March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ସୂର୍ଯ୍ୟୋଦୟ ଏକପଦୀ ଅନ୍ତାକ୍ଷରୀ ମହାସଂଗ୍ରାମ- ୨୦୨୧ (୨)

ସୂର୍ଯ୍ୟୋଦୟ ଅନ୍ତାକ୍ଷରୀ ମହାସଂଗ୍ରାମ- ୨୦୨୧
(ତା- ୭ ମାର୍ଚ୍ଚ ୨୦୨୧ରିଖ)

*ବିଷୟ- ନିଷ୍ଫଳ ବୟସ*

*ଆଦ୍ୟଶ୍ୱର- ମନୋଜ କୁମାର ପଣ୍ଡା*

ରକ୍ତ ଜୁଡୁବୁଡୁ ନିଷ୍ଫଳ ବୟସ
ଦେହଗଛ ଉହଳରେ
ତୋଫା ଚେହେରାକୁ ଅଲୋଡ଼ା ଅଳିଆ
ମୋତେ ଅଟ୍ଟହାସ୍ୟ କରେ।।

୨–ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର
ଯାଜପୁର, ଓଡିଶା

ରଙ୍ଗମାଖିଦେଲେ ଲୁଚିଯାଏ କିବା
ନିଷ୍ଫଳ ବୟସ ଛାପ
ଜରା କାୟାକଳ୍ପ ବିସ୍ତାର କରିଲେ
ସୌନ୍ଦର୍ଯ୍ୟର ହୁଏ ଲୋପା!!

୩- ମନୋଜ କୁମାର ପଣ୍ଡା, ବାଲେଶ୍ଵର

ପତ୍ର କଅଁଲୁଚି ଦେହ ଗଛଟାରେ
ଚମ ଧୁଡୁ ଧୁଡୁ ମୋର
ପକ୍ଷିଣୀର ପରିତ୍ୟକ୍ତ ନିଡ଼ ସମ
ଏହି ଜୀବନଟା ମୋର।।

୪-ଜଗମୋହନ ପ୍ରଧାନ
ଯାଜପୁର

ରଙ୍ଗହୀନ ଏଇ ନିଷ୍ଫଳ ବୟସ
ପାପର ଜାଲରେ ଛନ୍ଦି
ସ୍ଵାର୍ଥ ଦୁନିଆରେ ହେଉଛି ଲଜ୍ଜିତ
କଳଙ୍କର ଟୀକା ପିନ୍ଧି ।।

୫- ମନୋଜ କୁମାର ପଣ୍ଡା, ବାଲେଶ୍ଵର

ଧମକ ଦେଲାଣି କାଳପେଚା ମୋତେ
ମୃତ୍ୟୁ ମୋର ସନ୍ନିକଟ
ପ୍ରସ୍ତୁତ ହେବାକୁ ସମୟତ ନାହିଁ
ଆସିଯିବେ ଯମ ଦୂତ।।

୬;-ଜନ୍ମଜୟ ନାୟକ
ଯାଜପୁର

ତାସ୍ ର ଘର ପରି ସପନ ଘର
ଭାଙ୍ଗିହୁଏ ଚୁନାଚୁନା,
କାଳଯମ ଡାକେ ହାତଠାରି
ଶୁଣେନି କରିଲେ ମନା।

୭-ସବିତା ବସ୍ତିଆ, ରାଉରକେଲା

ନର ଜୀବନେ ସୁ କରମକୁ କରି
ଜୀବନେ ହୁଅ ତତ୍ପର,
ହେ ମଣିଷ ଭାଇ ଆସ ହେ ଆଗେଇ
ଜୀବନ ସାର୍ଥକ କର।

୮-ବାଙ୍କାବିହାରୀ ମହାକୁର
ସୁବର୍ଣ୍ଣପୁର

ରକତ ମାଉସ ହୋଇଯାଏ ଶେଷ
ଅସ୍ଥି ହୋଇଯାଏ ଗଣି
ପରିବାର ହୀତେ ନିତି ସେ ବଖାଣେ
ନୂଆ ଆଶା ଦିଏ ବୁଣି I

9 — ସୁକାନ୍ତ କୁମାର ନାୟକ , ଗଂଜାମ

ନବୀନ ବାଳା ସେ ବୟସର ବେଳା
ନୂଆ ନୂଆ ବେଶ ଧରେ
ନିଷ୍ଫଳ ବୟସେ ତନୁମନ ତାର
ନିଜେ ଦେଖି ନିଜେ ମରେ |

10- ମନୋଜ କୁମାର ପଣ୍ଡା,ବାଲେଶ୍ଵର

ରାମ ନାମ କେହି ଶୁଣାଇ ଦିହରେ
କର୍ଣ୍ଣ ପଟହରେ ମୋର
ପ୍ରଭୁନାମ ଶୁଣି ସୁଖରେ ଗମିବି
ଦିବ୍ୟ ସରଗ ପୁର।।

11
ସୁକାନ୍ତ କୁମାର ନାୟକ , ଗଂଜାମ
————————————-
ରିମଝିମ ତାର ସପନ ଆସର
ବଦଳୁଛି ପ୍ରତିନିଶି
ଅନ୍ତିମ ମୁହୂର୍ତ୍ତ ପ୍ରାରଦ୍ଧ ଜୀବନ
ନିଷ୍ଫଳ ବୟସେ ଦିଶି |

12- ମନୋଜ କୁମାର ପଣ୍ଡା, ବାଲେଶ୍ଵର

ଶଇତାନ କରମ ମୋହର ଯିବେ
ସାଥି ହୋଇ ଯମପୁର
ନିଶ୍ଚୟ ଭୋଗିବି ନରକ ଯନ୍ତ୍ରଣା
ଏକଥାଟି ହେବ ସାର।।

13- ସୁକାନ୍ତ କୁମାର ନାୟକ ,ଗଂଜାମ
——————————————-
ରସହିନ ସେଇ ନିଷ୍ପଳ ବୟସେ
ଖୋଜୁଛି ଅତୀତ ତାର
ବିଜନ ବେଳାର ସୁନ୍ଦର ମୁହୂର୍ତ୍ତ
ଭାବି ହସେ ନିରନ୍ତର |

13-ଅର୍ଜୁନ ଦାସ , କଟକ

ରକତ ମାଉଁସ ଧାରି ଏ ଶରୀର
ଦିନେ ଛାଡି ଚାଲିଯିବ
ସବୁ ରଂଗ ଏଠି ଫିକା ପଡିଯିବ
ନିଷ୍ଫଳ ଜୀବନ ହେବ।।

14, ସୁକାନ୍ତ କୁମାର ନାୟକ , ଗଞ୍ଜାମ

ବୟସ ହୁଅଇ ସମୟ ଗଡ଼ିଲେ
ଅବିରତ ଦେଇ ଧ୍ୟାନ
ନିଷ୍ଫଳ ବୟସ ଲାଗେ ଅଟକିଛି
ଧୀରେ ଚାଲେ ତନୁମନ ।।

15- ଅର୍ଜୁନ ଦାସ , କଟକ

ନାହିଁ ଅବଶୋଷ ନିଷ୍ଫଳ ବୟସ
ତରି ଗଲେ ତରି ଯିବ
କିମ୍ପା ଆଉ ଲୋଭ ଆଉ ଏ ଜୀବନେ
ଚାଲି ଗଲେ ଚାଲି ଯିବ ।।

16- ସନାତନ ଦାସ, ଜଗତସିହପୁର

ବୟସ ହୋଇଲା ନିଷ୍ଫଳ ସଂସାରେ
ସବୁ ଲାଗେ ଅନ୍ଧକାର,
ଅଲୋଡା ହୋଇଳ ସବୁରି ପରସ
ଦୁଃଖେ କରୁଛି ଚିତ୍କାର..!!

17- ବାଙ୍କାବିହାରୀ ମହାକୁର,ସୁବର୍ଣ୍ଣପୁର

ରଖିବାକୁ ଆଉ ନାହିଁ ମୋର ଲୋଭ
ଗଲେ ଯାଉ ସିଏ ଚାଲି
ଯାହା ମୁଁ ପାଇଛି ସେଥିରେ ସନ୍ତୁଷ୍ଟ
ସବୁପରା ଏଠି ଧୂଳି ।

18- ସରସ୍ବତୀ ନାୟକ, ପୁରୀ

ଲମ୍ବିଅଛି ପଥ ଜୀବନ ଯାତ୍ରାର
ଅପେକ୍ଷାରେ ମୃତ୍ୟୁ ପରା
ନିଷ୍ଫଳ ବୟସ ବଡ଼ିମା ଆମର
କାଳ ଗ୍ରାସିବ ପସରା ।।

19-ଜଗମୋହନ ପ୍ରଧାନ, ଯାଜପୁର

ରୁଧିର ପରିଣତ ହୁଏ ଅଶ୍ରୁରେ
ନିତି ବହେ ବେଦନାରେ
ଦଗ୍ଧ ହେଉଛି ସ୍ୱପ୍ନ ସବୁ ଅଗ୍ନିରେ
ଏ ନିଷ୍ଫଳ ବୟସରେ।।

20- ବାଙ୍କାବିହାରୀ ମହାକୁର
ସୁବର୍ଣ୍ଣପୁର

ରକତକୁ ପାଣି ଫୋଟାଇ କଷନେ
ସଂସାରକୁ ଥିଲି ଗଢି
ମୋ ସଂସାର ଆଜି ହସିଲା ବେଳକୁ
ଯିବି ମୁଁହି ହାତ ଛାଡି ।

21- ଦୀପଶିଖା ପ୍ରଧାନ , କଟକ

ଡାଳୁ ପତ୍ର ଝଡ଼େ ବୟସ ସରିଲେ
ଗଛଟିଏ ଯାଏ ମରି,
ବୟସ ର ଏଇ ଖେଳ ସରିଗଲେ
ଦୁନିଆ ଦେବ ପାସୋରି |

22- ସରସ୍ବତୀ ନାୟକ, ପୁରୀ

ରଜନୀ ପାହିବ ଜୀବାୟୂଷ ଅନ୍ତ
ହୋଇବ ସଜନୀ ଦିନେ
ବୟସ ତୋ କ’ଣ କାଳ କରାଳରୁ
ମୁକୁଳିବ ତନୁମନେ।।

23- ଅର୍ଜୁନ ଦାସ କଟକ
ନିଷ୍ଫଳ ଲାଗେ ଏ ଜିବନ ର ପଥ
ବିଷ ତୁଲ୍ଯ ଲାଗେ ଧନ
ସବୁ କିଛି ଏଠି ତୁଛ ଲାଗେ ପରା
ସଠିକ୍ ନଥିଲେ ମନ ।।

24- ଦୀପଶିଖା ପ୍ରଧାନ , କଟକ

ନୂତନ ଆଲୋକ ପାଇଗଲା ପରେ
ଅନ୍ଧାର ଟା କିଏ ଦେଖେ,
ବୟସର ମୂଲ୍ୟ ଯିଏ ବୁଝେ ଥରେ
ହସେ ଥିଲେ ଯେତେ ଦୁଃଖେ |

25- ମନୋଜ କୁମାର ପଣ୍ଡା, ବାଲେଶ୍ଵର

ଖେଦ ସହିବାକୁ ନାହିଁ ମୋ ଶକତି
ଯାହା ଭାଗ୍ୟେ ଲେଖାଅଛି
ମଉଳା ଡାଳରୁ ପ୍ରାଣ ପକ୍ଷୀଟି
ଉଡିବ ନିଶ୍ଚେ ଜାଣିଛି।।

26- ସରସ୍ବତୀ ନାୟକ,ପୁରୀ
ଛାରପୋକ ସମ ଜଗତଟି ପରା
ଅବୁଝା ମୂଢ ମାନବ
ଅନିତ୍ୟ ସଂସାରେ କରଇ ଧାବନ
ବାହିବାକୁ ଆୟୁ ନାଵ ।।

27-ଦୀପଶିଖା ପ୍ରଧାନ , କଟକ

ବୟସ ଟା କେବେ ନିଷ୍ଫଳ ହୁଏନା
ମନ ସିନା ଯାଏ ମରି,
ମନ ଗଲେ ମରି ଦେହ ବୁଢ଼ା ହୁଏ
ବୟସ ବି ଯାଏ ସରି |

28-ସରସ୍ବତୀ ନାୟକ,ପୁରୀ

ରମଣୀୟ ରୂପ ପଡ଼ିଯିବ ଫିକା
ବୟସ ହେଲେ ଅତୀତ
ଦେହ ଟଳମଳ ହେବ ଭୂମିପରେ
ବାହୁଡ଼ି କାଳ ସଙ୍ଗତ।।

29- *ସୁକାନ୍ତ କୁମାର ନାୟକ, ଗଞ୍ଜାମ
——————————————–
ତର ନାହିଁ ତାକୁ ନିଜେ ଦେଖିବାକୁ
ପ୍ରତିବିମ୍ବ ଆପଣାର
ଡର ଲାଗେ କାଳେ ଅଚିହ୍ନା ଲାଗିବ
ନିଷ୍ପଳ ବୟସ ତାର ||
——————————————–

30- ଜନ୍ମଞ୍ଜୟ ନାୟକ, ଯାଜପୁର

ରହିଯିବ ଦିନେ ନିଃଶ୍ୱାସ ଅଟକି
ସବୁ କିଛିଯିବ ସରି,
ଆପଣାର ଲୋକେ କୋକେଇ ବାନ୍ଧିବେ
କରିବେନି ତିଳେ ଡେରି

31- ସରସ୍ୱତୀ ନାୟକ,ପୁରୀ

ରକତ ଗରମ ଯଉବନ ବେଳେ
ଦେଖାଇ କେତେ ନାଟକ
ଆଜି ପରିଣତି ବୟସେ କୁଆଡେ
ହଜିଛି ମଣିଷ ଟେକ।।

32- ଦୀପଶିଖା ପ୍ରଧାନ, କଟକ

କରିଲେ ବି ଯେତେ ଶକ୍ତ ହାତ ମୁଠା
ଖସୁଛି ହାତରୁ ଧିରେ,
ତରତର ହୋଇ ବୟସ ଯାଉଛି
କିଏ ତାକୁ ରଖିପାରେ ?

33- ସୁକାନ୍ତ କୁମାର ନାୟକ, ଗଞ୍ଜାମ

ରହେନା କେବେ ସେ ମୁହୂର୍ତ୍ତକ ପାଇଁ
ଚାଲିଥାଏ ଡେଇଁ ଡେଇଁ
ଭାବେ ସେ ନିଜକୁ ନିଷ୍ଫଳ ବୟସେ
ଅଟକିଛି କାହିଁ ପାଇଁ ||

34-ସରସ୍ବତୀ ନାୟକ, ପୁରୀ

ଇତିବୃତ୍ତି ହେଲେ କାଳ ନେବ ଟାଣି
କରମଟି ଜାଣି ଆମ
ବୟସ ବାଧକ ସାଜିବ ନାହିଁରେ
କର୍ମ ସାର ହେବ ଧର୍ମ।।

35-ଦୀପଶିଖା ପ୍ରଧାନ, କଟକ

ମରଣ ଟା ଯେତେ ପାଖକୁ ଆସୁଛି
ହୃଦୟ ଦିଏ ବିଦାରି,
ସମୟ ସରୁଛି ବୟସ ବଢ଼ୁଛି
ଦିନ ଯାଏ ସରି ସରି |
36- ଜନ୍ମଞ୍ଜୟ ନାୟକ,ଯାଜପୁର

ରହିଯାଏ ଖାଲି କର୍ମ ସବୁ ତୋର
ଜନମାନସ ପଟ୍ଟରେ
ବୟସ ଅଲୋଡା ହେଲେ ବାବୁଧନ
ଯିବୁ ଅଫେରା ବାଟରେ।।
37- ମନୋଜ କୁମାର ପଣ୍ଡା

ରହି ରହି ରଟେ କାଳପେଚା ଏଠି
ଦେହ ଛପର ଉପରେ
ବେଳ ରତ ରତ ହେଲା ଚାଲ ଏବେ
ବସି ମହିଷ ଉପରେ।।

38-ସୁକାନ୍ତ କୁମାର ନାୟକ, ଗଞ୍ଜାମ

ରାସ ଲୀଳା ଆଉ କର ନାହିଁ ଜମା
ନିଜେ ଦିନେ ଯିବ ସରି
ନିଷ୍ଫଳ ବୟସେ ଶୁଣି ଖୁସୀ ଲାଗେ
ଆପଣାକୁ ପର କରି ||

39-
ବାଙ୍କାବିହାରୀ ମହାକୁର
ସୁବର୍ଣ୍ଣପୁର

ନ ରହିବେ କେହି ଏ ମର୍ତ୍ତ୍ୟଧାମରେ
ଜନମିଛି ଯାଏ ଥରେ
ସବୁ ମିଛ ଏଠି ସତ୍ୟ ଏକା ମୃତ୍ୟୁ
ଆସିବା ଯିବା ଏକାରେ ।

40-ସରସ୍ବତୀ ନାୟକ,ପୁରୀ

ରଖି ଧର୍ମ ଭାବ ମନମର୍ମରରେ
କରିଲେ ଜନ ଆପଣା
ନିଷ୍ଫଳ ବୟସ ସଫଳ ହୋଇବ
ଜଗତରେ ହେବ ଜଣା

🍄🍄🍄🍄 *(ସମାପ୍ତ)*🍄🍄🍄🍄🍄

Loading

Leave a Reply

Your email address will not be published. Required fields are marked *