/ ବେପରୁଆ ମନ /
– ସ୍ରୋତସ୍ବିନୀ ପରିଡା
ଆଷାଢ଼ର ବର୍ଷା ସରିନି
ତଥାପି ପ୍ରଖର ତାତି
ଶୀତଳ ସ୍ପର୍ଶ
ଅତୀତ ସାଜିଛି
ଚାରିଆଡେ ଖାଲି
ଗ୍ରୀଷ୍ମ ଦାଉ।
ଅନ୍ତର ଆତ୍ମାକୁ
ଅଣସର ଘରେ
କବାଟ କିଳି
ଶୋଇଛି ମନ
ମୌସୁମି ଧରା ଦଉନି
ସେ ଏବେ ଆନମନା।
ଭୁଲି ସାରିଛି ଠିକଣା
ପଚାରିଲେ ଜବାବ ଦେଉନି
କ’ଣ ସତରେ ବଦଳି ଗଲା!
ବିଶ୍ବାସ କରୁନି ହୃଦୟ
ତଥାପି ଜବରଦସ୍ତି କରେ
ତାକୁ ତୋଳି ଧରିବାକୁ
ବୁଝାଇ ବୁଝାଇ ବେଦମ
ଧର୍ଯ୍ୟ ହରାଇ ଚୁପଚାପ୍
ଝାଳୁଆ ବାସ୍ନା ରେ
ଦରଦୀ ମନ ଅଣନିଃଶ୍ବାସୀ
ଲୁହ ନିଜରପଣ ଜାହିର କରୁଛି
ସେ ବେପରୁଆ ମନକୁ।
– ସ୍ରୋତସ୍ବିନୀ ପରିଡା