ପ୍ରେମ ହିଁ କେବଳମ୍
**********************
ମରୁଭୂମିର ଅଫେରା ବାଟୋଇ ପରି
ରାସ୍ତା ର ମୋଡ଼ ବଦଳେଇ ପାରେ ।
ସ୍ଥିର ମେରୁ କୁ ଅଚଳ କରି
ତା ହୃଦୟ କୁ ଦୋହଲାଇ ପାରେ
ପ୍ରେମ ହିଁ କେବଳମ୍ ।
ଭଙ୍ଗା ହୃଦୟ ର ମଲମ ପରି
କୋମଳ ଛୁଆଁରେ ଯୋଡ଼ି ଦେଇ ପାରେ ।
ବରଫ ଖଣ୍ଡର ପାହାଡ କରି
ଉଷୁମ ତାତି ରେ ତରଳାଇ ପାରେ
ପ୍ରେମ ହିଁ କେବଳମ୍ ।
ଜଟିଳ ଜୀବନ କୁ ସରଳ କରି
ନିମିଷକରେ ଗଢ଼ି ତୋଳି ପାରେ ।
କଣ୍ଟକିତ ଜୀବନକୁ ଫୁଲ ପାଖୁଡ଼ା ପରି
ପ୍ରେମ ର ବନ୍ଧନେ ସଜାଇ ପାରେ
ପ୍ରେମ ହିଁ କେବଳମ୍ ।
ମହାବଳୀ ବାଘକୁ ଆୟତ୍ତ କରି
ନିଜ ଅକ୍ତିଆର ରେ ସୁପ୍ତ କରି ପାରେ ।
କୋମଳ ଶିଶୁକୁ ମାଆ ଟିଏ ପରି
ପଣତ କାନିରେ ଢାଙ୍କି ଦେଇ ପାରେ
ପ୍ରେମ ହିଁ କେବଳମ୍ ।
ଅଶାନ୍ତିର କରାଳ କାଳିମାକୁ ଲୁପ୍ତ କରି
ଶାନ୍ତିର ସ୍ତୁପ ଗଢ଼ି ପାରେ ।
ହସମୁକ୍ତ ବଦନରେ ଖୁସି ଭରି
ଲକ୍ଷ୍ୟ ହାସଲର ଚିହ୍ନ ସୃଷ୍ଟି କରେ
ପ୍ରେମ ହିଁ କେବଳମ୍ ।
ନାମ – ବର୍ଷା ରାଣୀ ସାହୁ
ଜିଲ୍ଲା – ଗଞ୍ଜାମ