*ହାତଗୁଞ୍ଜା*

ପୁଣ୍ୟଭୂମି ଏଇ ଭାରତ ବର୍ଷରେ
ଉଡ଼ଇ ପାପ କେତନ
ଅଧର୍ମ ରାଜନ ବିଜେ କରିଅଛି
ନାସି ସବୁରି ଜୀବନ।।

ମୃଗପରି ଆମେ ଖୋଜୁଛେ କସ୍ତୁରୀ
ଅଧର୍ମ ହେଲା ଦର୍ଶନ
ସବୁରି ମନରୁ ଜାତ ଏ ଅଧର୍ମ
କେହି ନୁହେଁ ଭିନ୍ନାଭିନ୍ନ।।

ହାତଗୁଞ୍ଜାର ଲେଲିହାନ ଶିଖା
ନେବ ସବୁରି ପରାଣ
ତାହାରି ପ୍ରଭାବେ ସିରାଜୁ ହାରିଲା
ମିରଜାଫର (ହେଲା) ରାଜନ।।

ରାଜ ସରକାର ଅମଲା ଓକିଲ
ହେଉ ଅବା ବିଚାରକ
ଥାଳ ଧରି ହସ୍ତେ ଶିକ୍ଷିତ ମାଗନ୍ତି
ଆମକୁ ଦିଅହେ ଭିକ।।

କିଏ ଦିଏ ଧନ କିଏବା ସମ୍ମାନ
କିଏ କରେ ଦେହଦାନ
କି କରୁଛ ତୁମ୍ଭେ ଶିକ୍ଷିତ ଗୋଷ୍ଠୀହେ
ଏହା କି ଶିକ୍ଷା ର ମାନ।।

ମନ୍ତ୍ରୀ ଦୁଆରରେ କାନ୍ଦଇ ବେକାରୀ
ବ୍ୟାଙ୍କ ଆଗେ କାନ୍ଦେ ଚାଷୀ
କରନାହିଁ ତୁମେ ଗୁଞ୍ଜା କାରବାର
ସବୁତ ନେଲଣି ଶୋଷି ।।

କ୍ଷମତାର ଲୋଭ ସଭିଙ୍କୁ ଗ୍ରାସିଛି
ସଭିଏଁ ଏଠି ପାଗଳ
ସାକୀ ସୁରା ଆଉ ହାତଗୁଞ୍ଜା ଦେଇ
କରନ୍ତି କାର୍ଯ୍ୟ ହାସଲ ।।

ଶୁଭେନାହିଁ ଏଠି ଚାଷୀ ବେକାରୀର
ହୃଦ ବିଦାରକ ସ୍ୱର
ସବୁ ଦେଖୁଛନ୍ତି ଜଗତ କରତା
ପାଇବ ନାହିଁ ନିସ୍ତାର।।

ଇତିହାସେ ଦେଖ ହୋଇଅଛି ଲେଖା
ଛାତ୍ର ଗୌରବ ରାଜି
ଆଜି କାହିଁ ପାଇଁ ମଉନ ହେ ତୁମେ
କାହିଁକି ଉଠୁନ ତେଜି।।

ଜାଗିଉଠ ତୁମେ ଯେତେ ନରନାରୀ
ଜାଳିଦିଅ ଦାବାନଳ
ପ୍ରକମ୍ପିତ ହେଉ ଗଗନ ପବନ
ଆନ୍ଦୋଳିତ ହେଉ ଜଳ।।

ଭୂମିକମ୍ପେ ସବୁ ଭୁଶୁଡି ପଡିବ
ମରିବେ ରାକ୍ଷସ କୃମ
ପାପି ଦୁର୍ଯ୍ୟୋଧନ କରିବ ପ୍ରାଶ୍ଚିତ
ଉପୁଡିବ ଦୁର୍ନୀତି ଦ୍ରୁମ ।।


ସ୍ୱପ୍ନାମଞ୍ଜରୀ ପାଢ଼ୀ
ଯୁକ୍ତ-୩ ତୃତୀୟ ବର୍ଷ (ପଦାର୍ଥ ବିଜ୍ଞାନ ସମ୍ମାନ)
ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ

17 thoughts on “ହାତଗୁଞ୍ଜା”
  1. ବାଃ ଅତି ଚମତ୍କାର l ବହୁତ ସୁନ୍ଦର ଏ କବିତା l

  2. ଖୁବ ସୁନ୍ଦର କବିତା, ସମାଜ ର ଆମୁଳ ଚୁଳ ପରିବର୍ତନ ହାତ ଗୁଞ୍ଜା କବିତା ର ମୁଖ୍ୟ ସ୍ୱର, ଧନ୍ୟବାଦ କବି

  3. ପୁରା ପୁରି ସତ କଥା କହିଲ ଭଉଣୀ ବିନା ହାତ ଗୁଞ୍ଜାରେ ଏଠି କିଛି କାମ ହଉନି , ଭଦ୍ରାମି , ସଚ୍ଚୋଟତା ର ମୁଖା ର ଆଢ଼ୁଆଳରେ ଏଠି ସବୁକିଛି ଚାଲିଛି । ଏଠି କହିବ କାହାକୁ ଶୁଣିବ ବା କିଏ ???

  4. ବାଃ ଚମତ୍କାର କବିତା। ମନକୁ ଛୁଇଁଗଲା। ଯାହା ପ୍ରତ୍ଯକ୍ଷ ଭାବରେ ଦେଖୁଛୁ ସବୁ ସ୍ଥାନ ରେ।

  5. ବାଃ ଚମତ୍କାର କବିତା ।ମନକୁ ଛୁଇଁଲା। ନିରାଟ ସତ୍ୟ ଵିନା ହାତ ଗୁଞାରେ କିଛି ହେଉନି। କଵିତାଟି ଵେଶ ମମସ୍ପର୍ଶୀ।

  6. ନୂତନ କ୍ରାନ୍ତି ,ନୂତନ ଚିନ୍ତା , ନୂତନ ବିଷୟବସ୍ତୁ । ଖୁବ୍ ସୁନ୍ଦର ଏବଂ ବିପ୍ଲବୀ କବିତା ଶୁଭେଚ୍ଛା ଓ ଶୁଭାଶିଷ

Leave a Reply

Your email address will not be published. Required fields are marked *