ହଡା ବଳଦ ଓ ମାଲିକ
ସୀମାଞ୍ଚଳ ପଣ୍ଡା
***********
ମାଲିକ ବୁଢ଼ା ରଖିଛି ହଡା-
ବଳଦ ଏକ ହଳ,
ଆହାର ପାଣି ଅଭାବ ପୁଣି
ଭାଙ୍ଗିଗଲାଣି ବଳ।୧।
ଖଟଣି ବେଶି ଦିବସ ନିଶି
କମାଏ ଦାନାପାଣି,
ଆଦାୟ ବେଶି କରଇ ଶୋଷି
ନଦିଏ ଜାଣି ଜାଣି।୨।
ଦିନଟା ସାରା ଲଙ୍ଗଳ ଧରା
ସଞ୍ଜରେଘରେଆଣି,
ଡଙ୍ଗାର ପାଶେ ବାନ୍ଧେ ହରସେ
ଯୋଗାଏ ଖାଲିପାଣି।୩।
ନଦିଏ ଦାନା କରଇ ମନା
କେହି ନ ଦିଏ ଆଣି,
ଆସିଲେ ଘରେ ଖାଲି ଡଙ୍ଗାରେ
ଭରି ଦିଅନ୍ତି ପାଣି।୪।
ଦିନକୁ ଦିନ ବିରସ ମନ
ଦୁର୍ବଳ ହୁଏ ଦେହ,
ବଳଦ ରୋଷ ବଢେ ବିଶେଷ
ନୟନୁ ଝରେ ଲୁହ ।୫।
ଘୂରିଲା ମଥା ହୋଇଲେ କଥା
ଟାଳିବା ତାର ଦମ୍ଭ,
ମାରିବା ନାତ କାଢିବା ବାତ
ଉପୁଡାଇବା ଖମ୍ବ ।୬।
ସତକୁ ସତ ମାରିଲେ ନାତ
ଶିଙ୍ଗରେଦେଲେଟାଳି,
ଖୁଣ୍ଟି ଉପାଡ଼ି ଗଲେ ଦଉଡ଼ି
ପଡ଼ିଲାହାଲୋହୋଳି।୭।
ମାନିଲେ ନାହିଁ କଥାକୁ ଯହିଁ
ଲୋକେ କରନ୍ତିଗାଳି,
ବଳଦ ଦାନ ମିଳେ ଭୋଜନ
ଭୋକଯାଏ ତାବଳି।୮।
ଖଟଣି ବେଶି ଦେଉଛ ଶୋଷି
ନଦିଅ ତାକୁ ଦାନା,
ପୂରିଲେ ପେଟ କରଇ ନାଟ
ଉଡ଼ଇ ଆମ ବାନା।୯।
ମାଲିକ ବୁଢା ହୋଇଲା ଛିଡ଼ା
କରିଛି ବଡ଼ ଭୁଲ,
ଦେବି ଆହାର ସେବା ତାହାର
ହେବଯେମିତି ତୁଲ।୧୦।
ଆହାରପାଣି ଗୋଦାମେ ଆଣି
ଯତନେ ଦେଲା ରଖି,
ଖୁସିରେ ପୋଷି ଚଳିଲା ହସି
ବଳଦ ହେଲେସୁଖି।୧୧।
****************************
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪।
ସ୍ୱରଚିତ**********************
369 total views, 1 views today