🙏ଇଂରାଜୀ ନୂତନ ବର୍ଷ🙏
ନୂତନ ବର୍ଷଟି ଅତି ପରିଚିତ
ଇଂରେଜ ଶାସନ କାଳୁ,
ଭାରତ ସ୍ୱାଧୀନ ପାଇଗଲା ପରେ
ତାହାକୁ ହିଁ ଆମେ ପାଳୁ l
ସାରା ପୃଥିବୀରେ ଅତି ହରଷରେ
ବାଳୁତ ଠୁଁ ବୃଦ୍ଧ ଯାଏଁ,
ଏହି ଦିନଟିରେ ନାନା ଉତ୍ସାହରେ
ପାଳିଥାନ୍ତି ଛାଏଁ ଛାଏଁ l
କେତେ ହସ ଖୁସି ନାଚ ଗୀତ ଚାଲେ
ଆତସବାଜିକୁ ନେଇ,
କେଲେଣ୍ଡର ଯାହା ପୁରୁଣା ରହିଲା
କାନ୍ଥରୁ ଓଲ୍ହାଇ ଦେଇ l
ନୂତନ ଉତ୍ସାହ ନବ ଉଦ୍ଦୀପନା
ଭରିଦେଇ ସବୁ ମନେ,
ଅଧୁରା କାମକୁ ପୁରା କରିବାକୁ
କହିଥାଏ ସବୁ କାନେ l
ଯାହାବି ହୋଇଲା ପୁରୁଣା ବର୍ଷରେ
ଲିପିବଦ୍ଧ ରହିଯିବ,
ଶେଷ ସମୟଟି ଥିଲା ଭୟଙ୍କର
ଏହିକଥା କହୁଥିବ l
ନୂତନ ବର୍ଷଟି ଆଶୀର୍ବାଦ ହେଉ
ସମସ୍ତେ ରହନ୍ତି ଚାହିଁ ,
ହସଖୁସି ସହ ଭାଇଚାରା ଭାବ
ସମଗ୍ର ବିଶ୍ୱର ପାଇଁ l
ନାରୀକୁ ସମ୍ମାନ ବିଦ୍ୟାର୍ଥୀଙ୍କୁ ଜ୍ଞାନ
ଗୁରୁଜନେ ସଦା ଭକ୍ତି,
ସ୍ନେହ ଶ୍ରଦ୍ଧା ଦେଇ ନେଲେ ଆପଣାଇ
ପାଇବ ଅନେକ ଶକ୍ତି l
ସୁଜଳା ସୁଫଳା ହେଉ ସେ ଧରଣୀ
ସ୍ୱାବଲମ୍ବୀ ସର୍ବ ଜନ,
ଦେଶ ମାତୃକାର ସେବା କରିବାରେ
ସଭିଏଁ ଦିଅନ୍ତୁ ମନ l
ପ୍ରଶାନ୍ତ କୁମାର ଶତପଥୀ
ଛତ୍ରପୁର
448 total views, 1 views today
Aku kurang sependapat dengan artikel anda. Aku mau anda dapat membenarkan tulisan yang telah anda unggah di website kami. Terima beri banyak untuk segala info yang anda berikan tetapi untuk kebaikan kita seluruh, anda dapat berikan sedikit tambahan kabar dimana aktivitas yang anda lakukan.