“ବିଷମ ସମୟ”(ଜୟ କୁମାର ମିଶ୍ର)
ଫଗୁଣ ଆସିଲା, ବସନ୍ତ ହସିଲା
ମଳୟ ବହିଲା ଧୀରେ,
ବଉଳ ଫୁଲର, ଶୋଭିତ ହୋଇଲା
ପେନ୍ଥା ପେନ୍ଥା ହୋଇ ବାରେ ll(1)
କୋଇଲି ଗାଇଲା ମଧୁର ସ୍ଵନରେ
କୁହୁ କୁହୁ ସ୍ଵନ ତାନ,
ଦୂର ଦେଶ ଯାଏ, ମହକ ଛୁଟିଲା
ସାଥେ ଭ୍ରମର ଗୁଞ୍ଜନ ll(2)
ନବ ପଲ୍ଲଵରେ ପଲ୍ଲବିତ ହେଲା
ଶାଖା ପ୍ରଶାଖାରେ କେତେ,
ସବୁଜ ସୁଷମା ଦେଲା ଅନୁପମା
ବାଟୋଇ ଅଟକେ ପଥେ ll(3)
ବିଦାୟ ମାଗୁଛି, ଶୀତ ଯିବାପାଇଁ
ଉତ୍ତାପର ଝାଂଜି ବାଆ,
ଦିନ ଦଶ ଘଡି, ତତାଏ ଭୁବନ
ତାତାଏ ଗ୍ରୀଷ୍ମର ନିଆଁ ll(4)
ଦାଉ ସାଧୁ ଆଛି, ଅସହଯୋଗରେ
ଅଘୋଷିତ ବିଦ୍ୟୁତ କାଟ,
ବୁଢା ଠାରୁ ପିଲା ହୁଏ ହନ୍ତୁ ସନ୍ତ
ଆକୁଳରେ ଛଟ ପଟ ll(5)
ନଈ ବନ୍ଧ ସବୁ, ଶୁଖିଲା ଟାଙ୍ଗରା
ଜଳ ଅଭାବର କଷ୍ଟ,
ଗାଈ ଗୋରୁ ଜୀଵ, ପ୍ରାଣୀ ଜଗତଟି
ଡହଳ ବିକଳେ ନାଟ ll(6)
ପୂଣ୍ୟ ପରଵର, ଆଗ୍ରହ ଉନ୍ନମାଦ
ଫିକା ପଡି ଯାଏ ଏବେ,
ଫଗୁ, ଫଗୁଣର, ରଙ୍ଗର ରଙ୍ଗୋଲି
ସରାଗ ବିରାଗ ଭବେ ll(7)
ମନର ସରସ, ହସ ଖୁସି ମଜା
ମନରେ ସମାଧି ହୁଏ,
ଜନମ ମରଣ, ଭାବ ଭାବନାରେ
ଦିନ ଆସି ଦିନ ଯାଏ ll(8)
ଦିନଟିଏ ଗଲେ, ଯୁଗ ପରି ଲାଗେ
ବିଷମ ସମୟ ଏବେ,
ପାଦ କାଢିବାକୁ, ମନ କୁନ୍ତୁ କୁନ୍ତୁ
କାଳ କାଳ ବକ୍ଷେ ଥିବେ ll(9)
ପ୍ରକୃତି ବିକୃତି, ସବୁଠି ହେଲାଣି
ଅଧର୍ମ ଛଡାର ନାଟ,
ଭରସା ତୁଟଇ, ଆପଣା ପରଠି
ମହା ଚଞ୍ଚକର ଭେଟ ll(10)
ଆପଣା ହାତରେ ଜିହ୍ୱା କାଟୁ ଅଛେ
ସବୁ ଜାଣି ଶୁଣି ନର,
ଅଜ୍ଞାନ ଅନ୍ଧlରେ, ଘୁରି ବୁଲୁ ଅଛେ
ଚେତନାକୁ କରି ଦୂର ll(11)
************************
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା
ଡାକ-ଗଡିବନ୍ଧା, ମାଧ୍ୟମ-କାଶୀନଗର
ଜିଲ୍ଲା-ଗଜପତି, ଓଡିଶା, 751206
ଯୋଗାଯୋଗ, 6372127449
519 total views, 1 views today
Nice respond in return of this matter with solid arguments and
explaining all about that.
Howdy! Do you know if they make any plugins to safeguard against hackers?
I’m kinda paranoid about losing everything I’ve worked hard on. Any suggestions?
It is perfect time to make some plans for the future and it’s time to
be happy. I’ve read this post and if I could I want to
suggest you few interesting things or tips. Maybe you can write next articles referring to this article.
I wish to read even more things about it!