ମାଆ ପାଇଁ ପଦେ
ଗୌରୀ ବେହେରା
””””””””””””””””””””””'””””””””””””””””””
କଲମ ଚାଳନା କରିପାରୁନାହିଁ
ଭାବି ଦେବି ଯଦି ତୋ କଥା ମୁହିଁ
ଲୁହର ଧାରା ବହି ଯାଉଅଛି
କେମିତି ଲେଖିବି ତୋ ପାଇଁ ମାଆ ଲୋ
ଜାଣି ପାରୁ ନାହିଁ କିଛି ମୁଁ ଆଜି
ନିଜକୁ ଜମାରୁ ବୁଝାଇ ପାରୁନି କିଛି ।
ତୋ ପ୍ରତିମା ଆଉ ଲୋ ଦିଶୁନି ଆଖିକୁ
ଝିଅ ଡାକ ଆଉ ଶୁଭୁନି ଏ କାନକୁ
ଦୁଃଖରେ ଥିଲେ ମାଆ ବୁଝାଉ ଥିଲୁ
ମିଠା କଥାରେ ମୋତେ ହସାଉ ଥିଲୁ ।
ସଭିଙ୍କ ଯତନ ଯେ ନେଉଥିଲି ମୁହିଁ
ମୋ ଯତନ କଥା ଗୋ ବୁଝୁଥିଲୁ ତୁହି
ମେରୁଦଣ୍ଡ ଥିଲୁ ତୁ ଯେ ମୋର ମାଆ
ତୋ ବିନା ମୋର କିଏ ହେବ ଗୋ ସାହା ।
ଖାଇଲୁ କି ବୋଲି କେହି ପଚାରୁ ନାହାଁନ୍ତି
ସୁଖ ଦୁଃଖ ପଦେ କେହି ବୁଝୁ ନାହାଁନ୍ତି
ତୋ ପରା ମଣିଷ କେହି ଏ ଜଗତେ ନାହିଁ
କେମିତି ବଞ୍ଚିବି କହ ତୋ ବିନା ମୁହିଁ ।
କେମିତି ବିତିବ ଜୀବନ ମୋର
ଭାବି ଭାବି ମୋତେ ଲାଗୁଛି ଡର
ହଜିଗଲା ଆଜି ସବୁ ସପନ ମୋର
କାହିଁକି ଏମତି କଲୁ ମୋ କଳା ଠାକୁର ।
:::::::::::::::::::::::::::::::::::::::::::::::::::::::
✍️ ଗୌରୀ ବେହେରା
:::::::::::::::::::::::::::::::::::::::::::::::::::::::