ଗାଏ ଆମର୍ ମାତା
ତେତିସ୍ କୋଟି ଦେବୀ ଦେବତା
ଜାର୍ ଦିହେଁ କରିଛନ୍ ବସା
ଗାଏ ର୍ ଦିହେଁ ସ୍ୱଂୟ ନାରାୟଣ
ରହି ଭୁଗୁଛନ୍ ଦେଖ ଦସା
ଟୁଁଣ୍ ନାଇଁ ଫୁଟେ ବଲି କାହାକେ
ସେ ନାଇଁ କହିପାରେ ଦୁଖ୍
ତାର୍ ଛୁଆର୍ ଗୁରସ୍ ବିକି ଖାଏସ
ଜେ ଦେଖୁଥିସି ଡୁଗ୍ ଡୁଗ୍
ଅତି ରୁ ଇତି ଦୁଖ୍ ଦେସ ଜେ ଭିଲ୍
ନାଇଁ କହେ କିଛି କାହାକେ
ଗାଏର୍ ନିସାସ୍ ଟା ଅବିସ୍ ପଡବା
ସେ ଲୋକ୍ ପଡବା ନର୍କେ
ହକ୍ ମେହେନତ୍ କରି ଖାଏସି
ମୁଡ୍ ମାରିଁ ନାଇଁ ଖାଏ
ସରବ ସହନୀ ବଲି ସବୁ ସହିଛେ
ନାଆଁ ଟା ତାର୍ ଗାଏ
ଛନ୍ଦ କପଟ୍ ନାଇଁ ନିରିହ ପ୍ରାଣି ସେ
କପଟିଆ ଇ ମୁନୁସ୍ ଜାତି
ଜାହାର୍ ଖାଇ ପିଇ ତାହାକେ ଲାତ୍
ମାର୍ବାର୍ ମୁନୁସକର୍ ପର୍କୁତି
ଚାଷ୍ କରି ଚାଷି ସଁସାର୍ ପୁସ୍ ସି
ଗାଏ ଟା ଆଏ ତାର୍ ବଲ୍
ଉସତ୍ ମନେ ଚାଷି ଜୁତସି ଖେତ୍
ଫାନ୍ଦି ଦେଇ ଯୁଡା ହଲ୍
କୁଣାଁ ପୁଆଲ୍ ଘାସ୍ ଥିର୍ ଢୁକେ ଦେଇ
ଖାଏସ ଗୁରସ୍ ପନିର୍ ଦହି
ତୁମେ ସୁଇସ ଫେନ୍ ତଲେ ମଜା ସେ
ଗାଏର୍ ଗହଦେ ଭିଜସି ଦିହିଁ
ଠାଡ୍ ମଏଧାନେ ଖରାରେ ବାନ୍ଧୁଛ
କେନ୍ତା ନାଇଁ କର ଆହା
ଗାଏ ଟା ପଶୁ ଆଏ ବଲିକରି ରେ
ଦୁଖ୍ ଦେସ ଜେତେ ଜାହା
ଗାଏର୍ ନୁ ଶିଖ ମୁରୁଖ୍ ମୁନୁସ୍ ମାନେ
ଗାଏ ଆଏ ପର ଉପକାରୀ
ହିଁସା ଅହଁକାର୍ କେ ବୁହିଛ ସଉକେ
ସଁସାରେ ଜେତେ ନର୍ ନାରୀ
ଆମର୍ ହିନ୍ଦୁ ଜାତି ଗାଏର୍ ପୁଜା କରି
ସଭେ ଡାକୁଛୁ ଗାଏ ମାତା
ଗୋ ହତ୍ୟା ନୁ ବଡ୍ ପାପ୍ ନାଇଁନ
କହୁଛେ ଭାଗବତ୍ ଗୀତା
ଇ ପାପ୍ ଲାଗି ତ ଧରମ୍ କାନ୍ଦୁଛେ
ତ୍ରାହି ତ୍ରାହି ଡାକ୍ ଛାଡି
ଗାଏ କେ ମାରି ଖାଏଲେ ବଲି ବିପଦ୍
ସଁସାର୍କେ ଆସ୍ଲା ମାଡି
ସମିୟାଁ ଆଉ ନାଇଁନ ଭାଇରେ ଦେଖ
ବୁଡୁଲା ଧରମ୍ ସଂକଟ୍
ଗର୍ବ ଆଉ ନାଇଁ ସହଁନ୍ ମାହାପୁରୁ
କଲ୍କୀ ରୂପେ ହେବେ ପ୍ରକଟ୍….
ନମିତା ଦୀପ ଯାଦବ
ବରଗଡ
Thanks for types wonderful publishing! I surely appreciated looking at it, you’re an excellent creator.I will be sure you bookmark your web site and can generally return incredibly quickly. I would like to motivate you to continue your fantastic writing, Use a nice holiday break weekend!