌରବମ”

ବିଦ୍ୟା,ବପୁ,ବଚନ,ବସ୍ତ୍ର ଓ ବିଭବ,ଏହି ପାଞ୍ଚଟି ଜିନିଷ ର ପ୍ରାପ୍ତ ମଣିଷ କୁ ଗୌରବ ମଣ୍ଡିତ କରିଥାଏ। ସତରେ ଶ୍ରୀମତୀ ଇନ୍ଦୁପ୍ରଭା ବିଶ୍ୱାଳଙ୍କୁ ଏହି ପାଞ୍ଚଟି ବି’କାର ଈଶ୍ୱର ଦତ୍ତ। ଉଚ୍ଚ ଶିକ୍ଷିତ,ବିଶାଳ ସୁଶ୍ରୀ ବପୁ,ଜନ ମନ ଆହ୍ଲାଦକାରୀ ମୃଦୁମନ୍ଦ ବଚନ, ଅନ୍ୟର ହୃଦୟ କୁ ଜିଣିବାରେ ଦକ୍ଷ,ଦୃଷ୍ଟି ଆକର୍ଷଣ କାରୀ ସୁଶୋଭନ ବସ୍ତ୍ର ପରିହିତ ଏବଂ ବିପୁଳ ସାରସ୍ବତୀୟ ଶବ୍ଦ ବିଭବ ର ଅଧିକାରୀ ଶ୍ରୀମତୀ ଇନ୍ଦୁପ୍ରଭା ବିଶ୍ୱାଳ, ଏ ସମସ୍ତ ଐସୂର୍ଯ୍ୟ କୁ ସୁ ବିନିଯୋଗ କରି ନିଜର କୁଶଳୀ କାରିଗରୀପଣିଆ ଦେଖେଇ ସକଳ କ୍ଷେତ୍ରରେ ନିଜର ଏକ ଶ୍ଳାଘ୍ୟ ସ୍ଥାନ ନିର୍ଦ୍ଧାରଣ କରି ପାରିଛନ୍ତି। ବାସ୍ତବିକ କହିବାକୁ ଗଲେ ତାଙ୍କ ସଫଳତା ପଛରେ ତାଙ୍କର ନିରବଚ୍ଛିନ୍ନ ସଂଗ୍ରାମ, ନିରନ୍ତର ସାଧନା,ଆନ୍ତରିକ ଦୃଢ଼ ମନ୍ୟତା ଏବଂ କେତେକ ସଜଳ ସ୍ବପ୍ନ କୁ ସାକାର କରିବା ର ପ୍ରଚେଷ୍ଟା ନିହିତ ଅଛି। ସେ କେବେ ଦୁଃଖ ରେ ହତାଶା ରେ ଘାବୁରୀ ପଡି ନାହାନ୍ତି। ସେ ସବୁବେଳେ ନିଜକୁ ନବୀନ ଓ ତରୁଣ ବୋଲି ମନେ କରନ୍ତି। ଦୁର୍ଦ୍ଦିନକୁ ଅତିକ୍ରମ କରି ସେ ବିଜୟୋଲ୍ଲାସ ପାଳିଛନ୍ତି। ସେ କେବେ ହେଲେ ଜୀର୍ଣ୍ଣଶୀର୍ଣ୍ଣ ଜରାବ୍ୟାଧି ଆଡକୁ ନଜର ନିକ୍ଷେପ ନ କରି ସଦ ସର୍ବଦା ସବୁଜ ସୃଷ୍ଟି ରେ ମଜ୍ଜି ରହିଥାନ୍ତି।

ଓଡ଼ିଆ ଭାଷା ସାହିତ୍ୟରେ ଜଣେ ପଥୀକୃତ ଶ୍ରଷ୍ଠା ଭାବେ ଲେଖିକା ଶ୍ରୀମତୀ ଇନ୍ଦୁପ୍ରଭା ବିଶ୍ୱାଳ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ସେ ବିଶ୍ୱାସ କରନ୍ତି କର୍ମରେ କର୍ତ୍ତବ୍ୟ ହିଁ ଈଶ୍ୱର ସତ୍ୟପ୍ରେମ ଈଶ୍ୱର ଓ ସମୟ ପ୍ରତି ସେ ଯଥେଷ୍ଟ ସଚେତନ।
ସେ ହେଉଛନ୍ତି ଶ୍ରଦ୍ଧା ର ଗନ୍ତାଘର।ଜଣେ ଶ୍ରଦ୍ଧା ବାନ ସଚ୍ଚା ସାରସ୍ୱତ ସାଧିକା ଓ ସଂଗଠନ ସମ୍ପାଦିକା ଭାବରେ ତ୍ୟାଗ ଏବଂ ନିଷ୍ଠା କୁ ଆଦରି ସମସ୍ତଙ୍କ ର ପ୍ରିୟ ଭାଜନ ହୋଇପାରିଛନ୍ତି ସେଥିପାଇଁ ଭଗବାନ ଶ୍ରଦ୍ଧା ସମ୍ପର୍କରେ ଶ୍ରୀମଦ ଭଗବତ ଗୀତା ରେ ଲେଖିଛନ୍ତି-
“ସତ୍ଵାନୁରୂପା ସର୍ବ୍ୟ ଶ୍ରଦ୍ଧା ଭବତୀ ଭାରତ
ଶ୍ରଦ୍ଧା ମୟୋରୟଂ ପୁରୋଷୋ ଯୋଯଛ୍ରଦ୍ଧିଃ ସଏ ବସ୍ଃ
ଜଣେ ଗୁଣଜ୍ଞ ବ୍ୟକ୍ତି ଭାବରେ ସମାଜରେ ପୂଜ୍ୟପୂଜା ର ଯୋଜନ ଦିଗରେ ତାଙ୍କର ରହିଛି ଚୁମ୍ଭକୀୟ ଆକର୍ଷଣ ଯେଉଁଥି ପାଇଁ ଛାତ୍ର, ଶିକ୍ଷକ, ଅଭିଭାବକ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି। ତାଙ୍କ ପାଖରେ ଯେଉଁ ଚୁମ୍ବକୀୟ ଆକର୍ଷଣ ରହିଛି ତାହା ସୂର୍ଯ୍ୟୋଦୟ ପରିବାର ବେଶ ଉପଲବ୍ଧି କରିଛି।

ସର୍ବ ଶେଷରେ ତାଙ୍କର ଚଲାପଥ ପୁଷ୍ପିତ ହେଉ ଏବଂ ଓଡ଼ିଆ ଭାଷା ସାହିତ୍ୟ ରେ ଏକ ମାଇଲ ଖୁଣ୍ଟ ହୋଇ ଆମ ସମସ୍ତଙ୍କୁ ପ୍ରେରଣା ବାଣ୍ଟନ୍ତୁ ,ଆମ୍ଭ ମାନଙ୍କୁ ସୁ ପରାମର୍ଶ ଓ ସୁ ମାର୍ଗ ସଂଦର୍ଶନ କରାନ୍ତୁ ଏହାହିଁ କାମନା। ଶେଷରେ ସଂସ୍କୃତ ର ଅମରବାଣୀ ତାଙ୍କ ଉଦ୍ଧେଶ୍ୟରେ କୁହାଯାଇପାରେ

“ରମ୍ୟାନ୍ତର କମଳିନୀ ହରିତୈ ସରୋଭିଃ
ଛାୟା ଦ୍ରମୈନୟମିତାର୍କ ମୟୁଖ ତାପଃ।
ଭୟାତ କୁ ଶେଶୟ ରଜୋ ମୃଦୁ ରେଣୁ ରସ୍ୟଃ
ଶାନ୍ତାନୁକୂଳ ପବନଶ୍ଚ ଶିବଶ୍ଚ ପନ୍ଥା।
ଅର୍ଥାତ ଆପଣଙ୍କ ଚଲାପଥ କମଳ ଦଳ ଶିହରିତ ସରୋବର ଦ୍ୱାରା ମନୋହରୀ ହେଉ,ତରୁ ରାଜିରେ ନିବିଡ଼ ଛାୟା ରେ ସୁର୍ଯ୍ୟୋତାପ ସଂଯତ ହେଉ,ପଦ୍ମରାଗରେ ପଥ ର ସ୍ପର୍ଶ କୋମଳ ହେଉ,ଶାନ୍ତ ଆନୁକୂଲ୍ୟ ପବନରେ ପଥ ଶିବମୟ ହେଉ।

ସାରସ୍ୱତ ନିବାସ ର ଠିକଣା-
ଗ୍ରାମ-ଚନ୍ଦ୍ରଧ୍ୱଜପୁର,ପୋଷ୍ଟ-ଭରାଳ,ଜିଲ୍ଲା-ଜଗତସିଂହପୁର
ଭ୍ରାମ୍ୟଭାସ- +91 6371 936 339

 887 total views,  2 views today