ଅଫେରା ଅତିଥି
ଅନେକ ଦିନ ପରେ
ଆଜି ଡାଏରୀ ଖୋଲି ବସିଲି,
ଭାବିଲି କିଛି ଲେଖିବି ତୁମ ବିଷୟରେ !!!….
ଏମିତି ଲାଗିଲା ;
ସ୍ମୃତି ଗୁଡାକ ସଜେଇ ହୋଇ ଅତୀତକୁ
ଦେଖୁଛନ୍ତି ଯେପରି,
ଆଉ ସେ ସ୍ମୃତିରୁ କିଛି ଅନ୍ତରଙ୍ଗ ଶବ୍ଦକୁ
କବିତାରେ ସ୍ଥାନ ଦେଲି ଜାବୁଡ଼ି ଧରି।……..
ହୁଏତ ସେ ଶବ୍ଦ ସବୁ ଛୁଞ୍ଚି ହୋଇ
ବହୁ ପୀଡା ଦିଏ ଏ ହୃଦୟରେ,
ତଥାପି କାହିଁକି କେଜାଣି ଭଲ ଲାଗେ
ସେ କଷ୍ଟ ସବୁ ସହିବାରେ।…….
ଗୋଟେ ବନ୍ଦିନୀର ଅତୀତ
ଆଉ ତା ଭିତରେ,
ସ୍ମୃତି ସବୁ କଳାପାଣିର
ସଜା ପରି ଲାଗେ,
ତୁମେ ମୋତେ ସେ କାରାବାସରୁ
ମୁକ୍ତ କରି ଦେଇଛ ସିନା !!!!!!
ତଥାପି ଏ ଅବୁଝା ମନ ବୁଝେନା ଜମା
ନ ଚାହିଁ ବି ଟାଣି ହୋଇ ଯାଏ…
କରାଳ ସଦୃଶ ଅତୀତର ଆଢ଼ୁଆଳକୁ
ଜାଣେନା କେବେ ବାସ୍ତବରେ
ମୁକୁଳି ପାରିବି କି ନାହିଁ
ସେ ଦୁଃଖଦ ଯନ୍ତ୍ରଣା ଭରା ମୁହୂର୍ତ୍ତକୁ!!!!!……
ୟେ କଣ ଯେ ????….
କଥା ତ ଦେଇଥିଲ……
ରାଣ ବି ଖାଇଥିଲ…….
ହେଲେ ଦେଖା ନା !!!!……
ରାଣ ଭାଙ୍ଗି ଛାଡିଦେଲ ମୋତେ
ସେହି କଳା ବାଦଲ ର ଗଭୀର ପ୍ରଦେଶକୁ
ଯେଉଁଠି ଖାଲି ଧୂଆଁ ହିଁ ଧୂଆଁ…….
ରହିଗଲ ତମେ କେଉଁ ଦୂର ପୃଥିବୀରେ
ଅଫେର ଅତିଥିଟିଏ ହୋଇଗଲ
ଏଇ ମୋ ଜୀବନରେ।।……..
ନାମ – ରଶ୍ମୀବାଳା ଶତପଥୀ
ସ୍ଥାନ – ଯାଜପୁର ଟାଉନ୍ ଯାଜପୁର