ମୁଁ ସମୟ…
ମାନସ କୁମାର ସେନାପତି
……………………………..…
ମୁଁ ସମୟ
ନାଁ କେବେ ମୁଁ ଅଟକିଛି
ଅତୀତର କେଉଁ କିମ୍ବଦନ୍ତୀ ପୁରୁଷ ର
ଜୀବନ ଗାଥାର ପୃଷ୍ଠାଙ୍କ ରେ
ନାଁ କେବେ ଅଦୃଶ୍ୟ ଭବିଷ୍ୟତ ର
ସ୍ବପ୍ନ ର ଫେନିଳ ଉର୍ମି ରେ
ନାଁ କେ ଶଙ୍କିଛି ମତ୍ତ ଗଜ ର ଧପ -ଧପ ଚାଲିରେ
ନାଁ କେବେ ସ୍ଥିର ଅଛି ସମୁଦ୍ର ର ମଧ୍ୟାନ୍ତରେ
ହୁତୁ -ହୁତୁ ଜଳୁଥିବା ମଶାଲ ର ନିର୍ବାପିତ ହେବାରେ
ମୁଁ କେବେ ଡ଼ରିନି ବାହୁମେଲି ବେଢ଼ି ଆସୁଥିବା
କିଟିକିଟି ଅନ୍ଧାର ର ଆଲିଙ୍ଗନ କୁ
ଘଟକ ର ଟାପୁର ଟପ୍ ଟପ୍ ଶବ୍ଦ ରେ
ସମତାଳେ ମାଡିଚାଲେ , ଗଡିଚାଲେ
ଆଗତ ଭବିଷ୍ୟତ ର ଅଭିମୁଖେ
ମୁଁ ତୁମ ନିୟନ୍ତ୍ରଣ ରେ ନୁହଁ
ମୁଁ ତୁମଠାରେ ପରାଧୀନ ନୁହଁ
ତୁମେ ମୋ ଦେଇ ହୁଅ ନିଅନ୍ତ୍ରିତ
ମୁଁ ତୁମଠୁ ଅନ୍ତର ହେଲେ(ସମୟ )
ତୁମ ପାଇଁ ନିରବଶଯ୍ୟା ହୁଏ ଆଗତ
ମୋତେ ଛନ୍ଦି କରିବନ୍ଦୀ ରଖେନା ତ କେହି
ଖସିଯାଏ ମୁହିଁ ଶିଥିଳ କରି ମୁଠି
ଉର୍ଣ୍ଣ ନାଭି ର ସୂତୀକ୍ଷ୍ଣ ଅଳନ୍ଦୁ ଛିଣ୍ଡେଇ
ମୁଁ ସମୟ …ମୋତେ ପାରିନି କେହି ଅଟକାଇ ।
ମାନସ କୁମାର ସେନାପତି
274 total views, 1 views today