🧜♀️🕸️ମନ -ନଈ🕸️🧜♀️
ଶ୍ରୀମତୀ ମମତା ଶତପଥୀ
🖌️🖌️🖌️🖌️🖌️🖌️
ଏ ମନ ନଈ
ଯାଏ ସଦା ବହି
କେତେବେଳେ
କାହିଁ ଯାଏ
ଠିକଣା ତା ନାହିଁ
ମାଟିରୁ ଅନ୍ତରୀକ୍ଷ
ପାତାଳୁ ସ୍ୱର୍ଗଲୋକ
ଭ୍ରମୁଥାଏ ଅନୁକ୍ଷଣ
କେବେ ଲୋଡିନାହିଁ
ତିଳେହେଁ ବିରାମ
ଆଲୋକୁ ପ୍ରଖର
ବେଗ ଅଟେ ତାର
ପବନ ବି ହାରିଯାଏ
ଦେଇ ପାରେ ନାହିଁ
ତା ସଙ୍ଗେ ତାଳ
ଯକ୍ଷ ପ୍ରଶ୍ନ ର ଉତ୍ତର
ଦେଇଥିଲେ ଯୁଧିଷ୍ଠିର
ମନ ସର୍ବ ବେଗଗାମୀ
ଜଳାନୂସନ୍ଧାନେ ଆସି
ପାଣ୍ଡବ ଲଭିଲେ ପ୍ରାଣ
ନଦୀରେ ବନ୍ୟା ଆସେ
ପାର୍ଶ୍ଵବର୍ତ୍ତୀ ଗ୍ରାମଦେଶ
ରଖେ ନାହିଁ ଥଳକୂଳ
ଗ୍ରାମବାସୀଏ ଆକୁଳ
ବନ୍ୟା ପ୍ରଭାବେ ଭାସେ
ବନ୍ୟା ବି ମନ ନଦୀରେ
କେବେକେବେ ସୃଷ୍ଟି ହୁଏ
ସମାଜକୁ ଭୁଲି ଯାଏ
ଜାତି ଧର୍ମ ଲଙ୍ଘିଯାଏ
ନୀତି ନିୟମକୁ ହୁଡେ
ନଦୀବନ୍ଧ ଯୋଜନା
ବନ୍ୟା ଆଣ୍ଟ ଭାଙ୍ଗିଲା
ତଟବର୍ତ୍ତୀ ଗ୍ରାମବାସୀ
ହନ୍ତସନ୍ତ ହେଲେନାହିଁ
ବିଜୁଳି ଉତ୍ପାଦିତ ସିନା
ମନକୁ କଲେ ଆକଟ
ହେବନାହିଁ ଛଟପଟ
ମଳମୂଳେ ଏ ଜଗତ
ପରିଷ୍କାର ମନ ଥିଲେ
ଜୀବନ ହେବନି ନଷ୍ଟ
👣👣👣👣👣👣
ଶ୍ରୀମତୀ ମମତା ଶତପଥୀ
219 total views, 1 views today