ଜଗନ୍ନାଥେ
କଳ୍ପନା ରାୟ
ଶ୍ରାବଣର ଯେଉଁ ଛମ୍ ଛମ୍ ନାଚ
ଆଣିଛିକି ତୁମକୁ ଡ଼ାକି
ତାର ପାଣି ଦେଖି ପାଣି ଢ଼ାଳି ହେବ
ଭୁତାଣୁକୁ ଡରୁନକି
ସିଂହଦ୍ଵାର ବନ୍ଦକରି ବସିଥିଲ
ଆଷାଢ଼ ପୂର୍ଣ୍ଣିମା ଲୋଭ
ଶହେ ଆଠ ଗରା ପାଣିରେ ସ୍ନାନ
ଜ୍ବରରେ କାହିଁ ନ ପଡିବ
ଆସିବ କାଳିଆ ଭକ୍ତର ଦର୍ଶନ
ସତରେ ନାହିଁ କି ମନ
ଭକ୍ତ ଦେଖିବନି ତୁମକୁ ଓ ରଥ
ଦୁଃଖିନୀ ତୁମ ବଡ଼ଦାଣ୍ଡ
ବଡ଼ଦାଣ୍ଡ ରେଣୁ ଝୁରୁଛି ଭକ୍ତଙ୍କୁ
ଟାହିଆ ତୁମର ଦେଖି
ରାଜା କରୁଥିଵେ ଛେରା ପହଁରାକୁ
ତୁମେ ହସୁଥିବ ତ ମୁରୁକି
ମୟୁର ଚନ୍ଦ୍ରିକା ମୁଣ୍ଡରେ ରଖିଛ
ଥିରିଥିରି ପାଦ ଥାପି
ଆଗରେ ଚାଲିବେ ଭାଇ ବଳଭଦ୍ର
ସୁଭଦ୍ରା ଥିବେ ଅଟକି
ତୁମେ ଆସିଲେ କୃଷ୍ଣଚୂଡା ହସେ
ମେଘ ମହ୍ଲାର ତୋଳେ
ଚଷାଭାଇ ଖାଦ୍ୟ ଯୋଗାଇବା ଆଶେ
ମାଟିରେ ନିଜକୁ ଢାଳେ
ତୁମେ ତିନି ଜଣ ରଥରେ ଚଢିଲେ
ବେଙ୍ଗୁଲି ପାରେନା ରହି
ତୁମନାମ ଗାଇଗାଇ ବିଜୁଳି ଡାକିଲେ
ଦିଏ ସେ ଶଙ୍ଖ ଵଜାଇ
ଋତୁଠାରୁ ମାସ, ବର୍ଷ, ପଶୁପକ୍ଷୀ
ଅପେକ୍ଷା ଶବ୍ଦକୁ ହଜାନ୍ତି
ଭକ୍ତଠାରୁ ବଡ଼ଦାଣ୍ଡ, ପାହାଚ ବାଇଶି
ତୁମ ବାଟ ଦେଖୁଥାନ୍ତି
ମେଘର ତାଳରେ ନିଜେ ଵାହାରୁଛ
ଭକ୍ତଙ୍କୁ ଵାରଣ କରି
ବିଜୁଳି ଆଲୋକେ ସଵୁ ଦେଖୁଥିବ
ଭକ୍ତଙ୍କୁ ଅପ୍ରାପ୍ୟକୁ ଦାନ କରି
କଳ୍ପନା ରାୟ
Your type is unique in comparison to Other individuals I’ve examine stuff from. Thanks for submitting when you have The chance, Guess I’ll just guide mark this Web page.