//ପାଲଟା ଜବାବ//
ସ୍ରୋତସ୍ବିନୀ ପରିଡା
*************************
ପାଲଟା ଜବାବ ଦେବାପାଇଁ
ମୋର ନା ଥିଲା ଇଚ୍ଛା ନା ସାହାସ!
କେବଳ ସେଇ ପରିସ୍ଥିତି
ଆଉ ଅସହ୍ୟ ଆଚରଣ
ମତେ କରେଦେଲା କ୍ଷୁବ୍ଧ
ଆଜି ବି ସେ ଅତୀତ କରେ କଣ୍ଠରୁଦ୍ଧ।
ଲୁହ ଢାଳି କେତେ ଧୋଇ ଦେଇଛି
ସେ ଦୋଷ ସବୁକୁ,
ତଥାପି କିଛି ଚିହ୍ନ ଲିଭୁନି।
ସତ ଚେଷ୍ଟା ପରେ ବି
ହୁଏ ବିଫଳ, ନିରୁପାୟ
କରିଦିଏ ମୋତେ ଅସହାୟ।
ତୁମେ ,କେବଳ ତୁମେ ହିଁ
ମୋତେ କରିଛ ବାଧ୍ୟ।
ଚୁପ୍ ରହି ରହି ଶେଷରେ
ବିସ୍ପୋରଣ ହେଲା ଦୁଃଖର ବାରୁଦ।
ଧ୍ବଂସ ଆମର ସମ୍ପର୍କ
ହେଲେ ଦୁନିଆଁ ଆଗରେ
ଆଜିବି ସାଇତା ସେଇ ଅହଂକାର
ମୁଁ କାଳେ ତୁମର!!
ସ୍ରୋତସ୍ବିନୀ ପରିଡା
829 total views, 3 views today