*ବାଃରେ ଧନ*
କିଛି ଦେଉ ଥିଲେ ଉପହାର କିଛି କରୁ ଥିଲେ ତିରସ୍କାର,
ଆଉ କେହି କେହି କହୁ ଥିଲେ କଥା
ଯେମିତି ପଥର ଗାର,,
ନା ଥିଲା ମୋ ପାଖେ ଧନ ଅବା ମାନ
ସୁନ୍ଦର ଜୀବନ ଶୈଳି
ଥିଲା ମୋ ପାଖେ ମା ର ମମତା
ବାପା ର ଆଶିଷ ଭଳି,
ପରିବର୍ତ୍ତନ ର ଦୁନିଆଁ ଇ ଏ
ହେଲା କିଛି ଏଇମିତି
ଭାଗ୍ୟ ବଦଳିଲା ଧନ ମାନ ସବୁ
ଆସି ଦେଲେ ଉପସ୍ଥିତି,,
ଗଣା ହେଲା ଯେବେ ଶ୍ରେଷ୍ଠ ମଧ୍ୟେ
ବଢ଼ିଗଲା ସନମାନ
ହୀନ ଚକ୍ଷୁ ରେ ଦେଖୁଥିଲେ ଯେତେ
ଦେଖି ଚକିତ ହେଲେ ଧନ,,
କରୁ ଥିଲେ ଯେତେ ତିରସ୍କାର
ଆଣି ଦେଉଛନ୍ତି ଉପହାର
ଭାବେ ମୁହିଁ ଆଜି
ବାଃ ରେ ଦୁନିଆଁ ସମାଜର ଏ ଯେ ଚମତ୍କାର,
ଆଜିବି ମୋର ମନେ ପଡେ
କିଛି ଦେଉ ଥିଲେ ଉପହାର
କିଛି କରୁ ଥିଲେ ତିରସ୍କାର।
❤️ସୀମା❤️
235 total views, 1 views today