ଭସା ମେଘ
~~~~~~~~
ଈଶ୍ୱରଙ୍କ ଦାନ ଅଟଇ ମହାନ
ଧନ୍ୟବାଦ ହେ ବିଧାତା ,,
ପ୍ରକୃତି କୁ କେତେ ସୁନ୍ଦରେ ରଚିଲ
ତୁମ୍ଭ ପୟେ ମୋର ମଥା ……..।।
କି ସୁନ୍ଦର ଦିସେ ମହା ଶୂନ୍ୟ ବ୍ୟୋମ
ଭସା ମେଘ ଯେବେ ଭାସେ ,,
ମନରେ ଉଦାସ ରୁହେନାହିଁ ଜମା
ଭସା ମେଘ ଦେଖି ହସେ ………..।।
ମନ ପ୍ରଜାପତି ଉଡି ଉଡି ଯାଇ
ଭସା ମେଘ ପାଶେ ବସେ ,,
ଭସା ମେଘ ପ୍ରେମେ ତଲ୍ଲୀନ ହେବାକୁ
ମନରେ ନିଷ୍ପତ୍ତି ପସେ ……… ।।
ସମୀରଣ ଯେହ୍ନେ ବିତରଣ କରେ
ଭସା ମେଘ ତହିଁ ଯାଏ ,,
ନିଜେ ନୃତ୍ୟ କରି ଅନ୍ୟକୁ ନଚାଇ
ତାଙ୍କ ମନ ମୋହି ନିଏ ……….।।
ଭସା ମେଘ ଦେଖି ଶିଖୀ ତା ପୂଚ୍ଛକୁ
ଶ୍ରଦ୍ଧାରେ ମେଲେଇ ଦିଏ ,,
ମହୀଧର ପାସେ ଅଙ୍ଗ ଭଙ୍ଗୀ କରି
ନୃତ୍ୟରେ ବିଭୋର ହୁଏ ……….।।
ନାମ-ନିତ୍ୟାନନ୍ଦ ସିଂହ
ଗ୍ରାମ-ବଡ଼ଟେମରୀ , ଜିଲ୍ଲା-କଳାହାଣ୍ଡି
Nityananda singh
808 total views, 1 views today