March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ*

ଦେଖିଛି‌ ଦେବୀଙ୍କୁ 

ଶିବାନନ୍ଦ ବାରିକ

*************

ତୁମେ ଦେଖିଛ ଦେବୀଙ୍କୁ
ମଳୟର ବଳୟ ପିନ୍ଧି, ମଣ୍ଡପର ଛାତିଭେଦି
ଫୁଟିଥିବା କାଶତଣ୍ଡୀରୁ ଉଙ୍କିମାରି
ଅଗୁରୁ କର୍ପୁର,
ମହଣ ମହଣ ଅର୍ପଣ, ତର୍ପଣ
ଭୋଗିଉଠୁଥିବା ପାର୍ବଣ
ଶକ୍ତିଘେନି ମାଟି ପାଏ ଜୀବନ
ଶିହରଣର ତୂରୀ, କାହାଳୀ
ଆବାହନିର ନାନାବାୟା,,
ସମୟ ପାଇ ଆଖି,ମନ,ହୃଦୟ ସବୁ ବିଶାଳ
ଠିକ ମଣ୍ଡପର ମୁର୍ତ୍ତି ଭଳି,

ମୁଁ ଦେଖିଛି ଦେବୀଙ୍କୁ
ଜୀବନକୁ ମାଟି କରି
ମାଟିରେ ଜୀବନ ଧରି
କାଶତଣ୍ଡୀ ଶେଜରୁ ଆକାଶକୁ ଆଖି ଫେଡି,
ଆପଣାଙ୍କୁ ଛିଣ୍ଡିଯାଇ ବିସ୍ତୀର୍ଣ୍ଣ ହେବାରୁ ସୁରକ୍ଷା ଦେଇ
ଚିତ୍କାରି ଅହରହ ଆହୁତି ଢାଳିଦେଲାବେଳେ

ଯନ୍ତ୍ରଣାକୁ ବୋହି ବୋହି
ରଖି ଥୋଇ ପଡିଉଠି,
ବୁଜୁଳିରୁ ନଖଚିରି ବିଡ଼ମ୍ବନାର ନଦୀ ଜନ୍ମନେଇ
ଲୁହ ଓ ଭାଗ୍ୟର ଉପନଦୀ ସାଉଁଟି
ଜୀବନର ମରୁଭୂମିରେ ବହି ଯାଉଥିବା ବେଳେ

ମୁଁ ଦେଖିଛି ଦେବୀଙ୍କୁ
ଟାଣି ଘୋଷାରି ନିଜକୁ ଏକାଠି କରି
ଅଧାଦେହକୁ ପୁଣି ଗଢ଼ିତୋଳି
ପିଠିକୁ ପଥର କରି , ବିସ୍ଫୋରଣର ମନ୍ତ୍ରପଢି,
ବିଷକୁ ପାଦକ ମଣି
ନିବୁଜ କୋଠରୀ ଭିତରେ
ରାକ୍ଷସକୁ ପୂଜାକରୁଥିବା ବେଳେ।

ମୁଁ ଦେଖିଛି ଦେବୀଙ୍କୁ
ପିଣ୍ଡରୁ ପ୍ରାଣ ଅଲଗା କରି
ପ୍ରାଣରେ ପ୍ରାଣ ସଂଚାର କରି
ପ୍ରାଣ ପାଇଁ ,ପେଟ ପାଇଁ ପାଟି ଖୋଲି
ଖରା ବର୍ଷା କାକରକୁ ଚାଦର କରି
ହାତ ମେଲି ଥରୁଥିବା ବେଳେ।

ମୁଁ ଦେଖିଛି ଦେବୀଙ୍କୁ
ଖବରର ଶୀର୍ଷକ ହୋଇ
ଅନିଚ୍ଛାରେ ବ୍ୟାପିଯାଇ
ତରଳ ନିଆଁକୁ ପିଇଯାଇ
ଜଳି ଜଳି ସରିଯାଇ
ଯୁଦ୍ଧରେ ହାରିଯାଇ
ଆପଣାର ନିଃଶ୍ୱାସକୁ ନିଜେ ରୋକିଦେବା ବେଳେ,
ମୁଁ ଦେଖିଛି ଦେବୀଙ୍କୁ,,,
ମୁଁ ଦେଖିଛି ଦେବୀଙ୍କୁ,,,,,

ଶିବାନନ୍ଦ ବାରିକ

Loading

6 thoughts on “*ଦେଖିଛି ଦେବୀଙ୍କୁ – ଶିବାନନ୍ଦ ବାରିକ*

  1. Hey there just wanted to give you a quickheads up and let you know a few of the pictures aren’t loading properly.I’m not sure why but I think its a linking issue.I’ve tried it in two different internet browsers and both show the same outcome.

  2. I’m not sure why but this blog is loading incredibly slow for me. Is anyone else having this issue or is it a issue on my end? I’ll check back later and see if the problem still exists.

Leave a Reply

Your email address will not be published. Required fields are marked *