*ଫୁଲେଇ ଫୁଲ*
**************************
କେଉଁ ଏକ ଇପ୍ସିତ ପୃଥିବୀରୁ
ଫୁଟି ଆସିଥିବା
ରାତିର ରଜନୀଗନ୍ଧା ତୁମେ
ଚନ୍ଦ୍ରମାର ଚର୍ଚ୍ଚିତ କିରଣରେ ଛାଇ ଛବିର ବାସ୍ନା
ପୁଣି ଅଭିମାନିନୀ କୁଆଁରୀ ଫୁଲ
ରୂପ ବଗିଚାର ରାଣୀ …….

ଏଠି ସ୍ବପ୍ନର ଲହଡି ଭିତରେ ତୁମେ
କେବେ ଆସ
ଝାପ୍ସା ଝାପ୍ସା ଇଚ୍ଛା ମାନଙ୍କରେ ପୂର୍ଣ୍ଣତା ଆଣ
ନୂଆ ଫୁଟି ଉଠି ଥିବା ପତ୍ର ଦେହରେ
କାକର ବୁନ୍ଦା ଯେମିତି ଲେସି ହେଇଯାଏ
କେଉଁ ଏକ ମନସ୍କାମନା ନେଇ…..

ତୁମ ରାଗ ରୁଷାର ପାଖୁଡା ଉପରେ
ଭଅଁରର ପାଦ ଚିହ୍ନ ……
ମୌସୁମୀର ମହକ ,ଶରତର ଶାରଦୀୟ ଆଭା
ନୀରବତାର ନିର୍ବାଚନ ଭିତରେ ଅନେକ
ଶବ୍ଦ ଜୁଆର ଖାଲି ,
ହୃଦୟରୁ ମନ ମନ୍ଦାକିନୀ ପର୍ଯ୍ୟନ୍ତ
ଏକ ବିରାଟ ଆଲୋଡନ ……

ନବ କୁମାର ଦାସ
ବାଲିଆପାଳ ,ବାଲେଶ୍ୱର

 151 total views,  1 views today

Leave a Reply

Your email address will not be published. Required fields are marked *