ଅନ୍ଧଗଳି ର ସୌଦାଗର
ମାନସ କୁମାର ସେନାପତି
ଏଠି ସବୁ ଅନ୍ଧ , ସବୁଠି ଅନ୍ଧାର
କି ରଜା କି ପ୍ରଜା, ଗ୍ରାମ କି ସହର
ପ୍ରତିଟି ସହର ର ପରିତ୍ୟକ୍ତ ନିକାଞ୍ଚନ
ଇଲାକା ରେ, ଶୁବେ ବଳାତ୍କାର ର ସ୍ୱର
ହୃଦୟ ଅବା ମନ ର ଫାଙ୍କା ସ୍ଥାନ ରେ
ଜନ୍ମନିଏ ନିଈତି ଶାବକ ରକ୍ତ ଲୋଭି ଅସୁର
ଖୋଜି ବୁଲେ ହରିଣୀ ର ମିଠା ମାଂସ
ଖୋଜେ ଅମାବାସ୍ୟା ର ବହଳ ଅନ୍ଧକାର
ତହିଁ ଚାଲେ ବେପାର କରି
ଅନ୍ଧ ଗଳିର ସୌଦାଗର ।
ମଣିଷ ଦେଖେନା ମଣିଷର ଲୁହ
ମଣିଷ ରକ୍ତରେ ଲୋଭ ଲାଗିଛି
ଲାଗେ ସତେ ଅବା ମଣିଷ ତାହାର
ମାନବତ୍ୱ ଜଙ୍ଗଲ ରେ ବିକି ଆସିଛି
ଡକାପାରି ଡାକେ ସଂସାର ହାଟରେ
ଆସରେ ମଣିଷ ଜଣେ
ମଣିଷ ରୂପରେ ଅସୁର ଆସନ୍ତି
ଦୁନିଆ ର କୋଣେ କୋଣେ ।
ମାନସ କୁମାର ସେନାପତି