*ପାଇକ ବଧୂ ର ଆବେଗ*
*_________________*
ଆବେଗର ଅକାତ ପାଣି ଏଠି,
ଯେଉଁଠି ପାଇକ ବଧୂ ର ଅଣ୍ଟାଏ ଯାଏଁ ବେଦନାର ଲହଡ଼ି,
ଯେଉଁଠି ପୁଣି ଦମ୍ଭ ଓ ଧର୍ଯ୍ୟର ସଂଘର୍ଷ।
ଯେଉଁଠି ପୁଣି ଅଣ୍ଟା ସଳଖି ସବୁ ବେଦନା କୁ ଦଳି ମକଚି ଦେବାକୁ ହୁଏ।
କୋହରେ ଉଛୁଳା ଛାତିକୁ ଢାଙ୍କି ଦେବାକୁ ହୁଏ କର୍ତ୍ତବ୍ୟ ଢାଙ୍କୁଣି ରେ।
ପୁଣି ଅମାନିଆ ମନରେ ଲଗାଇବାକୁ ହୁଏ ଲଗାମ।
ଉଦାସ ପଣକୁ ପୁଣି ବାଧ୍ୟ କରାଯାଏ ଜ୍ୱଳନ୍ତ ନିଆଁ କୁ ଝାସ ଦେବାକୁ।
ହେଲେ ସବୁ ଚେଷ୍ଟା ପରେବି ମନରେ ଅନେକ ସଙ୍କା ଆଶଙ୍କା।
ଯାହାକୁ ଦୂର କରିବା ହୁଏତ ତାରା ଗଣିବା ପ୍ରକ୍ରିୟା ଭଳି।
ସ୍ୱାମୀର ଫେରିବା ବାଟକୁ ଅନେଇ ବସିଥାଏ ଚାତକ ପରି।
ଦୁଆର ବନ୍ଧକୁ ଆଉଜି କାଠ କଣ୍ଢେଇ ପାଲଟି ଯାଏ,
ନୀରବ,ନିସ୍ତେଜ ତା’ ର ବାହ୍ୟ ପରିସ୍ଥିତି ସରଳ ଭାବରେ,
ବଖାଣି ଦିଏ ଭିତରର ଚଂଚଳତା ପୂର୍ଣ୍ଣ କୋହ ଭରା ପରିବେଶକୁ।
ପାଇକ ବଧୂ ର ଜୀବନକୁ ବିଧାତା କି ଧାତୁରେ ଗଢିଛି କେଜାଣି ।
ସବୁ ବାଧା ବିଘ୍ନକୁ ନିଜ ଦେହରେ ପିଟି ହେଉଥିବାର ଦେଖି,
ମଧ୍ୟ ନିଜକୁ ସାରୁ ପତର ନ କରି ହୋଇଯାଏ ନିସ୍ତେଜ।
ଶେଷରେ ସଂଘର୍ଷ ର ଶୀର୍ଷକରେ ପହଞ୍ଚି,
ଫରଫର କରି ଉଡ଼ାଏ ଦମ୍ଭ ଓ ଧର୍ଯ୍ୟର କେତନ।
ଆଉ ଦୁନିଆ କୁ ପ୍ରତିଧ୍ଵନି କରି କହେ ସେ “ବିଶ୍ୱାସ, ଧର୍ଯ୍ୟ,ସାହସ” ର ପ୍ରତି ମୂର୍ତ୍ତି।
*__________________*
*ଓମ୍ ମିଶ୍ର*
*ସିକୋ,ରାଜକନିକା, କେନ୍ଦ୍ରାପଡ଼ା*