ଭାବନାର ଅବର୍ତ୍ତମାନେ
—————————-
ଭାବନା ସାଗରରେ ଘନଘନ ଭଟ୍ଟା ପଡୁଛି,
ନିଃସ୍ଵ କବୀ ର କବିପଣ ନିଜକୁ ଧିକ୍କାର କରୁଛି,
ଆଉ ନିଶୁନ୍ ବେଳାଭୂମିରେ
କ୍ଳାନ୍ତ ଝର କଲମ ଖାଲି ପେଟରେ ଗଡ଼ୁଛି..
ଆବେଗର ଗଣ୍ଡ ଭିତରେ ବୁଡି ନ ମରିଲେ
ଜୀବନ୍ତ କବିତା ଟେ ଉତୁରେଇ ହୁଏ କି ??
ମୁଁ ତ ପାରେନା…
କିମ୍ଭୂତ କିମ୍ଭାକାର କ୍ଳିଷ୍ଟ ଶବ୍ଦ ମାନଙ୍କୁ
ଜୋର୍ ଜବରଦସ୍ତ ବାନ୍ଧି ଆଣି ସେମାନଙ୍କ
ଜୋଡ୍ ତୋଡ୍ ରୁ ନିର୍ମିତ ନିଷ୍ପ୍ରାଣ ଜିନିଷଟାକୁ
କବିତାର ନାଁ ଦେଇ
ପ୍ରତିବାଦ ଶୂନ୍ୟ ସାଦା କାଗଜର ଗୋରା ଗାଲ ରେ
ଛାପି ଦେଇ ପାରେନା…
ସବୁବେଳେ ତ ଠିକ୍ ଥାଏ !!
ହେଲେ ଆଜି କାହିଁକି କେଜାଣି
ଭାବନାର ସମୁଦ୍ରଟା ଦୂରକୁ ଦୂରକୁ ଘୁଞ୍ଚି ଯାଉଛି…
କିନ୍ତୁ ମୋ ଶୁଖିଲା ହୃଦୟଟା ନିଜକୁ ଚିପୁଡ଼ି
କଲମ ପେଟରେ ରକ୍ତ ଭରୁଛି,
ଅଜ୍ଞାତ ଶୀର୍ଷକ ଅବଶ୍ୟମ୍ଭାବୀ କବିତାର
କୋଣ ଅନୁକୋଣେ ସେଇ ଜିଦଖୋର୍
ଲାଲ୍ ରଙ୍ଗ କବୀର ଇଙ୍ଗିତରେ
ଗାରେଇ ହେବାପାଇଁ ତୟାର୍ ହଉଛି…
ଏତିକି ବେଳକୁ ଶବ୍ଦ ମାନେ ବି
ଦାଉ ସାଧିଲେଣି, ଭାଉ ଖାଇଲେଣି…
ଆଖି ଆଗରେ ଆଖି ମିଟ୍ ମିଟ୍ କରି ଖତେଇ ହୋଇ
ଆଖି ପିଛୁଳାକେ ଲୁଚି ପଡ଼ିଲେଣି…
ବ୍ୟାକୁଳତାର ଖଣ୍ଡିଆ ଭୂତରେ
ବାଲିଧୂଳି ଭଳି ଫେଣ୍ଟିହୋଇ ଖେଳି ବୁଲୁଛନ୍ତି
ମୋ ଚାରିପାଖରେ,
ଆଉ ମୁଁ ସେମାନଙ୍କୁ ଧରିବାକୁ ଗଲେ
ମୋତେ ଉଡେଇ ନେଉଛନ୍ତି ନିଜ ସାଥିରେ-
ଅର୍ଥହୀନତାର ଅନ୍ଧାରୀ ମୁଲକକୁ…
ତାତ୍ସଲ୍ୟ କରି କାନରେ ଫୁସ୍ ଫୁସ୍ କହିପକାଉଛନ୍ତି,
“ଶତଚେଷ୍ଟା କରି ଦେଖିନିଏ କବୀ,
ଭାବନା ରେ ମନଭରି ନ ଭିଜିଲା ଯାଏଁ
ଆମେ ଧରା ଦେବୁନି ମୋଟେ… !!”
ସତରେ ବେଳେବେଳେ କବୀଟିଏ
ଭାରି ଦରିଦ୍ର ହୋଇପଡ଼େ ଭାବନାର ଅବର୍ତ୍ତମାନେ..
ହାୟ !! କାଗଜ ପାଲଟିଯାଏ
ଶୂନ୍ୟ ମହାକାଶ ଠୁଁ ଆହୁରି ଶୂନ୍ୟ, ଆଉ
ଲେଖନୀ ହୋଇପଡ଼େ ଦୂର୍ବାଦଳ ଠାରୁ
ଆହୁରି ଦୁର୍ବଳ… !!
ତଥାପି କବୀ ର ଅତୁଟ ଆସ୍ଥା, ସେ
ସେଇ ଶୂନ୍ୟକୁ ଭାଜକ କରି ଅନନ୍ତ ପରିକଳ୍ପନା କୁ
ଶବ୍ଦରେ ସଜେଇବ….
ଅମାବାସ୍ୟାର ଅଣଲେଉଟା ଭଟ୍ଟା
ପୂର୍ଣ୍ଣମୀ ତିଥିରେ ପୁଣି ଥରେ
ଜୁଆର ରୂପରେ ଲେଉଟି ଆସିବ…
ଶବ୍ଦ ମାନେ ତହିଁରେ
ମୁରୁକି ମୁରୁକି ହସି ମୁଣ୍ଡ ପାତି ଭିଜିବେ,
ଆଉ ଭିଜା ଶବ୍ଦ ମାନଙ୍କୁ ନେଇ
ସେ ନିଜ ହାତରେ ତୋଳିବ
କଳ୍ପନାର ସୁବର୍ଣ୍ଣ ସୌଧ !
କଲମ ପେଟରେ ସଞ୍ଚିତ ରକ୍ତର
ଶେଷ କେଇ ବୁନ୍ଦା ଅଠାଳିଆ ହୋଇ ଶୁଖିଯିବା ଆଗରୁ
ସେ ନିଶ୍ଚୟ ଲେଖିବ,
ହଁ, ସେ ନିଶ୍ଚୟ ଲେଖିବ !!!
_________________________
–ଶତରୂପା ମିଶ୍ର, ରଥଗଡ଼ା, ଆଠଗଡ଼
_________________________
2,189 total views, 2 views today
What’s Going down i’m new to this, I stumbled upon this I’ve discovered
It positively useful and it has helped me out loads.
I hope to contribute & help different customers like its aided
me. Great job.
Hello just wanted to give you a quick heads up. The text in your content
seem to be running off the screen in Opera. I’m not sure if this is a formatting issue or something to do with internet browser compatibility but I
thought I’d post to let you know. The design look great
though! Hope you get the problem resolved soon. Cheers
I’ve been surfing on-line greater than three hours as of late,
yet I never discovered any fascinating article like yours.
It is pretty worth sufficient for me. In my view, if all web owners and bloggers made good content material as you did, the net will probably
be much more useful than ever before.
Thanks for your personal marvelous posting! I definitely enjoyed
reading it, you are a great author. I will be sure to bookmark your
blog and definitely will come back in the future. I want
to encourage you to continue your great work, have a
nice evening!
I blog frequently and I truly appreciate your content.
This great article has truly peaked my interest.
I am going to book mark your website and keep checking for new details about once per week.
I opted in for your Feed as well.
We absolutely love your blog and find a lot of your post’s to be what precisely I’m looking for.
Would you offer guest writers to write content for you personally?
I wouldn’t mind creating a post or elaborating on many of the subjects you write regarding here.
Again, awesome site!
Very nice post. I just stumbled upon your blog and wanted to say
that I’ve truly enjoyed surfing around your blog posts.
In any case I will be subscribing to your feed and I hope you write again very soon!
Thanks a lot for feeling these words with all your heart.. Thanks a lot… ❤️
ଦେବୀ ସତରୁପା ଙ୍କ କବିତ୍ଵ ରେ ମୁଗ୍ଧ ଏ ଦଗ୍ଧ ପ୍ରାଣ ।
Just loved it.
ଅଜସ୍ର ଧନ୍ୟବାଦ ଆଜ୍ଞା.. ❤️
Salute. Good job, carry on .
Many many thanks..
ବହୁତ୍ ବହୁତ୍ ଧନ୍ୟବାଦ..
ଏମିତି ଲେଖି ଚାଲ ☺️
ଧନ୍ୟବାଦ
Love your କବିତା ସତରୁପା ଦିଦି ❤️❤️ keep it up
ଧନ୍ୟବାଦ୍ ସୁବ୍ରତ