ଖରାଦିନ

 

ଧୀରେଧୀରେ ଆସିଯାଏ ଖରାଦିନ

ଫାଲଗୁନ ମାସପରେ।

ନାଳ ନଈ ପୋଖରୀ ଶୁଖାଇ

ଚାଲିଯାଏ ତା ବାଟରେ ll

 

ସୂର୍ଯ୍ୟଙ୍କ ତେଜ ହୁଅଇ ପ୍ରଖର

ଜଳହୁଏ ବାଷ୍ପୀଭୂତ।

କଷ୍ଟଦାୟକ ଗରମ ପବନ

ମନକୁ କରେ ଭ୍ରମିତ ll

 

ଝାଳ ବହୁଥାଏ ଶରୀର ଉପରେ

ସବୁ ଦିନ ସବୁ ରାତି।

ଖାଇବାକୁ ଯମା ଭଲଲାଗେ ନାହିଁ

ଶୋଷ ଲାଗୁଥାଏ ଅତି ll

 

ଜଳ ପରିମାଣ କମି କମି ଯାଏ

ଲାଗେ ଭାରି ଦୁରୁବଳ।

ଅଂଶୁଘାତ ମୁଣ୍ଡବିନ୍ଧା ବିପଦ

କରିଥାଏ କଲବଲ ll

 

ଘରୁ ବାହାରି ହୋଇନାଥାଏ

ଲାଗେ ସତେ କେତେ କଷ୍ଟ l

ଝାଂଜି ଖରାରେ ଡହଳ ବିକଳ

ଶୁଖି ଯାଏ ସଦା ଓ଼ଷ୍ଠ ll

 

 

ଆଜିଠୁ ସମସ୍ତେ ସାବଧାନ ହୁଏ

ଖରାବେଲେ ଘରେ ରୁହ l

ପିଏ ହେ ଭାଇ ପଇଡ ପାଣି ଦହି

ସୁସ୍ଥ ସତେଜ ରହିବ ଦେହ ll

 

ଖରାବେଳେ ନିଶା ସେବନ

ନିଜ ଜୀବନ ପ୍ରତି ବିପଦ

ମଦ ସିଗାରେଟ ପୁଡିଆ ଛାଡି

ଘର ରୁହ ସଦା ସୁରକ୍ଷିତ ll

 

କିଛିଟିକେ ହେଲେ ଧର୍ଯ୍ୟ ଧରିବା

ହେବl ନାହିଁ ଭୟଭୀତ।

ଖରାଦିନ ଭାରି ଶଙ୍କଟ ଅଟଇ

ବେଳୁ ହୋଇବା ଜାଗ୍ରତ ll

 

 

:- ଯଶୋବନ୍ତ ନାୟକ

ମୋତିଗାଁ, ଚନ୍ଦାହାଣ୍ଡି

ନବରଙ୍ଗପୁର

 4,116 total views,  1 views today

Leave a Reply

Your email address will not be published. Required fields are marked *