February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*ହେ ଚକ୍ରଧାରୀ ଶୁଣ ହେ ଗୁହାରି* —*ସ୍ନିଗ୍ଧା ସାମନ୍ତରାୟ,

*ହେ ଚକ୍ରଧାରୀ ଶୁଣ ହେ ଗୁହାରି

ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ
ଅଵ୍ୟକ୍ତ ବେଦନା କିଛି
ସଂସାର ସୁଅରେ ଭାସମାନ ସ୍ଥିତି
କୂଳର ସନ୍ଧାନେ ଅଛି ।

ଚଞ୍ଚଳ ମନଟି ଝୁରୁ ଥାଏ ନିତି
ସତ୍ୟର ପ୍ରଦୀପ ଜାଳି
ଭୌତିକ ମଞ୍ଚରେ ସନ୍ଦେହ ଜୀବନ
ଯୁପ କାଠି ସମ ଜଳି ।

ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ
ଖୋଜୁଛି ମାୟା ମନ୍ଦିରେ
ଦରଦୀ ହୃଦୟେ ବେଦ ଧ୍ଵନି ତୁମେ
ଚିତ୍ତ ଅନନ୍ତ ଶଯ୍ୟାରେ ।

ବିରହ ମିଳନ ତୁମ ସଙ୍ଗେ ମୋର
ପ୍ରେମର ମାଧୁର୍ଯ୍ୟ ସାଥେ
ନିରାଶ ଜୀବନେ ଦୃଷ୍ଟି ବୃନ୍ଦାବନେ
ଆଶାର ନିର୍ବାଣ ପଥେ ।

ବ୍ୟାକୁଳ ପରାଣ ମାନସ ମନ୍ଥନ
ନିଶବ୍ଦରେ କିଛି ଛବି
ସାଧନା ଆସନୁ କମ୍ପିତ ଲାଗଇ
ସୂକ୍ଷ୍ମ ଚେତ ଅନୁଭବୀ ।

ବିଶ୍ୱାସ ବନ୍ଧନେ ବାନ୍ଧି ଦେଲ ତୁମେ
ଅଭିମାନ ଭରି ଦେଇ
ମନ ପକ୍ଷୀ ନିତି ଘୁରି ବୁଲେ ଦେଖ
ଦିଗହଜା ଶୂନ୍ୟେ ଯାଇ ।

ସର୍ବଦା ପରୀକ୍ଷା ଦେଉ ଥିବି ମୁହିଁ
ପରିକ୍ଷକ ତୁମେ ମୋର
କର୍ତ୍ତବ୍ୟ ଖାତାଟି ତୁମ ପାଶେ ଅଛି
ଫଳଟି ତୁମ ହସ୍ତର ।

କାହିଁକି କେଜାଣି ପରସ୍ପର ପ୍ରୀତି
ବଢେ ସଂସାର ଭୁବନେ
ବହୁ ଜନ୍ମର ଦାସ ପଣ ଭାବଟି
ବିକଶିଲା ଏଇ ଜନ୍ମେ ।

ଶୁଣହେ ଗୁହାରୀ ପ୍ରଭୁ ଚକ୍ରଧାରୀ
ତଥାପିତ ଅବଶୋଷ
ଥରଟିଏ ପାରି କରହେ ନାଉରୀ
ଉର୍ଦ୍ଧ୍ବଗତି ବ୍ରହ୍ମ ସ୍ପର୍ଶ ।

ଜୀବନ ଯମୁନା କରୁଛି କାମନା
ପ୍ରଭୁ ପାଦ ସ୍ପର୍ଶ ପାଇଁ
ଜୀବ ପରମର ମହାମିଳନଟି
ପୂର୍ଣ୍ଣତା ଲଭିବ ଯାଇଁ ।

*ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର ।*

 5,988 total views,  1 views today

2 thoughts on “*ହେ ଚକ୍ରଧାରୀ ଶୁଣ ହେ ଗୁହାରି* —*ସ୍ନିଗ୍ଧା ସାମନ୍ତରାୟ,

  1. I’ve been exploring for a little bit for any high quality articles or weblog posts
    in this kind of area . Exploring in Yahoo I eventually stumbled upon this site.

    Studying this information So i’m glad to exhibit that I’ve
    an incredibly excellent uncanny feeling I discovered exactly what I needed.

    I so much indisputably will make sure to do not forget
    this web site and provides it a look on a constant
    basis.

    Feel free to visit my page – CBD for dogs

  2. Have you ever thought about including a little bit more than just
    your articles? I mean, what you say is fundamental and everything.
    However think of if you added some great pictures or videos
    to give your posts more, “pop”! Your content is excellent but with images and video clips, this site could undeniably be one of the most beneficial in its niche.
    Awesome blog!

Leave a Reply

Your email address will not be published. Required fields are marked *