ତୁମ କଥା ମନେ ପଡେ
ଆଜି ତମ କଥା ଖୁବ ମନେ ପଡୁଛି
ସବୁ ସମ୍ପର୍କ ରେ ତୁମେ ଉର୍ଦ୍ଧରେ ଥିଲ
ତୁମକୁ ଦେଖିବା ପାଇଁ
ଉପରକୁ ମଥା ଉଠାଇବାକୁ ହେଉଥିଲା,,,
ଆଜି ମୋର ଏମିତି ସମଗ୍ର ସତା ରେ
ତୁମେ ଲାଟେଇ ରହିଛ ଯେ
ଚାହିଁ ଲେବି ମୁଁ ଦୁରେଇ ପାରୁନି,,,,,
ଆଜିବି ସେଇ ଦିନ ସବୁ ମନେ ଅଛି
କେତେ ଅଭିମାନ କରେ
କେତେ ଅଭିଯୋଗ ବାଢେ
ତମେ ପୁଣି ମନେଇ ନିଅ ,,,,
ଆଜି ସେ ସବୁ କୁଆଡେ ଗଲା
ସବୁ ବେଳେ ନିରବ ଆଉ ନିର୍ଜୀବ
ଗାଢ଼ ଅନ୍ଧାର ରେ କିଛି ଶୁନ୍ୟତା
ଅତ୍ମୀୟ ତା ର ଅଭାବ ରେ
ଆଜି ମୁଁ ମୁକ ପାଲଟି ଯାଇଛି,,,,
ପରିବାର ପରିଜନ ଭିତରେ
ଆଜିବି ମୁଁ ଖୋଜୁଛି
ମହା ଶୁନ୍ୟତା ରେ ମୁଁ
ଏବେବି ତୁମ ସ୍ପର୍ଶ ରେ
ଶିହରି ଉଠୁଛି,,,,,
ସହର ର ସବୁ ଲୋକ
ଶୋଇଗଲା ପରେ
ସବୁ ଲୁହ ଆଖିରୁ ବୋହି
ଗଲା ପରେ
କାଳ ବୈଶାଖୀ ର ରୂପ ନେଇ
ତୁମ ଅନୁପସ୍ଥିତ ଫେରେ
ମୋ ଶୁନ୍ୟ ଇଲାକାରେ,,,,
ତମେ ଗଲା ପରେ,,,,
ଥରେ ବି ପଛକୁ ଫେରି ଚା ହିଁ ନ
ମୁଁ କିନ୍ତୁ ତୁମ କୁ ବିଦାୟ
ଦେଲା ପରେ
ମୋ ଆଖି ଫେରିନି ତୁମ ବାଟ ରେ,,,,,
ଅପେକ୍ଷା ରେ ଅଛି
ଅପେକ୍ଷା ରେ ଥିବି
ତୁମ ଅପେକ୍ଷା ରେ ଆଜିବି ବଞ୍ଚିଛି,,,,,
ତୁମେ ମୋର ବହୁତ ମନେ ପଡୁଛ,,,
🌹🌹🌹🌹🌹🌹🌹🌹
ଆଦର ମଣି ପ୍ରଧାନ
ସିଙ୍ଗିଟି ,,,,ଚାନ୍ଦବାଲି,,
ଭଦ୍ରକ,,,,,