September 20, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

*ମୁଁ ଭଲ ମଣିଷଟିଏ ହେବି – ବିନୋଦିନୀ ଦାଶ*

ମୁଁ ଭଲ ମଣିଷଟିଏ ହେବି

—————————

ବିନୋଦିନୀ ଦାଶ

——————–

 

ଭଲ ମଣିଷଟେ ହେବି ମୁଁ ନିଶ୍ଚୟ

ଆଜିଠାରୁ ମନେ ଶପଥ ନେଇ,

ଶପଥ ପୂରଣେ ଲାଗି ପଡ଼ିଥିବି

ମନ ସଙ୍ଗେ କର୍ମକୁ ଯୋଡ଼ି ଦେଇ,

ବିପଥରୁ ସଦା ରହି ଦୂରେଇ,

କୋମଳ ମନରେ ସ୍ୱଚ୍ଛ ପବିତ୍ରତା

ଭାବକୁ ସର୍ବଦା ଧରି ଜଡ଼େଇ ।

 

ମୋ ଛୋଟ ମୁଣ୍ଡରେ ଯାହା ମୁଁ ଚିନ୍ତିବି

ତାହା ଭଲ ନିଶ୍ଚେ ମୋ ଦେଶ ପାଇଁ,

ସାଧନାର ପଥେ ଆଗେଇ ଚାଲିବି

ତାହାକୁ ସଫଳ କରିବା ପାଇଁ,

ଦୃଢ଼ ମନୋବଳ ହୃଦେ ବଢ଼ାଇ,

ଉଦ୍ୟମ ପ୍ରଚେଷ୍ଟା ସହ ଆଗେଇବି

ଈଶ୍ବରେ ଭକତି ଭାବ ଜଗାଇ ।

 

ପିତାମାତା, ଗୁରୁ, ଗୁରୁଜନେ ଭକ୍ତି

ଭାବ ନିରନ୍ତର ମନରେ ଭରି,

ତାଙ୍କ ହିତ ଉପଦେଶ ମାନୁଥିବି

ମୋ ପ୍ରତି କରମକୁ ଲକ୍ଷ୍ୟ କରି,

ଅଭୟ ପରଶ ମସ୍ତକେ ଧରି,

ନିଶ୍ଚୟ ହୋଇବି ଭଲ ମଣିଷଟେ

ଝରାଇ ନିଜର ସୁଗୁଣ ବାରି ।

 

ପର ଆପଣାର ଭେଦଭାବ କେବେ

ଆଙ୍କିବି ନାହିଁ ମୋ ମାନସପଟ୍ଟେ,

ସଭିଙ୍କୁ ଛନ୍ଦିବି ଆପଣାପଣରେ

ଯାହା ରହିଥିବ ସଦା ଅତୁଟେ,

ଜାଣିଛି ଏ ଲେଖା ମୋର ଲଲାଟେ,

କିପରି ନ ହେବ ମୁଁ ପରା ଏକ

ଚେତନ ସୃଷ୍ଟିଟେ ଏ ଧରା ପୃଷ୍ଟେ ।

 

ଦୀନ ଅସହାୟ ଦୁଃଖୀରଙ୍କୀ ସେବା

ହୋଇବ ମୋହର ଜୀବନ ବ୍ରତ,

ଯେତେ ବି ବିପଦ ଆସିଲେ ପଥରେ

କେବେ ହେବିନି ବିବ୍ରତ, ବିଚ୍ୟୁତ,

ମନ ରଖିଥିବି ସଦା ଜାଗ୍ରତ,

ସଭିଙ୍କର ଆଶୀର୍ବାଦ ଧରି ମାଥ

ସଫଳ ହୋଇବ ମୋ କର୍ମ ପଥ ।

 

କେବେ ଭୁଲିବିନି ନୀତି ଆଦରଶ

ସତ୍ୟ ସାଥିରେ ସଦା ରହିଥିବି,

ଦୟା, କ୍ଷମା ଗୁଣେ ମଧୁର ବଚନେ

ସଭିଙ୍କ ହୃଦୟ ନିଶ୍ଚେ ଜିଣିବି,

ସଭିଙ୍କୁ ଏକତା ମନ୍ତ୍ରେ ମନ୍ତ୍ରିବି,

ଯେତେସବୁ ମୋର ସୁଗୁଣ ପରଷି

ମୁଁ ଭଲ ମଣିଷଟିଏ ହୋଇବି ।

 

ବିନୋଦିନୀ ଦାଶ

 37 total views,  2 views today

Leave a Reply

Your email address will not be published. Required fields are marked *