ଗ୍ରୀଷ୍ମ ତାପରେ ଜୀବନ
ସୁଜାତା ପତି
ୠତୁରାଜ ଗଲା ଗ୍ରୀଷ୍ମ ଆସିଲା
ଉତ୍ତପ୍ତ ହୁଅଇ ଧରା,
ଆଜି ଏ ଗ୍ରୀଷ୍ମରେ ଝାଞ୍ଜି ପବନରେ
ଅସହ୍ଯ ଲାଗୁଛି ଖରା।
ଓଡିଶା ଜଳୁଛି ତାତି ପବନ ରେ
ଦେହ ହାତ ପୋଡିଯାଏ,
ନିଷ୍ଠୁର ମଣିଷ ବୃକ୍ଷ ଲତା କାଟି
ଅନ୍ଯକୁ ଦାୟୀ କରାଏ।
ପ୍ରଭୁ ଦେଇଥିଲେ ବୁଦ୍ଧି ଓ ବିବେକ
ଅବିବେକୀ ହୋଇଗଲା,
ନିଜ ଗୋଡେ ନିଜେ କୁରାଢୀ ମାରିକି
ବୁଦ୍ଧି ଭ୍ରଷ୍ଟ ହୋଇଗଲା।
ସ୍ବାର୍ଥପର ହୋଇ ଜଙ୍ଗଲ କାଟିଲା
କଂକ୍ରିଟ ବଜାର କଲା,
ପଶୁ ପକ୍ଷୀ ଆଜି ବଡ ଦୁର୍ଦ୍ଦିନରେ
ତାଙ୍କ କଥା କେ ଭାବିଲା…?
ଗଡିଆ ଶୁଖିଲା ପୋଖରୀ ଶୁଖିଲା
ଶୁଖିଲା ନଦୀ ଓ ନାଳ,
ପଶୁ ପକ୍ଷୀ ମାନେ ଶୋଷରେ ଆତୁର
ମିଳୁନାହିଁ ଟୋପେ ଜଳ।
ତେଣୁ ବନ୍ଧୁମାନେ ଦାଣ୍ଡରେ ଛାତରେ
ଖାଦ୍ଯ ପାଣି ପାତ୍ର ରଖ,
ପକ୍ଷୀ ମାନଙ୍କର ଜୀବନ ବଞ୍ଚିବ
ମେଣ୍ଟିଯିବ ଶୋଷ ଭୋକ।
ଗୋଧୂଳି ବେଳାରେ ତାତି କମି ଯାଏ
ଶୀତଳ ପବନ ବହେ,
ସୁରୂଜ ବୁଡନ୍ତି ତାତି କମିଯାଏସ
ବୁ କ୍ଳାନ୍ତି ଦୂର ହୁଏ।
ଆଜି ଏ ସହରେ କାହିଁ ସେ ଗୋଧୂଳି
ଝୁରେ ମୁଁ ସେ ପିଲା ଦିନ,
ଉତ୍ତପ୍ତ ରୌଦ୍ରରେ ଗୋଧୂଳି ବିଲୀନ
କାଳ ବୈଶାଖୀ ର ଦିନ।
ଭୁବନେଶ୍ବର