January 20, 2022
11 11 11 AM
*ମୋ ପ୍ରିୟା–ରୋହିତ୍ ଦାସ*
*Wake up–Priyanka Banerjee*
*NEVER,NEVER–Priyanka Banerjee*
*WOMAN–Priyanka Banerjee*
*BISCUITS  – Chinmayee Mohapatra*
*Biscuits – Sudipta Mishra*
*BISCUITS – Shiv Raj Pradhan*
*Biscuits – Devi Maya Pradhan*
*BISCUITS – Sreekanta Panda*
*Biscuits -You May Try- Shampa Saha*
*BISCUITS – BRENDA MOHAMMED*
*SWEETNESS IN MOUTH – Amb Maid Čorbić*
*ବିସ୍କୁଟ – ବୁଲୁ ବିଷୋୟୀ*
*ବିସ୍କୁଟ – ଶ୍ରୀପଦ୍ମନ ରଣା*
*ବିସ୍କୁଟ – ବନସ୍ମିତା ପଣ୍ଡା*
*ବିସ୍କୁଟ – ସରୋଜ କୁମାର ସାହୁ*
*ବିସ୍କୁଟ  – ଅଞ୍ଜଳି ଗିରି*
*ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା*
*ବିସ୍କୁଟ – ଅଜୟ ମହାଲା*
*ବିସ୍କୁଟ-ଗାୟତ୍ରୀ ମିଶ୍ର*
Latest Post
*ମୋ ପ୍ରିୟା–ରୋହିତ୍ ଦାସ* *Wake up–Priyanka Banerjee* *NEVER,NEVER–Priyanka Banerjee* *WOMAN–Priyanka Banerjee* *BISCUITS  – Chinmayee Mohapatra* *Biscuits – Sudipta Mishra* *BISCUITS – Shiv Raj Pradhan* *Biscuits – Devi Maya Pradhan* *BISCUITS – Sreekanta Panda* *Biscuits -You May Try- Shampa Saha* *BISCUITS – BRENDA MOHAMMED* *SWEETNESS IN MOUTH – Amb Maid Čorbić* *ବିସ୍କୁଟ – ବୁଲୁ ବିଷୋୟୀ* *ବିସ୍କୁଟ – ଶ୍ରୀପଦ୍ମନ ରଣା* *ବିସ୍କୁଟ – ବନସ୍ମିତା ପଣ୍ଡା* *ବିସ୍କୁଟ – ସରୋଜ କୁମାର ସାହୁ* *ବିସ୍କୁଟ  – ଅଞ୍ଜଳି ଗିରି* *ବିସ୍କୁଟ – ସ୍ବର୍ଣ୍ଣରେଖା ପଣ୍ଡା* *ବିସ୍କୁଟ – ଅଜୟ ମହାଲା* *ବିସ୍କୁଟ-ଗାୟତ୍ରୀ ମିଶ୍ର*

ବାପା

ବାପା
****

ତୋରାଣି କଂସାରେ
ଅମୃତ ମଣୋହି କରି
ଭାଗ୍ୟ ସହ ନିତି ଯୁଝି
ଭୋକର ଭୂଗୋଳକୁ
ଚିରା ଗାମୁଛାରେ ଢାଙ୍କିବାର
ପ୍ରୟାସ କରୁ କରୁ
ପରିବାର ପାଇଁ ଖୁସି ଯୋଗାଡୁଥିବା
ବିଜୟୀ ସମ୍ରାଟ- “ମୋ ବାପା” ।

ରୌଦ୍ରତାପର ତାଣ୍ଡବରେ
ନିଃଶେଷ ହୋଇଥିବା ଦୁବ
ଆଷାଢ଼ ଛୁଆଁରେ
ଆଖିମେଲିବା ଭଳି
ଆଶାର ବୁନ୍ଦାଏ ଜଳରେ ବି
ଅଙ୍କୁରୋଗଦମ ହୋଇ,
ଅବିନାଶୀ ଇଚ୍ଛା ତାଙ୍କର
ଆଖିମେଲେ
ଅନୁଭବରେ ଦୃଶ୍ୟ ହୁଏ-
ଛୋଟିଆ ଅଭାବୀ ସଂସାର ହିଁ
ତାଙ୍କ ଖୁସିର ସାମ୍ରାଜ୍ୟ !

ପ୍ରଜାପତିର ଡେଣାକୁ ସିନା
ଅକୁଳନ ହୋଇପାରେ
ବଗିଚାର ପରିସୀମା
ବାପା କିନ୍ତୁ ଖୋଜୁଥାନ୍ତି ମୋ ପାଇଁ
ତାରା ଓ ଜହ୍ନର ଠିକଣା !
ଯଦିଓ ଚାଖଣ୍ଡେ ସେଇଁଲେବି
ହାତେ ଚିରିଯାଏ
ତଥାପି, କ’ଣ ତାଙ୍କ ସ୍ବପ୍ନ ସରେ ?
ନିଜ ସୁଖ ତୁଚ୍ଛ ହୁଏ
ରକ୍ତ ପୁଣି ପାଣି ହୋଇ ଝରେ
ମିଳିଯାଏ ମୋତେ କିନ୍ତୁ
ଅସୁମାରୀ ଖୁସିର ପାଉଣା ।

ନୁଖୁରା ସ୍ବପ୍ନଙ୍କୁ
ଖରାର ହଳଦୀ ମଖେଇବାର
ଢ଼େର ଆଗରୁ……
ଅନେକ ସମୟରେ
ନିଖୋଜ ହୋଇଯାଏ ସକାଳ
ଯଦିଓ, ଦୁଶ୍ଚିନ୍ତାର ଝାଂଜିରେ
ଅହରହ ସିଝୁଥାନ୍ତି ବାପା
ଜୀବନର ମଧ୍ୟାହ୍ନରୁ ଦ୍ବିପ୍ରହର ।

ତଥାପି, କିଏ ଯେମିତି
ସାନ୍ତ୍ୱନାର ବାରି ଢାଳି
ଶିତଳାଉଥାଏ ତାଙ୍କ ହୃଦତଳ
ଅମା ଅନ୍ଧକାର କାଟି
କାଲି ନିଶ୍ଚେ ଦୃଶ୍ୟ ହେବ
ସ୍ବପ୍ନର ନୂତନ ସକାଳ
ଖରା ଝଲମଲ….!!!
***************
# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ,କଟକ#

 193 total views,  1 views today

Leave a Reply

Your email address will not be published. Required fields are marked *