*{ଏଇକି ଆମ ରାମ ରାଇଜ}*
~~~~~~~~~~~~~~~~~~~~
ବନ୍ଧୁରେ………
ଏଇକି ଆମ ରାମ ରାଇଜ
କାହାର ଆଗରେ
ମୋ ଦେଶର କଥା
କହିବାକୁ ଲାଗେ ଲାଜ
ବନ୍ଧୁରେ………..
ଏଇକି ଆମ ରାମ ରାଇଜ ll
ସ୍ୱାର୍ଥର ବନିତା
ସାଜିଛନ୍ତି ସର୍ବେ
ଲୋଭ ମୋହକୁ ଆବୋରି
ଧନ ସମ୍ପତି ର
ମୋହରେ ପଡିଣ
ଭାଇ ମାରେ ପଛୁ ଛୁରୀ
ସ୍ୱାର୍ଥ ପାଇଁ ହୁଏ
ସମ୍ପର୍କ ଅଲୋଡ଼ା
ଶୁଣିବାକୁ ଲାଗେ ଲାଜ
ବନ୍ଧୁରେ………
ଏଇକି ଆମ ରାମ ରାଇଜ
ସତ୍ୟ ଶାନ୍ତି ଦୟା
ଅହିଂସା ଯେ କ୍ଷମା
ନାହିଁ ଆଉ କାହା ମନେ
ମିଛ ଏଠି ଆଜି
ଭାଗବତ ବାଣୀ
କୁହନ୍ତି ଯୁବକ ଗଣେ
ଭାଵ ଭକ୍ତି ଜ୍ଞାନ
ସବୁ ହୁଡ଼ିଗଲେ
ଦେଖିବାକୁ ଲାଗେ ଲାଜ
ବନ୍ଧୁରେ……..
ଏଇକି ଆମ ରାମ ରାଇଜ ll
*ବୈଦ୍ୟନାଥ ପଣ୍ଡା.*
ଅବଦଲ ପୁର. ଯାଜପୁର
ଦୂରଭାଷ =9439854199.
272 total views, 1 views today
i like this exceptional post