March 25, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ପୂର୍ଣ୍ଣମୀ ରାତିର ଜହ୍ନ ଆଲୋକ – ରୀକ୍ଷିରାମ ମେହେର*

 

 

//ପୂର୍ଣ୍ଣମୀ ରାତିର ଜହ୍ନ ଆଲୋକ//

ରୀକ୍ଷିରାମ ମେହେର

***********************************

ଜହ୍ନ ଆଲୋକର  ପୂର୍ଣ୍ଣମୀ ରାତିରେ

ଗାଁ ଦାଣ୍ଡ ଯାଏ ଝଲସି।

ନୂଆବୋହୂ ପରି ଓଢଣୀ ଟାଣି ସେ

ଦୋଉଚି ମୁରୁକି ହସି।1।

 

ପୂର୍ଣ୍ଣମୀ ଚାନ୍ଦର କିରଣେ ଦିଶଇ

ଲାବଣ୍ୟବତୀର ଶୋଭା।

ଚାନ୍ଦିନୀ ରାତିକୁ ଉପଭୋଗ କଲେ

ଲଗାଇ ଅପୂର୍ବ ଆଭା।2।

 

ଏକୁଟିଆ ବୁଲେ ନୀତି ମୁଁ ରାତିରେ

ଜହ୍ନକୁ ଦେଖିବା ପାଇଁ।

ଦେଖି ଦେଲେ ଥରେ ମନ ଭରିଯାଏ

ଆନନ୍ଦରେ ନାଚେ ମୁହିଁ।3।

 

ସାଧବ ବୋହୂପରି ସାଜି ଆସିଥାଏ

ପୂର୍ଣ୍ଣମୀ ରାତିରେ ଥରେ।

ସବୁଦିନ ଯଦି ହୁଆନ୍ତା ପୂର୍ଣ୍ଣିମା

ମନେ ମନେ ତାକୁ ଝୁରେ।4।

 

ପୂର୍ଣ୍ଣମୀ ରାତିର ଜହ୍ନ ଅଲୁଆରେ

ଚାନ୍ଦ ସାଥେ ତାରା ମେଳ।

ଜାଗ୍ରତ ହୁଏ ମନେ ତାଙ୍କ ସାଥିରେ

ଖେଳିବାକୁ ସାଙ୍ଗେ ଖେଳ।5।

 

କରୁଛି ମିନତୀ ଆସ ଗୋ ପୂର୍ଣ୍ଣିମି

ନୀତି ଦିନ ତୁମେ ଆସ।

ସବୁ ଦିନ ପାଇଁ ସାଥିଟିଏ ହୋଇ

ସାଥେ ଚାନ୍ଦ ନେଇ ଆସ।6।

 

କବିର କଳ୍ପନା ମନର ଭାବନା

ତୁମପାସେ ଅଛି ମନ।

ଆସିବକି ତମେ ଅନୁଗ୍ରହ କଲେ

ମୋର ପାସେ ନୀତିଦିନ।7।

 

ବିଧିର ବିଧାନ କେ କରିବ ଆନ

ସୃଷ୍ଟି ପାଇଁ ନିୟୋଜିତ।

ସ୍ରଷ୍ଟା କରିଛି ତୁମକୁ ସଂରଞ୍ଚନା

ଆଜ୍ଞାବଳେ ଆତଯାତ।8।

 

ରୀକ୍ଷିରାମ ମେହେର

 272 total views,  2 views today

Leave a Reply

Your email address will not be published. Required fields are marked *