ମୋ ଫୋନ
ଉତ୍ତରାର୍ଦ୍ଧ ନିଶାର ବ୍ରାହ୍ମ ମୁହୂର୍ତ୍ତରେ
ବ୍ରହ୍ମମୟ ଶବ୍ଦପୁଞ୍ଜର ସ୍ୱର ହେଉ ଅବା…
ପ୍ରେମପ୍ରବଣିତ ଚନ୍ଦ୍ରନିଶାରେ
ରସମୟ ସଙ୍ଗୀତ ମୂର୍ଚ୍ଛନାର ଶ୍ରୁତି ଅଭିଳାଷ ….।
ମୁକ୍ତ କଣ୍ଠେ ହର୍ଷୋଲ୍ଲାସ ଭରା ଦୀର୍ଘସମୟର ବାର୍ତ୍ତାଳାପଟିଏ ହେଉ ଅବା….
ଋଦ୍ଧିତ କଣ୍ଠେ ଦୁଃଖ,କୋହ ଭରା
ସୀମିତ ଅଶ୍ରୁଳ ଖଣ୍ଡ ବାକ୍ୟଟିଏ
ଅବଗତ କରାଇବାର କାର୍ଯ୍ୟ… ।
ଫୋଟୋ ହେଉ ଅବା ଭିଡ଼ିଓ
ଟିଭି ଅବା ରେଡ଼ିଓ
ଦେଖିବା ହେଉ ଅବା ଶୁଣିବା…।
ଇତିହାସ ରୁ ପୌରାଣିକ ଅବାପୌରାଣିକ ରୁ ବିଜ୍ଞାନ ଯାଏଁ
ସ୍ୱଳ୍ପ ସମୟ ନିର୍ଘଣ୍ଟରେ ଅଜ୍ଞାତ ତଥ୍ୟର ସବିଶେଷ ବିବରଣୀ ଦେଇ
ବିଜ୍ଞାନୀ କୁ ବି-ଜ୍ଞାନୀ ରେ ବଦଳାଇବା… ।
ସାମ୍ପ୍ରତିକ ସ୍ଥିତି ଅବା ସାମ୍ପ୍ରଦାୟିକ ନୀତି
ପୁରାତନ କୃତି ଅବା ନବୀନ କୀର୍ତ୍ତି
ଦେଶ ଅବା ବିଦେଶ ଖବର
ଜାତୀୟ ଅବା ଅନ୍ତର୍ଜାତୀୟ ଶତ୍ରୁତା ଓ ବନ୍ଧୁ ପ୍ରୀତି
ଜାଣିବାର ଆକାଂକ୍ଷା ଓ ତଥ୍ୟ ଆଦାନ ପ୍ରଦାନ…।
ଏ ସବୁ ସାକାର କରିବାରେ ସକ୍ଷମ
ବିଜ୍ଞାନ ଦ୍ୱାରା ଆବିଷ୍କୃତ ଅଦ୍ଭୁତ ମାଧ୍ୟମ
ସାମାଜିକ ଜନତାଙ୍କ ସମ୍ପର୍କର ସେତୁଟିଏ
ଶିଶୁ ଠାରୁ ବୃଦ୍ଧ ସଭିଙ୍କୁ ବିମୋହିତ କରିଥିବା ଯନ୍ତ୍ରଟିଏ
ସେ ହିଁ ମୋ ଫୋନ, ସେ ହିଁ ମୋ ଫୋନ ।
ଆଦିତ୍ୟ ଦାସ,
ବଡ଼ବାଡ଼,ଇଚ୍ଛାପୁରମ,
ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ -୫୩୨୩୧୨