//ଧୂସର//
ସ୍ରୋତସ୍ବିନୀ ପରିଡା
************************
ଧରିତ୍ରୀ ଛାତିରୁ ଧୂସର ମାଟିରୁ
ଗଢା ହୁଏ ମାତୃ ପ୍ରତିମା
ସାରଦୀୟ ପୂଜା, ପାର୍ବଣର ଋତୁ
ଗାନ କରେ ଦେବୀ ମହିମା।
ପଠା କାଶତଣ୍ଡୀ ସ୍ଵାଗତ କରଇ
ମହିଷମର୍ଦ୍ଦିନୀ ମର୍ତ୍ତ୍ୟରେ
ପାପ ବିନାଶିନୀ,ପାପୀ ସଂହାରିଣୀ
ଉପସ୍ଥିତ ଧରା ଧାମରେ।
ଉଜ୍ଵଳ ଆଲୋକେ ପୁଷ୍ପର ମହକେ
ଆକର୍ଷିତ ଦେବୀ ମଣ୍ଡପ
ଅନ୍ଧକାର ନାଶି ସିଦ୍ଧିପ୍ରଦାୟିନୀ
ପ୍ରଜ୍ଵଳିତ କର ପ୍ରଦୀପ।
– ସ୍ରୋତସ୍ବିନୀ ପରିଡା ✍️