March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ହାତଗୁଞ୍ଜା- ସ୍ୱପ୍ନାମଞ୍ଜରୀ ପାଢ଼ୀ

*ହାତଗୁଞ୍ଜା*

ପୁଣ୍ୟଭୂମି ଏଇ ଭାରତ ବର୍ଷରେ
ଉଡ଼ଇ ପାପ କେତନ
ଅଧର୍ମ ରାଜନ ବିଜେ କରିଅଛି
ନାସି ସବୁରି ଜୀବନ।।

ମୃଗପରି ଆମେ ଖୋଜୁଛେ କସ୍ତୁରୀ
ଅଧର୍ମ ହେଲା ଦର୍ଶନ
ସବୁରି ମନରୁ ଜାତ ଏ ଅଧର୍ମ
କେହି ନୁହେଁ ଭିନ୍ନାଭିନ୍ନ।।

ହାତଗୁଞ୍ଜାର ଲେଲିହାନ ଶିଖା
ନେବ ସବୁରି ପରାଣ
ତାହାରି ପ୍ରଭାବେ ସିରାଜୁ ହାରିଲା
ମିରଜାଫର (ହେଲା) ରାଜନ।।

ରାଜ ସରକାର ଅମଲା ଓକିଲ
ହେଉ ଅବା ବିଚାରକ
ଥାଳ ଧରି ହସ୍ତେ ଶିକ୍ଷିତ ମାଗନ୍ତି
ଆମକୁ ଦିଅହେ ଭିକ।।

କିଏ ଦିଏ ଧନ କିଏବା ସମ୍ମାନ
କିଏ କରେ ଦେହଦାନ
କି କରୁଛ ତୁମ୍ଭେ ଶିକ୍ଷିତ ଗୋଷ୍ଠୀହେ
ଏହା କି ଶିକ୍ଷା ର ମାନ।।

ମନ୍ତ୍ରୀ ଦୁଆରରେ କାନ୍ଦଇ ବେକାରୀ
ବ୍ୟାଙ୍କ ଆଗେ କାନ୍ଦେ ଚାଷୀ
କରନାହିଁ ତୁମେ ଗୁଞ୍ଜା କାରବାର
ସବୁତ ନେଲଣି ଶୋଷି ।।

କ୍ଷମତାର ଲୋଭ ସଭିଙ୍କୁ ଗ୍ରାସିଛି
ସଭିଏଁ ଏଠି ପାଗଳ
ସାକୀ ସୁରା ଆଉ ହାତଗୁଞ୍ଜା ଦେଇ
କରନ୍ତି କାର୍ଯ୍ୟ ହାସଲ ।।

ଶୁଭେନାହିଁ ଏଠି ଚାଷୀ ବେକାରୀର
ହୃଦ ବିଦାରକ ସ୍ୱର
ସବୁ ଦେଖୁଛନ୍ତି ଜଗତ କରତା
ପାଇବ ନାହିଁ ନିସ୍ତାର।।

ଇତିହାସେ ଦେଖ ହୋଇଅଛି ଲେଖା
ଛାତ୍ର ଗୌରବ ରାଜି
ଆଜି କାହିଁ ପାଇଁ ମଉନ ହେ ତୁମେ
କାହିଁକି ଉଠୁନ ତେଜି।।

ଜାଗିଉଠ ତୁମେ ଯେତେ ନରନାରୀ
ଜାଳିଦିଅ ଦାବାନଳ
ପ୍ରକମ୍ପିତ ହେଉ ଗଗନ ପବନ
ଆନ୍ଦୋଳିତ ହେଉ ଜଳ।।

ଭୂମିକମ୍ପେ ସବୁ ଭୁଶୁଡି ପଡିବ
ମରିବେ ରାକ୍ଷସ କୃମ
ପାପି ଦୁର୍ଯ୍ୟୋଧନ କରିବ ପ୍ରାଶ୍ଚିତ
ଉପୁଡିବ ଦୁର୍ନୀତି ଦ୍ରୁମ ।।


ସ୍ୱପ୍ନାମଞ୍ଜରୀ ପାଢ଼ୀ
ଯୁକ୍ତ-୩ ତୃତୀୟ ବର୍ଷ (ପଦାର୍ଥ ବିଜ୍ଞାନ ସମ୍ମାନ)
ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ

Loading

39 thoughts on “ହାତଗୁଞ୍ଜା- ସ୍ୱପ୍ନାମଞ୍ଜରୀ ପାଢ଼ୀ

  1. Hello everyone, it’s my first visit at this
    website, and piece of writing is genuinely fruitfuul designed for me, keep
    up posting such articles or reviews.

  2. ନୂତନ କ୍ରାନ୍ତି ,ନୂତନ ଚିନ୍ତା , ନୂତନ ବିଷୟବସ୍ତୁ । ଖୁବ୍ ସୁନ୍ଦର ଏବଂ ବିପ୍ଲବୀ କବିତା ଶୁଭେଚ୍ଛା ଓ ଶୁଭାଶିଷ

  3. ବାଃ ଚମତ୍କାର କବିତା ।ମନକୁ ଛୁଇଁଲା। ନିରାଟ ସତ୍ୟ ଵିନା ହାତ ଗୁଞାରେ କିଛି ହେଉନି। କଵିତାଟି ଵେଶ ମମସ୍ପର୍ଶୀ।

  4. ବାଃ ଚମତ୍କାର କବିତା। ମନକୁ ଛୁଇଁଗଲା। ଯାହା ପ୍ରତ୍ଯକ୍ଷ ଭାବରେ ଦେଖୁଛୁ ସବୁ ସ୍ଥାନ ରେ।

  5. ପୁରା ପୁରି ସତ କଥା କହିଲ ଭଉଣୀ ବିନା ହାତ ଗୁଞ୍ଜାରେ ଏଠି କିଛି କାମ ହଉନି , ଭଦ୍ରାମି , ସଚ୍ଚୋଟତା ର ମୁଖା ର ଆଢ଼ୁଆଳରେ ଏଠି ସବୁକିଛି ଚାଲିଛି । ଏଠି କହିବ କାହାକୁ ଶୁଣିବ ବା କିଏ ???

  6. ଖୁବ ସୁନ୍ଦର କବିତା, ସମାଜ ର ଆମୁଳ ଚୁଳ ପରିବର୍ତନ ହାତ ଗୁଞ୍ଜା କବିତା ର ମୁଖ୍ୟ ସ୍ୱର, ଧନ୍ୟବାଦ କବି

  7. ବାଃ ଅତି ଚମତ୍କାର l ବହୁତ ସୁନ୍ଦର ଏ କବିତା l

Leave a Reply to Shraddha suman Cancel reply

Your email address will not be published. Required fields are marked *