ଦୀପ ଶିଖା 🪔
ସମସ୍ତଙ୍କ ଜନ୍ମ ଦିନ ପରି ସେଦିନ ବି ଥିଲା ସୁମିତ୍ରା ର ଜନ୍ମ ଦିନ ।। ସକାଳୁ ଓଠି ସୁମିତ୍ରା ର ମା ଗାଧେଇ, ନୂଆ ବସ୍ତ୍ର ପିନ୍ଧି ଚାଲିଲେ ମନ୍ଦିରକୁ, ଝିଅ ପାଈଁ ଶୁଭ ମନାସିବାକୁ। ମନ୍ଦିର ର ପହଞ୍ଚିଲା ପରେ ଭଗବାନଙ୍କୁ ପ୍ରଣାମ କରି ଦୀପ ଟିଏ ଜାଳିଲେ ଆଉ ଭଗବାନ୍ ଙ୍କୁ କହିଲେ। ପ୍ରଭୁ ଏ ଦୀପ ଶିଖା ଏମିତି ଜଳୁଥାଉ ଆଉ ମୋ ଝିଅ ର କିଛି ବି ଅସୁବିଧା ନ ହେଉ। । ମୋ ଝିଅ ର ମଙ୍ଗଳ କରିବ । ଏମିତି କିଛି ଶୁଭ ମନାସି ଦୀପ ଟିଏ ଜାଳି ଭୋଗ କରି ମନ୍ଦିର ରୁ ଆସିଲେ ମା । ଝିଅ ପାଇଁ ମନ ଖୋସି ରେ ଭୋଗ ଚନ୍ଦନ ପାଦୁକା ଆଣି ଘରେ ପହଞ୍ଚିଲେ ମା । ଘରେ ପହଞ୍ଚି ଦେଖନ୍ତି ତୋ ଝିଅ ଘରେ ନୂଆ ପୋଷାକ ପିନ୍ଧି ଠାକୁରଙ୍କୁ ପ୍ରଣାମ କରୁଛି। ମା ଦେଖି ବହୁତ ଖୋସି ହେଇଗଲେ। ଆଉ ଝିଅ ର କପାଳରେ ଚନ୍ଦନ ଟୋପା ଟିଏ ଲଗେଇ ପାଦୁକା ଭୋଗ ଖୁଆଇଦେଲେ, ଝିଅ ବି ଭକ୍ତି ରେ ମା ଙ୍କୁ ପ୍ରଣାମ ଟିଏ କଲେ । ଏମିତି ଦିନ ରୁ ସନ୍ଧ୍ୟା ଯାଏଁ ମିଠା ପିଠା ପଣା ରେ ଘର ହସ ଖୋସି ରେ ଭରିଗଲା । ସନ୍ଧ୍ୟା ହେଲା ସୁମିତ୍ରା ସାଙ୍ଗ ମାନଙ୍କୁ ଡାକିଲା ସମ୍ପର୍କୀୟ ମାନଙ୍କୁ ବି ଡାକିଲା ଆଉ କେକ୍ କାଟିବା ପାଇଁ ପ୍ରସ୍ତୁତି ତିଆରି ହେଲା । ମହମ ବତି ରେ ନିଆଁ ବି ଲଗାଗଲା । କେକ୍ କାଟି ବାକୁ ପ୍ରଥମେ ମହମବତୀ ଲିଭାଇବା ପାଇଁ ଗଲା ବେଳେ ସୁମିତ୍ରା ର ଜେଜେମା ହଠାତ୍ କିନା ଆସି ସୁମିତ୍ରା କୁ ”ରହିଯା ନାତୁଣୀ” ବୋଲି କହିଲେ। ସୁମିତ୍ରା ରାଗିଯାଇ ଜେଜେମା କୁ କହିଲା ଗୋଟିଏ ଶୁଭ କାମ କରିତେ ଯାଉ ଯାଉ ତୁ ବାଧା ଦେଲୁ । କେମିତିକା ମଣିଷ ତୁ । ଜେଜେମା ଙ୍କ ଆଖିର ଲୁହ ଚାଲି ଆସିଲା ଆଉ ସେ କାନ୍ଦ ଭରା ଆଖିରେ ସୁମିତ୍ରା କୁ କହିଲେ ଝିଅ ରେ। ସକାଳୁ ଓଠି ତୋ ମା ଦୀପ ଟିଏ ଜାଳି ଠାକୁରଙ୍କୁ କହିଆସିଥିଲା ଏ ଦୀପ ଭଳି ମୋ ଝିଅର ଜୀବନ ସବୁବେଳେ ଜଳୁଥାଉ କେବେ ନ ଲିଭୁ। ହେଲେ ତୋ ମା ଠାକୁରଙ୍କ ପାଖରେ କାନ୍ଦି ଦୀପ ଟିଏ ଜାଳିଥିଲା ଆଉ ତୁ ଏଠି ଦୀପ ଲିଭେଇ ଖୋସି ହେଉଛୁ।। କହିଲୁ ଏଇଟା କଣ ଠିକ୍। ଯିଏ ତୋ ପାଇଁ ତୋ ଖୁସି ପାଇଁ ଭଗଵାନ ଙ୍କୁ ଡ଼ାକି ଥିଲା । ତୁ କଣ ଏ ଦୀପ ଲିଭେଇ ମା ର ମନ କୁ କଷ୍ଟ ଦେଉନୁ । ମା ରେ ଖୁସି କରିବାକୁ ମନା ନାହିଁ ହେଲେ ଦୀପ ଟିଏ ଜଳିଲେ ଆମକୁ ଆମ ଆଖି କୁ କେତେ ସୁନ୍ଦର ଲାଗିଥାଏ । ଆଉ ଦୀପ ଟିଏ ଲିଭିଗଲେ ଅନ୍ଧକାର ହେଲେ ଆମକୁ ଡର ଲାଗେ ଏକା ଏକା ଲାଗେ ଯେମିତି ଆମ ପାଖରୁ ସମସ୍ତେ ଦୂରେଇ ଯାଇଛନ୍ତି । ସବୁବେଳେ ଗୋଟିଏ କଥା ମନେ ରଖିବୁ ମା । ପରିବାର ର ସଦସ୍ୟ କେବେ ପିଲାମାନଙ୍କର ଅମଙ୍ଗଳ ଚାହାଁନ୍ତି ନାହିଁ ଝିଅ ।।।
✍️ ଅନିରୁଦ୍ଧ ତିଆଡ଼ି
ବାଲେଶ୍ବର ଅଡ଼ା