#ସମୟ_ଆଉ_କଣ_କି ??
********************
ତୁମ ପାଇଁ ଆମ୍ବ ତୋଟା ଦେହେ ଦିହ କୁ ଦାହ କରି
ସାରୁପତ୍ରରେ ଫଳ ମୁଠେଇକରି ମନ୍ଦିର ପଛରେ ଥୋଇ ଆସିବା,
ତୁମ କାନ୍ଧକୁ ସାହାରା କରି
ସ୍କୁଲ ବାରଣ୍ଡାରୁ ବାରକୋଶ ବାଟ ପାଦ ଗଣି ଗଣି ଚାଲିବା।
ସମୟ ଆଉ କଣ କି ??
ବୋଉମାଡକୁ ଡରି ତୁମ ଘର ଆଲମାରୀ ଦେହେ
ନିଜକୁ ତୁମ ସହ ଏକାକାର କରି କେଇକ୍ଷଣ ହଜିଯିବା।
ସ୍କୁଲ ଝରକା ଭିତରୁ ଘାସ ଗାଲିଚାରେ
ଦଉଡି ସଙ୍ଗେ ସମାନ୍ତରାଳ ଉଛୁଳୁଥିବା ତୁମ ଯୋଡ଼ା ଖଜୁରୀବେଣୀ ରେ ଝୁଲିବା।
ସମୟ ଆଉ କଣ କି ?
ଅପରାହ୍ନ ରୁ ଅଧରାତି ମୋ ଖୋଲା ଅଗଣାରୁ
ତୁମ ଖୋଲା ଆକାଶ ଆଡ଼କୁ ଚାହିଁ
ଏକା ଏକା ଗପିବା , ତୁମ ଚାହା କପ୍ ସହ।
ସବୁଠୁ ଶିଙ୍କୁଳି ଛିଣ୍ଡେଇ
ତୁମ ସରଗ ରାଇଜ ଆଡ଼କୁ ଯାଇ ସ୍ବର୍ଗତ ହେବା ପାଇଁ ତାରା ଗଣିବା।
ସମୟ ଆଉ କଣ କି ?
ଆମେ ଦୁହେଁ ଗଲାପରେ କାନ୍ଥ ଦେହରେ
ହାର ପିନ୍ଧି ପାଖାପାଖି ନିଃଶବ୍ଦରେ ଵିନା ଉତ୍ତର ଆଶାରେ ଚିଠି ଲେଖିବା ,
ତୁମ ହାତ ତିଆରି ରାନ୍ଧଣା ଖୁଣିବାର ଶକ୍ତି ଆଉ ଅଧିକାର ହରେଇ,
ଚୁପ୍ ଚାପ୍ ଧୂପ ଧୂଆଁ ରେ ସନ୍ତୁଷ୍ଟି ହୋଇଯିବା।
ସମୟ ଆଉ କଣ କି ?
ପୁଣି ଥରେ ଏକାଠି ଫେରିବାକୁ ଗୋଟେ ଧାଡ଼ିରେ ଯମ ଦୁଆରେ ହାତ ଧରି ଛିଡ଼ା ହେବା ,, ଚିତ୍ରଗୁପ୍ତ ଙ୍କୁ ଗୁହାର କରି ମଧ୍ୟାହ୍ନ ଭୋଜନର ଅଣ୍ଡା ଧାଡ଼ି ପରି,,,,
ତୁମେ କୁହ,,
ସମୟ ଆଉ କଣ କି ??
ସମୟ ଆଉ କଣ କି??
ତୁମର
ଶିବାନନ୍ଦ ବାରିକ
2,063 total views, 1 views today
When I often attend the gym and I feel the advantages of the habit I actually have
created.
CHECKMATTER.COM is a blog regarding check/cheque.