April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ସ୍ବାଧୀନତା ସଂଗ୍ରାମର ମହାନ ସାରଥୀ ବିପ୍ଳବୀ ବୀର ଚକରା ବିଶୋଇ ଲେଖକ— ଡ. ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା

  • ••••••••••••••••••••••••••
    ସ୍ବାଧୀନତା ସଂଗ୍ରାମର ମହାନ ସାରଥୀ ବିପ୍ଳବୀ ବୀର ଚକରା ବିଶୋଇ
    ଲେଖକ— ଡ. ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା
    ••••••••••••••••••••••••••

ଅନନ୍ତ ଆକାଶକୁ ନ ଦେଖିଲେ ଯେମିତି ତା’ର ବିଶାଳତାକୁ ଉପଲବ୍‌ଧ କରି ହୁଏନା , ସାଗରର ବିସ୍ତୃତି ପ୍ରତି ଦୃଷ୍ଟି ନିକ୍ଷେପ ନକଲେ ତା’ର ଗଭୀରତାକୁ ଯେଭଳି ମାପ କରି ହୁଏନା , ଠିକ୍ ସେହିପରି ଉତ୍କଳର ଗୌରବମୟ ଐତିହ୍ୟ ସଂପର୍କରେ କହିଲାବେଳେ ଏହାର ଭୌଗୋଳିକ ସରହଦ ମଧ୍ୟରେ ଅବସ୍ଥିତ ଘୁମୁସର ସଂପର୍କରେ ନ କହିଲେ ଉତ୍କଳର ଇତିହାସ ପୂର୍ଣ୍ଣତା ଲାଭ କରିପାରେନା । କାରଣ କାଳର ପ୍ରବାହରେ ଦିନେ ଏପରି ସମୟ ଆସିଛି , ଯେତେବେଳେ ଓଡ଼ିଆ ଭାଷା ତଥା ଜାତିର ସ୍ଥିତି ଉପରେ ପ୍ରଶ୍ନ ଉଙ୍କି ମାରିଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଘୁମୁସରରେ ଜନ୍ମଲାଭ କରିଥିବା ମହାନ୍ କବି ଉପେନ୍ଦ୍ର ଭଞ୍ଜଙ୍କ ଚଳଚଞ୍ଚଳ ଲେଖନୀ ନିଃସୃତ ଅଜସ୍ର କାବ୍ୟଗ୍ରନ୍ଥ ଓଡ଼ିଆ ଭାଷା ତଥା ଜାତିକୁ ବଞ୍ଚାଇ ଦେଇଛି । ପୁଣି ପରାଧୀନ ଜନ୍ମଭୂମିର କ୍ରନ୍ଦନକୁ ଉପଲବ୍‌ କରି ଏହାର ସ୍ଵାଧୀନତାକୁ ଫେରାଇ ଆଣିବା ପାଇଁ ଏହି ମାଟି ଦିନେ ରକ୍ତରଂଜିତ ହୋଇଉଠିଛି । ଏ ଜାତିର ଦୁର୍ଦ୍ଦିନରେ ସାମ୍ରାଜ୍ୟବାଦୀ ବିଦେଶୀ ଶାସନର ମୂଳୋତ୍ପାଟନ ନିମନ୍ତେ ରଣହୁଙ୍କାର ଦେଇ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦୁଃସାହସିକ ସଂଗ୍ରାମକୁ ଜାରି ରଖୁଥିବା ଅନ୍ୟ ଜଣେ ପ୍ରବାଦପୁରୁଷ ହେଉଛନ୍ତି ଘୁମୁସରର ସୁଯୋଗ୍ୟ ସନ୍ତାନ ସଂଗ୍ରାମୀ ବୀର ଚକରା ବିଶୋଇ । ସେଦିନ ଥିଲା ୧୮୨୩ ମସିହା ଶାମ୍ବ ଦଶମୀ । ଉତ୍କଳର ଭାଗ୍ୟକାଶରେ ଏକ ବିସ୍ମୟ ଶିଶୁ ଆବିର୍ଭାବ ହୋଇଥିଲା । ଘୁମୁସରର ଘୁମନ୍ତ ପ୍ରକୃତି ମଧ୍ୟରେ କୁଆଁ କୁଆଁ ରାବକରି ଏହାର ନିସ୍ତବ୍‌ଧତାକୁ ଭଙ୍ଗ କରିଥିବା ସେହି ନବଜାତ ଶିଶୁଟି ଥିଲା ଚକରା ବିଶୋଇ । ବାସ୍ତବିକ ସେଦିନ ପିତାମାତାଙ୍କ କୋଳ ମଣ୍ଡନ କରିଥିବା ଶିଶୁକୁ ପାଇ ବିଶୋଇ ପରିବାର ଧନ୍ୟ ହୋଇଥିଲେ । ସତେ ଯେପରି ଜନ୍ମଭୂମିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାପାଇଁ ଦୁର୍ବାର ସ୍ଵପ୍ନ ନେଇ ସେ ଜନ୍ମ ହୋଇଥିଲା । ପିତାମାତାଙ୍କ କୋଳରେ ବଢ଼ୁଥିବା ଚକରା ବିଶୋଇ ଉପରେ ସ୍ଵାଧୀନତା ସଂଗ୍ରାମର ପ୍ରଭାବ ପଡ଼ିଥିଲା । କାରଣ ଏହି ପରିବାରର ବ୍ରିଟିଶ ଶାସନକୁ ହଟାଇବା ପାଇଁ ସଂଗ୍ରାମକୁ ଜାରି ରଖୁଥିବା ଦୋହରା ବିଶୋଇ ଓ ଶ୍ୟାମ ବିଶୋଇଙ୍କର ରକ୍ତ ତାଙ୍କ ଶରୀରରେ ପ୍ରବାହିତ ହେଉଥିଲା । ସୁତରାଂ ସେ ନିଜ ପିତୃସ୍ପଦଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଜନ୍ମଭୂମିର ସେବା କରିବା ନିମନ୍ତେ ବ୍ରତୀ ହୋଇଥିଲେ । ସେ ଚାହିଁଥିଲେ ନିଜ ସାଂସାରିକ ଜୀବନକୁ ଭୋଗ ବିଳାସରେ କଟାଇପାରିଥାନ୍ତେ କିନ୍ତୁ ଜନ୍ମଭୂମିର ମୁକ୍ତିର ସ୍ବପ୍ନରେ ବିଭୋର ହୋଇ ତୁଳିତଳ୍ପ ପରିତ୍ୟାଗ ପୂର୍ବକ ସେ ଆପଣେଇ ନେଇଥିଲେ ଦୁଷ୍କର ତଥା ବନ୍ଧୁର ପଥକୁ । ଚକରା ବିଶୋଇଙ୍କ ସଂଗ୍ରାମୀ ଜୀବନର ଅବତାରଣା କରାଯିବା ପୂର୍ବରୁ ଘୁମୁସରର ଐତିହାସିକ ପୃଷ୍ଠଭୂମି ଉପରେ ସମ୍ୟକ୍ ଆଲୋଚନା ନିତାନ୍ତ ଆବଶ୍ୟକ । ୮୩୨ ଖ୍ରୀଷ୍ଟାବ୍ଦ ବେଳକୁ ବୌଦରେ ଇଂଜବଂଶର ରାଜାମାନେ ରାଜୁତି କରୁଥିଲେ । ଏତିକିବେଳେ ତତ୍କାଳୀନ ବୌଦର ରାଜା ରଘୁନାଥ ଇଂଜ ଘୁମୁସରର ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହି ସମୟରୁ ହିଁ ଏଠାରେ ଇଂଜ ବଂଶର ରାଜୁତି ଆରମ୍ଭ ହେଲା । ଏହାପରେ ଘୁମୁସର ଯେତେବେଳେ ମୋଗଲମାନଙ୍କ ପରୋକ୍ଷ ଶାସନରେ ରହିଛି ତ କେତେବେଳେ ମରହଟ୍ଟା , ଫରାସୀ ଓ ଇଂରେଜ କର୍ତ୍ତୃତ୍ବାଧୀନ ହୋଇଛି । ତଥାପି ଘୁମୁସରର ଭୌଗୋଳିକ ଅବସ୍ଥିତି ଅତୁଟ ରହିବା ସହିତ ଇଂଜ ବଂଶର ରାଜାମାନେ ଏହାର ପ୍ରତ୍ୟକ୍ଷ ଶାସନରେ ରହିଛନ୍ତି । ଘୁମୁସରର ପ୍ରବଳ ପ୍ରତାପୀ ରାଜା କୃଷ୍ଣଚନ୍ଦ୍ର ଇଂଜ ବିଦେଶୀମାନଙ୍କ ପ୍ରଭାବକୁ ଲୋପ କରିବା ନିମନ୍ତେ ୧୭୬୩ ଖ୍ରୀଷ୍ଟାବ୍ଦରେ ଏଠାରେ ସଂଗ୍ରାମର ଅୟମାରମ୍ଭ କରିଥିଲେ । ୧୭୬୬ ଖ୍ରୀଷ୍ଟାବ୍ଦରେ ମୋଗଲ ସମ୍ରାଟ ଦ୍ଵିତୀୟ ଶାହାଆଲମ୍‌ଙ୍କ ସ୍ବୀକୃତି ଲାଭ କରିବା ଫଳରେ ଘୁମୁସରର ମାଡ୍ରାସ ପ୍ରେସିଡେନ୍ସିଭୁକ୍ତ ହୋଇ ଇଂରେଜ ଶାସନାଧୀନ ହୋଇଥିଲା । ସେହିଦିନଠାରୁ ଘୁମୁସର ରାଜ୍ୟର ସ୍ଵାଧୀନତାକୁ ଫେରାଇ ଆଣିବା ନିମନ୍ତେ ଏଠାରେ ସଂଗ୍ରାମ ଜାରି ରହିଥିଲା । ୧୮୩୬ ମସିହାବେଳକୁ ଘୁମୁସରର ରାଜାଥିଲେ ଧନଞ୍ଜୟ ଇଂଜ । ସେ ଥିଲେ ଜଣେ ପ୍ରଭାବଶାଳୀ ତଥା ସ୍ଵାଭିମାନି ଶାସକ । ତାଙ୍କର ପ୍ରଧାନ ସେନାପତି ଥିଲେ ଦୋହରା ବିଶୋଇ । ଧନଞ୍ଜୟ ଇଂଜ ଇଂରେଜ ସରକାରଙ୍କୁ ଘୁମୁସରର ରାଜସ୍ୱ ପଇଠ ନ କରିବାରୁ ତାଙ୍କୁ ଗାଦିଚ୍ୟୁତ କରାଗଲା । ଫଳରେ ପୂର୍ବରୁ କୁହୁଳୁଥିବା ସଂଗ୍ରାମ ଏକ ମୁକ୍ତି ଆନ୍ଦୋଳନରେ ରୂପାନ୍ତରିତ ହୋଇଥିଲା । ଏହାର ନେତୃତ୍ୱ ନେଇଥିଲେ ବିଶ୍ବସ୍ତ ଦେଶଭକ୍ତ ତଥା ମହାନ୍ ସ୍ଵାଧୀନତା ସଂଗ୍ରାମୀ ଦୋହରା ବିଶୋଈ । ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ଚକରା ବିଶୋଈ । ୧୮୩୫ ମସିହାରୁ ୧୮୩୭ ମସିହା ପର୍ଯ୍ୟନ୍ତ ସେ ସଂଗ୍ରାମକୁ ଜାରି ରଖ୍ ଇଂରେଜମାନଙ୍କ ଅଶେଷ କ୍ଷତି ଘଟାଇଥିଲେ । ୧୮୩୭ ମସିହାରେ ଇଂରେଜ ସେନାପତି ଏବଂ ଦୋହରାଙ୍କ ସେନାର ଏକ ସଂଘର୍ଷ ଘଟିଥିଲା । ହେଲେ ପ୍ରବଳ ପ୍ରତାପୀ ଇଂରେଜ ସେନାର ଗୁଳିଗୋଳା ସମ୍ମୁଖରେ ପାରମ୍ପରିକ ଖଣ୍ଡାଧାର ଧନୁ ତୀର ପରି ଅସ୍ତ୍ର ଧରି ଦୋହରା ବେଶି କାଳ ତିଷ୍ଠି ପାରିନଥିଲେ । ଇଂରେଜ ସେନା ଅତି ନୃଶଂସ ଭାବରେ ବିଶୋଇ ପରିବାରକୁ ହତ୍ୟା କରିଥିଲେ । କେବଳ ଚକରା ଜଣେ ବାଳକ ହୋଇଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା । ଏହି ଘଟଣା ଥିଲା ଚକରାଙ୍କ ପ୍ରତି ବଜ୍ରପାତ ସ୍ବରୂପ । ତଥାପି ଏହା ତାଙ୍କୁ ସଂଗ୍ରାମ କରିବାକୁ ବିରତ କରିପାରିନଥିଲା । ବରଂ ଅଧିକ ସଂଗ୍ରାମ କରିବା ନିମନ୍ତେ ଶତସିଂହର ବଳପ୍ରଦାନ କରିଥିଲା । ଫଳରେ ଘୁମୁସରରେ ନିଜ ସଂପ୍ରଦାୟ ମଧ୍ୟରେ ଜାଗରଣ ସୃଷ୍ଟି କରି ବର୍ବର ଇଂରେଜ ସରକାର ବିରୁଦ୍ଧରେ ଆନ୍ଦୋଳନକୁ ତୀବ୍ର କରିଥିଲା । ଚକରାଙ୍କୁ ଦମନ କରିବା ନିମନ୍ତେ ସରକାର କ୍ୟାପ୍‌ଟେନ୍ ମେଲ୍‌ର୍‌ ସନ୍‌ ଓ ପରେ କର୍ଣ୍ଣେଲ କ୍ୟାମ୍ପବେଲଙ୍କ ପରି ସେନା ଅଫିସର୍‌ମାନଙ୍କୁ ପଠାଇଥିଲେ । ହେଲେ ଚକରାଙ୍କୁ ସେମାନେ ଧରିପାରିଲେ ନାହିଁ । କିମ୍ବା ଆନ୍ଦୋଳନ ବନ୍ଦ ହେଲା ନାହିଁ । ଚକରାଙ୍କ ବିଦ୍ରୋହରେ ତତ୍କାଳୀନ ଭାରତର ବଡଲାଟ ଲର୍ଡ଼ ଡେଲହାଉସୀ ମଧ୍ୟ ବ୍ୟସ୍ତ ହୋଇପଡ଼ିଲେ । ଚକରାଙ୍କୁ ଧରିବା ପାଇଁ ଦୀନବନ୍ଧୁ ପଟ୍ଟନାୟକଙ୍କ ପରି କେତେକ ଦେଶଦ୍ରୋହୀ ଇଂରେଜ ସରକାରଙ୍କୁ ସାହାଯ୍ୟ କରିଥିଲେ । ତଥାପି ତାଙ୍କୁ ଧରିବାରେ ଇଂରେଜ ପ୍ରଶାସନ ବ୍ୟର୍ଥ ହୋଇଥିଲେ । ଚକରା ବିଶୋଇଙ୍କ ୧୮୪୨ ମସିହାରୁ ୧୮୫୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷର ଅଦମ୍ୟ ସଂଗ୍ରାମ କେବଳ ଘୁମୁସର କାହିଁକି ସମଗ୍ର ଭାରତବର୍ଷର ଜନଗଣଙ୍କ ମଧ୍ୟରେ ଜାତୀୟତାର ବହ୍ନିକୁ ଜଳାଇ ପାରିଥିଲା । କାରଣ ଏହାର ପରବର୍ତ୍ତୀ ସମୟରେ ସିପାହୀ ବିଦ୍ରୋହର ଆରମ୍ଭ ହୋଇଥିଲା । ଆଉ ପ୍ରଥମ କରି ଭାରତୀୟମାନେ ଗୋଟିଏ ସୂତ୍ରରେ ଆବଦ୍ଧ ହୋଇ ଇଂରେଜ ଶାସନକୁ ଲୋପ କରିବା ନିମନ୍ତେ ସଂଗ୍ରାମ କରିଥିଲେ । ଚକରା ବିଶୋଇ ନିଜ ସ୍ୱାର୍ଥ ପାଇଁ କେବେ ବିପ୍ଳବ କରିନଥିଲେ କିମ୍ବା ଶାସନଗାଦିର ମୋହ ତାଙ୍କର ନଥିଲା । ବରଂ ଜଣେ ନିଃସ୍ୱାର୍ଥପର ସଚ୍ଚା ଦେଶପ୍ରେମୀଭାବେ ମାତୃଭୂମି ପ୍ରତି ଗଭୀର ମମତ୍ୱବୋଧ ଓ ଉଗ୍ର ଜାତୀୟତାବୋଧ ତାଙ୍କୁ ବ୍ରିଟିଶ ବାହିନୀ ବିରୁଦ୍ଧରେ ବିପ୍ଳବ କରିବା ନିମନ୍ତେ ପ୍ରେରଣା ଯୋଗାଇ ଥିଲା । ଦୁର୍ଦ୍ଦଶ ବ୍ରିଟିଶ ସେନା ଚକରାଙ୍କର ଗରିଲା ଯୁଦ୍ଧର ସମ୍ମୁଖୀନ ହୋଇନପାରି ଯେତେବେଳେ ତାଙ୍କୁ ନାନା ପ୍ରଲୋଭନ ଦେଖାଇ ସନ୍ଧି ପ୍ରସ୍ତାବ ଦେଇଥିଲେ , ସେତେବେଳେ ଚକରା କହିଥିଲେ – ‘ ମୁଁ ଆଉ କିଛି ଚାହେଁନା , ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି । ’ ଏପରିକି ତାଙ୍କୁ ଧରାଇ ଦେଲେ ପ୍ରଚୁର ଅର୍ଥ ପୁରସ୍କାରର ମଧ୍ୟ ଘୋଷଣା କରାଯାଇଥିଲା । ହେଲେ ତାଙ୍କ ପ୍ରତି ସବୁଶ୍ରେଣୀର ଲୋକଙ୍କର ରହିଥିଲା ଅଜସ୍ର ସ୍ନେହ ତଥା ଶ୍ରଦ୍ଧା । ଏଣୁ ଜନସାଧାରଣଙ୍କଠାରୁ ସେ ସର୍ବଦା ସହଯୋଗ ପାଉଥିଲେ । ୧୮୪୮ ମସିହାରେ ଭାରତର ତତ୍କାଳୀନ ବଡ଼ଲାଟ ଲର୍ଡ଼ ଡେଲହାଉସୀ ମାନ୍ଦ୍ରାଜ ପ୍ରେସିଡେନ୍ସିକୁ କଡ଼ା ନିର୍ଦ୍ଦେଶ ଦେଇଥଲେ ଚକରାକୁ ଧରିବା ପାଇଁ । ଏହାର ପ୍ରତ୍ୟୁତ୍ତରରେ ଇଷ୍ଟଇଣ୍ଡିଆ କମ୍ପାନୀର ବୋର୍ଡ଼ ଅଫ୍ କଣ୍ଟ୍ରୋଲର ପ୍ରେସିଡେଣ୍ଟଙ୍କ ନିକଟକୁ ଏକ ପତ୍ରରେ ଲେଖୁଥିଲେ – ‘ ଚକରା ବିଶୋଇ ହେଉଛନ୍ତି ଜଣେ ଦୁଃସାହସିକ ବିଦ୍ରୋହୀ । ତାଙ୍କୁ ଧରିବା ପାଇଁ ପର୍ବତ କନ୍ଦରରୁ ଉପତ୍ୟକା ପର୍ଯ୍ୟନ୍ତ ଖୋଜା ଚାଲିଛି । ହେଲେ ତାଙ୍କର ସନ୍ଧାନ ପାଇବା କଷ୍ଟକର ହୋଇପଡ଼ିଛି । ତଥାପି ତାଙ୍କୁ ଓ ତାଙ୍କର ଅନୁଗାମୀମାନଙ୍କୁ ଦିନେ ନା ଦିନେ ଧରାଯିବ । ’ ଏହି ଚିଠିରୁ ଚକରାଙ୍କର ଅସାଧାରଣ ମୁକ୍ତି ସଂଗ୍ରାମ ସଂପର୍କରେ ସୂଚନା ମିଳେ । ଏହାଛଡ଼ା ସରକାରଙ୍କ ସମସ୍ତ ପ୍ରଲୋଭନକୁ ପରିତ୍ୟାଗ କରି ସେ ଯେଉଁ ଅପୂର୍ବ ସଂହତି ଓ ତ୍ୟାଗ ଭାବର ପରାକାଷ୍ଠା ପ୍ରଦର୍ଶନ କରି ଯାଇଛନ୍ତି ତାହା ତାଙ୍କ ଦେଶପ୍ରେମର ଉଜ୍ଜ୍ବଳ ନିଦର୍ଶନ ଅଟେ । ଚକରା ବିଶୋଇଙ୍କ ଜୀବନର ଅନ୍ୟ ଏକ ଦିଗ ହେଲା ସେ ଜଣେ ପ୍ରଖ୍ୟାତ ଦେବୀ ସାଧକ ଥିବାର ଜଣାଯାଏ । ଲେୟେଇ ଗ୍ରାମର ଅଦୂରରେ ଥିବା ନିଘଞ୍ଚ ଅରଣ୍ୟ ମଧ୍ୟରେ ଚକ୍ରଘାଟିଠାରେ ସେ ଦେବୀ ଦୁର୍ଗାଙ୍କୁ ସାଧନା କରୁଥିଲେ । ସେଠାରୁ ହିଁ ବ୍ରିଟିଶ ବାହିନୀ ବିରୁଦ୍ଧରେ ଗରିଲାଯୁଦ୍ଧକୁ ପରିଚାଳନା କରୁଥିଲେ । ଦେବୀଙ୍କ ଉଦ୍ଦେଶ୍ୟରେ ସେ ରଖୁବା ଦୁଇଟି ଘଣ୍ଟି ଅଦ୍ୟାପି ସେଠାରେ ରହିଛି । ଫାଲଗୁନ ମାସରେ ତାରସିଙ୍ଗ୍ ଗ୍ରାମର ଅଧ୍ୟାବାସୀମାନେ ଏହି ଘଣ୍ଟି ଦୁଇଟିକୁ ଗ୍ରାମସାରା ବଡ଼ପଟୁଆର କରି ବୁଲାଇଥାନ୍ତି । ଏହା ‘ ରଣଘଣ୍ଟା ’ ପର୍ବ ନାମରେ ଖ୍ୟାତ । କୁହାଯାଏ , ବ୍ରିଟିଶ୍ ବାହିନୀ ବିରୁଦ୍ଧରେ ସଂଗ୍ରାମୀ ଦେଶଭକ୍ତମାନଙ୍କୁ ସତର୍କ କରିବା ପାଇଁ ଆବଶ୍ୟକ ବେଳେ ଏହି ଘଣ୍ଟି ଦୁଇଟି ଆପେ ଆପେ ବାଜି ଉଠେ । ଐତିହାସିକ ପ୍ରଭାତ ମୁଖାର୍ଜୀଙ୍କ ଭାଷାରେ ‘ Chakara Bisoyi the Chief of some insignificant Muthas had been ignored because of his obscure birth though he deserves to be ranked with Jagabandhu Vidyadhara and Surendra Sai . ‘ ବାସ୍ତବିକ ମାତୃଭୂମିର ସୁରକ୍ଷାପାଇଁ ଦୋହରା ବିଶୋଇ ଦେଇଥିବା ବଚନର ପାଳନ ନିମନ୍ତେ ଭଞ୍ଜ ରାଜ ପରିବାରକୁ ପୁଣି ଥରେ କ୍ଷମତାସୀନ କରିବା ନିମନ୍ତେ ଚକରା ଯେଉଁ ଇଂରେଜ ବିରୋଧୀ ବିଦ୍ରୋହର ଅଗ୍ନି ପ୍ରଜ୍ୱଳିତ କରିଥିଲେ ଊନବିଂଶ ଶତାବ୍ଦୀର ସାମରିକ ଇତିହାସରେ ଏହିପରି ସଂଗ୍ରାମର ଦୃଷ୍ଟାନ୍ତ ବିରଳ । ବିପ୍ଳବୀ ଚକରାଙ୍କ ଜନ୍ମ ଓ ପରିବାର ସଂପର୍କରେ ବିଭିନ୍ନ ଗବେଷକ ଭିନ୍ନ ଭିନ୍ନ ମତ ଦିଅନ୍ତି । ପ୍ରଖ୍ୟାତ ଗବେଷକ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଓ ଅନ୍ୟ କେତେକଙ୍କ ମତରେ ଚକରା ଘୁମୁସରର ସୀମାନ୍ତ ଗ୍ରାମ ତୋରାବାଡ଼ିଠାରେ ଦୋହରା ବିଶୋଇଙ୍କ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ । ଅବଶ୍ୟ ଦୋହରା ବିଶୋଇ ଘୁମୁସର ବିଦ୍ରୋହ ସମୟରେ ପରିବାରର ସୁରକ୍ଷା ନିମନ୍ତେ ନିଜ ଜନ୍ମସ୍ଥାନ ବିଞ୍ଜିଗିରି ପରିତ୍ୟାଗ କରି ଘନ ଅରଣ୍ୟାନୀ ପରିବେଷ୍ଟିତ ପାର୍ବତ୍ୟ ଗ୍ରାମ ତୋରାବାଡ଼ିଠାରେ ଅବସ୍ଥାନ କରୁଥିଲେ । ଏହି ସମୟରେ ଚକରାଙ୍କର ଜନ୍ମ ହୋଇଥିଲା ବୋଲି ସ୍ବର୍ଗତଃ ପଟ୍ଟନାୟକ ମତ ଦିଅନ୍ତି । ପରିବାର ସଂପର୍କରେ ମତରେ ବିଭିନ୍ନତା ଥିଲେ ମଧ୍ୟ ଚକରା ଯେ ଦୋହରାଙ୍କ ଅତି ନିକଟତର ଥିଲେ ଓ ଏକ ସ୍ବାଧୀନତା ସଂଗ୍ରାମୀ ଭାବେ ଉତ୍ସର୍ଗୀକୃତ ପରିବାର ମଧ୍ୟରେ ତାଙ୍କର ଜନ୍ମ ହୋଇଥିଲା ଏହା ନିଃସନ୍ଦେହ । ଶିକ୍ଷା ଓ ସଭ୍ୟତାର ଆଲୋକଠାରୁ ଦୂରରେ ଥିଲା ସେହି ଗ୍ରାମ ଯେଉଁଠାରେ ଚକରାଙ୍କ ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେକ ଆଦିବାସୀ ସଂପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ତାରକା ନାମ୍ନୀ ବାଳିକା ଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ । ପରବର୍ତ୍ତୀ ସମୟରେ କୈଶୋର ପ୍ରାପ୍ତି ପରେ ସେ ତାରକାଙ୍କୁ ବିବାହ କରିଥିଲେ । ନିଜର ପିତାଙ୍କ ଦୁର୍ବାର ସ୍ବପ୍ନକୁ ସାର୍ଥକ କରିବା ନିମନ୍ତେ ସେ ବରାବର ମହିୟସୀ ଜନନୀ ଓ ପତ୍ନୀ ତାରକାଙ୍କଠାରୁ ପ୍ରେରଣା ପାଉଥିଲେ । ଫଳତଃ ପରମ ଶକ୍ତିଶାଳୀ ଦୁର୍ଘର୍ଷ ସେନା ବିରୁଦ୍ଧରେ ଏତେଦିନ ଧରି ସେ ସଂଗ୍ରାମକୁ ଜାରି ରଖି ପାରିଥିଲେ । ଚକରା ବିଶୋଇଙ୍କ ଶେଷ ଜୀବନ ଆଜି ସୁଦ୍ଧା ରହସ୍ୟମୟ ହୋଇରହିଯାଇଛି । ଯଦିଓ ଐତିହାସିକ ତଥା ଗବେଷକମାନଙ୍କ ମତରେ ୧୮୫୭ ମସିହାରେ ଘଟି ଯାଇଥିବା ମହାନ୍ ଭାରତୀୟ ବିପ୍ଳବ ପୂର୍ବରୁ ଚକରାଙ୍କ ମୃତ୍ୟୁ ହୋଇଥିଲା । ତଥାପି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ସେ କେଉଁ ଅବସ୍ଥାରେ କିପରି ମୃତ୍ୟୁ ବରଣ କଲେ ଅଦ୍ୟାବଧ ରହସ୍ୟମୟର ବଳୟ ମଧ୍ୟରେ ରହିଯାଇଛି । କିନ୍ତୁ ଚକରା କେବେ ହେଲେ ବ୍ରିଟିଶ୍ ବାହିନୀ ଆଗରେ ଆତ୍ମସମର୍ପଣ କରି ନଥିଲେ ଓ ବ୍ରିଟିଶ୍ ବାହିନୀ କଦାପି ତାଙ୍କୁ ଧରି ପାରିନଥିଲେ । ଭାରତବର୍ଷର ସ୍ଵାଧୀନତା ସ୍ବପ୍ନରେ ବିଭୋର ହୋଇ ଘୁମୁସରର ମୁକ୍ତି ଆନ୍ଦୋଳନକୁ ତୀବ୍ରକରି ସେ ଯେଉଁ ଉତ୍ସର୍ଗୀକୃତ ଦେଶପ୍ରେମର ପରାକାଷ୍ଠା ଦେଖାଇ ଯାଇଛନ୍ତି , ତାହା ବାସ୍ତବିକ ଭାରତ ଇତିହାସରେ ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିବ । ଚକରା ଏତେ ବଡ଼ ସଂଗ୍ରାମୀ ହେଲେ ମଧ୍ୟ ଦୀର୍ଘଦିନ ଧରି ଲୋକଲୋଚନକୁ ଆସି ନପାରିବାର ମୁଖ୍ୟ କାରଣ ହେଲା ଏଭଳି ଜଣେ ସଂଗ୍ରାମୀଙ୍କ ସଂଗ୍ରାମ ସର୍ବତ୍ର ବ୍ୟାପି ଯିବାର ଆଶଙ୍କା ରହିଥିଲା । ଏଣୁ ଇଂରେଜ ସରକାର ତାଙ୍କ ସଂପର୍କିତ ରେକର୍ଡ଼କୁ ଲୁକ୍‌କାୟିତ କରି ରଖୁଥିଲେ । କାଳର ଚୌହଦୀ ମଧ୍ୟରେ ତାଙ୍କର ନଶ୍ଵର ଶରୀର ସମାଧ୍ତ୍ଵ ଲାଭ କରିଛି , ହେଲେ ଜନ୍ମଭୂମିର ସେବାରେ ତାଙ୍କର ମହନୀୟ ତ୍ୟାଗ ଓ ଉତ୍ସର୍ଗ ଲାଗି ଭାରତୀୟ ଜନସମାଜରେ ସେ ଚିରଦିନ ଅମର ହୋଇ ରହିବେ , ଏହା ନିଃସନ୍ଦେହ ।

••••••••••••••••••••••••••
©ଡ. ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା
କଳିଙ୍ଗ ନଗର,
ଭ୍ରଂଜନଗର , ଗଞ୍ଜାମ

Loading

2 thoughts on “ସ୍ବାଧୀନତା ସଂଗ୍ରାମର ମହାନ ସାରଥୀ ବିପ୍ଳବୀ ବୀର ଚକରା ବିଶୋଇ ଲେଖକ— ଡ. ସୁରେନ୍ଦ୍ର ଚନ୍ଦ୍ର ପଣ୍ଡା

Leave a Reply

Your email address will not be published. Required fields are marked *