*ସୃଷ୍ଟିରେ ତୁମର କରେ ଆବିଷ୍କାର*
ସୃଷ୍ଟିରେ ତୁମର କରେ ଆବିଷ୍କାର
ଶକ୍ତି ସ୍ଥିତି ପ୍ରେମ ଭାବ,
ଜଣାଏ ପ୍ରକୃତି ଅପାର ଶକତି
କରେ ଯାହା ଅନୁଭବ,
ମହାକାଳ ଅନୁରୂପ,
ସୃଷ୍ଟିକୁ ତୁମର ଚାଳ ନିରନ୍ତର
ସୁରକ୍ଷା କର ସମ୍ଭବ।
ଉତ୍ତାପ ଆଲୋକ ସୂର୍ଯ୍ୟ ବିତରକ
ମେଘ ବରଷଇ ପାଣି,
ଜୀବନକୁ ରଖେ ସଂସାରର ସୁଖେ
ଅନୀଳ ବହଇ ଜାଣି,
ତୁମେ ବିଶ୍ୱ ଚିନ୍ତାମଣି,
ଏକ ଏକ ଶକ୍ତି ସଂସାର ବିପତ୍ତି
ଟାଳଇ ଇସାରେପୁଣି।
ପ୍ରକୃତି ଦର୍ଶନେ ଭାବନାରୁ ମନେ
ଜାତ ହୁଏ ଆସ୍ଥା ଭାବ,
ଅନନ୍ତ ଶକତି, ତୁମ ଅନୁଭୂତି
ଅନୁଭବେ ହିଁ ସମ୍ଭବ,
ଆନେ ଯହା ଅସମ୍ଭବ!
ଯାହା ମୁଁ ଭାଳଇ ବଚନ ବଳଇ
ବୃଥା ଅହଙ୍କାର ଭାବ।
ଟାଙ୍ଗରା ଭୂଇଁରେ କଅଁଳ ଦୂବରେ
ଧରା ହୁଏ ଆଚ୍ଛାଦନ,
ଶୁଖିଲା ବୀଜରେ ତୁମରି ଯାଦୁରେ
ଭ୍ରୁଣ କରେ ଅବସ୍ଥାନ,
ଗିରି ଶିରେ ନିର୍ଝରଣ,
ମରୁରେ ମେରୁରେ ଜୀବନ ସଞ୍ଚରେ
ଅବିଶ୍ୱାସ ଅକାରଣ।
ସର୍ବ ଶକ୍ତିମାନ ସର୍ବ ବିଦ୍ୟମାନ
ସର୍ବଜାଣ ଅନ୍ତର୍ଯ୍ୟାମୀ,
ଅହଙ୍କାର ମୋର ହେଉ ପ୍ରଭୁ ଦୂର
ନ ହେବି ମୁଁ ଅଭିମାନି,
ନ କରିବି ଭ୍ରମ କରି ଯିବି କର୍ମ
ଭଜି ନିତ୍ୟ ତୁମ ବାଣୀ।
*************************
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪
ସ୍ୱରଚିତ*******************
323 total views, 1 views today
Thanks for the sharing your knowledge and details its extremely
useful and easy to understand.
Loved the writing! I will certainly now be back to visit more often.
great and remarkable blog. I truly want to thanks,
for giving us better info.
It feels nice to discover an excellent short article.
terrific and remarkable blog site. I truly wish to thanks,
for providing us far better information.
This website was? how do you say it?
Relevant!! Finally I’ve found something that helped me.
Many thanks!