March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

*ଗାନ୍ଧୀ ଜୟନ୍ତୀ – ଜାନକୀ ମହାନ୍ତ*

**ଗାନ୍ଧୀ ଜୟନ୍ତୀ**

।।ଜାନକୀ ମହାନ୍ତ।।

****************************

ହେ ମୋହନ ଦାସ କର୍ମ ଚାନ୍ଦ ଗାନ୍ଧୀ

ବାପୁଜୀ ଯୁଗ ପୁରୁଷ,

ହେ ଜାତିର ପିତା ଜାତିର ମହାତ୍ମା

ତୁମେ ଜାତିର ଜନକ।।

 

ଅଠର’ଣସ୍ତରୀ ଅକ୍ଟୋବର ଦୁଇ

ପୁତୁଳୀବାଇ କୋଳରେ,

ପିତା କରମ ଚାନ୍ଦ କୋଳେ ନେଲ ଜନ୍ମ

ତୁମେ ପୋର ବନ୍ଦରରେ ।।

 

ବ୍ରିଟିଶ ଶାସନ ଭାରତେ ବିପନ୍ନ

କରିଥିଲା ସମାଜକୁ,

ଦେଶ ସ୍ବାଧୀନତାର ପାଇଁ ଶାନ୍ତିଦୂତ

ଦେଲେ ପ୍ରଭୁ ଯେ ଆମକୁ ।।

 

“ଅହିଂସା ପରମ ଧର୍ମ” ତୁମ ଅସ୍ତ୍ର

“କୁଟି ଖାଅ କାଟି ପିନ୍ଧ”,

ଜୟ ଯବାନ୍ ଜୟ କିଶାନ୍ ମନ୍ତ୍ର

ଥିଲା ତାଙ୍କର ଆୟୁଦ୍ଧ।।

 

ସତ୍ୟ ଶାନ୍ତି ନ୍ୟାୟ ସ୍ନେହ ଦେଶପ୍ରେମ

ନୀତିକୁ ଥିଲେ ଆବୋରି,

ତିନୋଟି ମାଙ୍କଡ଼ ଶିଖାଇଲେ ମାର୍ଗ

କ୍ରୋଧ ହିଂସା ତ୍ୟାଗ କରି ।।

 

ସ୍ୱାଧୀନ’ ସଂଗ୍ରାମ ତାଙ୍କ ନେତୃତ୍ବରେ

ହୋଇ ଥିଲା ଆନ୍ଦୋଳନ,

ଲୁଣ ସତ୍ୟାଗ୍ରହ ଅସହଯୋଗର

ଥିଲେ ସ୍ୱର କୋଟି ଜନ ।।

 

ସ୍ୱଚ୍ଛ ଭାରତର ରାମ ରାଜ୍ୟ ସ୍ୱପ୍ନ

ଦେଖିଥିଲେ ଗାନ୍ଧୀ ପରା,

ଆଜି କରେ ଗ୍ରାସ ପାପ ଭ୍ରଷ୍ଟାଚାର

ଅସତ୍ୟ ଅଧର୍ମ ଭରା ।।

 

ଆଣ୍ଠୁ ଲୁଚା ଧୋତି ଚଷମା ଓ ବାଡ଼ି

ତାଙ୍କରି ପ୍ରିୟ ପୋଷାକ,

କର୍ତ୍ତବ୍ୟ- ନିଷ୍ଠ ଓ ଆଦର୍ଶବାଦର

ଗାନ୍ଧିଜୀ ଥିଲେ ପୂଜକ ।।

 

ଆସ ମୋର ସାଥି ପାଳି ଗାନ୍ଧୀ ନୀତି

ଚାଲି ସତ୍ୟ ଧର୍ମ ମାର୍ଗେ,

ପୂଜ୍ୟ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା

ଶପଥ ନେବା ଯେ ସର୍ବେ ।।

ଜୟ ହିନ୍ଦ୍।।

।।ଜାନକୀ ମହାନ୍ତ ।।

 317 total views,  1 views today

Leave a Reply

Your email address will not be published. Required fields are marked *