◆ *ଅଭିଶପ୍ତ ମଣିଷର ବ୍ୟଥା-୦୧*◆
~~~~~~~~●~~~~~~~~
ସଚ୍ଚିଦାନନ୍ଦ ବେହେରା
————————————————
ଏକ ଏକାକିତ୍ୱ ବେଳରେ …..
ଏକାକିତ୍ୱ ବେଳାଭୂମି ରେ ….
ଏକୁଟିଆ ପଥିକ ଟା
ଦେଖ କେମିତି ଅନେଇଛି…
ଆଖିରେ ମେଞ୍ଚା ମେଞ୍ଚା ଲୁହ…..
ଘୋଟିବ ଘୋଟିବ ହେଉଛି
ମାତ୍ର ପରିସ୍ଥିତି ପ୍ରତୀକ୍ଷଣ ବାଧା ଉପରେ ବାଧା
ଅବରୋଧ ପରେ ଅବରୋଧ
ଶକ୍ତ ଚାବୁକ ଉପରେ ଚାବୁକ
କଟୁ କଥା ଉପରେ କଥା କହିଚାଲିଛି
ଏ ସବୁ ମୋ ପାଇଁ ନିତିଦିନିଆ…..
କିଛି ବଦଳିବାର ନାହିଁ ,
କିଛି ଆଶ୍ଚର୍ଯ୍ୟ ଘଟିବାର ନାହିଁ…
କି ମୋର ମୁକ୍ତି…. କେବଳ ହାସ୍ୟାସ୍ପଦ..
ବାସ୍ ଆଉ କିଛି ନୁହଁ….।।*
କେବେ ସମୟ ସ୍ରୋତରେ ତ
କେବେ ପାଉଁସିଆ ଆକାଶ ଆଉ
ଧୂସର ଭୂମି ଠାରୁ ଶୁଣି ଶୁଣି
ଏ କାନ ଦୁଇଟା ବି ବନ୍ଦ ହେବାକୁ କହିଲେଣି
ହେଲେ ମୁଁ ପା ଏକ ବଚନରେ ବନ୍ଧା …..!
କଣ ବା କରିଥାନ୍ତି….?
–ସଚ୍ଚିଦାନନ୍ଦ ବେହେରା