ନାରୀ ହିଁ ନାରୀ
ମନୋଜ କୁମାର ଦାସ
ନାରୀ
ନାରୀ ବୋଲିତ
କଣ ଭାଙ୍ଗି ପଡୁଛ
ଆଖିରୁ ଝରାଇ ଲୁହ
ସବୁକିଛି ସହିବାର
ଜଗତ ସୃଷ୍ଟି ପାଇଁ
ଅତୁଳନୀୟ ଅବଦାନ ।
ପ୍ରତିଟି ମୁହୂର୍ତ୍ତେ ସାମ୍ନାକରୁ
ଦୁଃଖ ଆଉ ଯନ୍ତ୍ରଣା
ଏ ଦୁନିଆ କିଛି ବୁଝେନା
ସମ୍ମାନ ବଦଳେ ଅପମାନ
ନାରୀ ଜାତି ବୋଲିତ
ଗର୍ବରେ ଫୁଲାଏ ଛାତି ।
ସବୁରି ମୂଳରେ ଆଧାର
କହି କିଛି ଲାଭ ନାହିଁ
ସମାଜ ବୁଝେନା ଖବର
ନାରୀ କଣ ହୋଇପାରୁଥାନ୍ତା
ଅତ୍ୟାଚାରର ଶିକାର ।
ସମୟ ଆସି ଉପନୀତ
ହାତ ପାହାନ୍ତାରେ କ୍ଷମତା
ସଂଗ୍ରାମରେ ହାରିବେନି
ସରଳ ନାରୀ ସାଜିବେ
ନାରାୟଣୀ, ମା ‘ଦୁର୍ଗା
ଉଚିତ ଜବାବ ଦେବେ
ନାରୀ ହିଁ ନାରୀ କେବଳ
ସମ୍ମାନର ଅଧିକାରିଣୀ
ମନୋଜ କୁମାର ଦାସ
***************-************