ନାରୀର ମହତ୍ତ୍ୱ
××××××××××××
ଝିଅ ରୂପେ ନାରୀ ଜନ୍ମ ନେଲେ ହୁଏ
ଲକ୍ଷ୍ମୀଙ୍କର ଆଗମନ,
ଦୁହିତା ସେ ଦୁଇ କୁଳ ପାଇଁ ହିତା
ସର୍ବାଗ୍ରେ ତାର ସମ୍ମାନ ।
ଭଉଣୀ ରୂପରେ ନାରୀଟେ ମନାସେ
ଭାଇ, ଭଉଣୀଙ୍କ ସୁଖ,
ସହନଶକ୍ତିର ଚଳନ୍ତି ପ୍ରତିମା
ପୃଥିବୀର ପ୍ରତିରୂପ ।
ଉପଭୋଗ୍ୟା ମାଂସପିଣ୍ଡୁଳା ନୁହେଁ ସେ
ଧର୍ମପତ୍ନୀ ପୁରୁଷର,
ନାରୀ ତ ଅଟଇ ଶକ୍ତି ସ୍ୱରୂପିଣୀ
ନୁହେଁ ସେ ଦୁର୍ବଳା, ଛାର ।
ମା’ ସାଜି ଦଶମାସ ଗର୍ଭେ ଧରି
ଜନମ ଦିଅଇ ନାରୀ,
ଆପଣା ଯୌବନ ତ୍ୟାଗ କରିଦେଇ
ପିଆଏ ଅମୃତ ବାରି ।
ପୁଅଟିଏ ଯେବେ ଚାଲଇ ଅବାଟେ
ଫରକ ପଡ଼େନା କିଛି,
ଝିଅ ଦୁଶ୍ଚରିତ୍ରା ହୋଇଲେ ସମ୍ମାନ
ଯାଏ ତ ମାଟିରେ ମିଶି ।
ନିଜ ହୃଦୟକୁ ତିଳ ତିଳ ଜାଳି
ତ୍ୟାଗ କରୁଥାଏ ନାରୀ,
ସମ୍ମାନ ଟିକିଏ ବି ତାକୁ ମିଳେନା
ପୁରୁଷ ସାଜେ ବଇରୀ ।
ନିର୍ଯ୍ୟାତନା ସହେ ଅତ୍ୟାଚାର ସହେ
ସହଇ ଶତ ଧିକ୍କାର,
ନିର୍ଦ୍ଦୋଷ ନିରୀହ ନିଷ୍ପାପ ହୋଇ ବି
ଭୋଗେ ଯନ୍ତ୍ରଣା ଅପାର ।
ଦୁର୍ବଳତା ନୁହେଁ ବଡ଼ପଣ ଏହା
ମହିୟସୀ ମହିଳାର,
ସମାଜ କହୁଛି ଅବଳା ଯାହାକୁ
ସେ ତ ଶକ୍ତିର ଭଣ୍ଡାର ।
ମୈତ୍ରୀ, ମୁକ୍ତି, ଭକ୍ତି, ଭୀତିରୂପା ନାରୀ
ମହିଷମର୍ଦ୍ଦିନୀ ଦୁର୍ଗା,
ମାଆ, ଭଉଣୀ, ବନ୍ଧୁ, ପତ୍ନୀ ରୂପରେ
ଅପୂରଣୀୟ ତା ଜାଗା ।
ନାରୀଙ୍କ ସମ୍ମାନ ହେଉ ଆମ କର୍ମ
ନାରୀ ଅଟେ ସର୍ବଂସହା,
ନାରୀର ବକ୍ଷରୁ ସଂସାର ଆରମ୍ଭ
ନାରୀ ବିନାଶେ ଦୁନିଆ ।
ପ୍ରିୟଦର୍ଶିନୀ ମହାପାତ୍ର
At this time I am going away to do my breakfast, when having my breakfast coming yetagain to read more news.
Excellent blog you have got here.. Itís hard to find high-quality writing like yours nowadays. I really appreciate people like you! Take care!!
I blog quite often and I seriously appreciate your content.The article has truly peaked my interest. I am going to book mark your blog and keep checking fornew information about once a week. I opted in for your RSS feedas well.
Thanks for a marvelous posting! I quite enjoyed readingit, you will be a great author.I will ensure that I bookmark your blog and will often come back in the future.I want to encourage you to definitely continueyour great work, have a nice morning!
Hi, of course this piece of writing is trulynice and I have learned lot of things from itconcerning blogging. thanks.Look into my blog :: Natural Burn Keto Pills