ସତୀର୍ଥ
ସାହିତ୍ୟିକ ବନ୍ଧୁଗଣ
ସମସ୍ତଙ୍କୁ ଆମର ସାରସ୍ୱତ ଶବ୍ଦ ପ୍ରଣାମ ସହିତ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
ସୂର୍ଯ୍ୟୋଦୟ ପରିବାର ଯାହା ସମଗ୍ର ବିଶ୍ୱରେ ନିଜର ନବ ନବ ଶତ ଉନ୍ମେଷ ଶାଳିନୀ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କିଛି ନୂଆ ଶିଖି ସମସ୍ତଙ୍କୁ ଶିଖାଇବା ର ଅଭିଳାଷ ନେଇ ପରିବାର ପକ୍ଷରୁ ୨୦୧୯ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା ଏକପଦୀ ଅନ୍ତାକ୍ଷରୀ ମହାସଂଗ୍ରାମ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ସମସ୍ତଙ୍କୁ ସୃଜନ ମନସ୍କ କରାଇ ତୁରନ୍ତ କିପରି ଲେଖିପାରିବେ ଶିଖାଇବା ତାହା ଅନେକ ଆସୁ କବି ସୃଷ୍ଟି କରିବା ରେ ବେସ ସହାୟକ ହୋଇଥିଲା।
ଏହିପରି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ନାରୀ କବୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ପରିବାର ର ପ୍ରତିଷ୍ଠାତା ତଥା ସମ୍ପାଦକ ମନୋଜ କୁମାର ପଣ୍ଡା ଙ୍କ ନେତୃତ୍ୱରେ ଏଥିରେ
ଅନେକ କବୟିତ୍ରୀ ଭାଗ ନେଇ ନିଜ ନିଜର କାବ୍ୟିକ ପରିଚୟ ସୃଷ୍ଟି କରିଥିଲେ ।
ଚାଲନ୍ତୁ ପଢିବା ଅନ୍ତାକ୍ଷରୀ ରେ ଆସିଥିବା ଏକପଦୀ କବିତା ଗୁଡିକୁ।
(ତା- ୦୫ ମାର୍ଚ୍ଚ ୨୦୨୧ରିଖ)
*ବିଷୟ- ବସନ୍ତର ଆଗମନେ*
*ଆଦ୍ୟଶ୍ୱର- ମନୋଜ କୁମାର ପଣ୍ଡା*
ଅଚିରେ ପ୍ରବେଶିଲା ଦେଖ ବସନ୍ତ
ବୃକ୍ଷ ହେଲେ ପୁଷ୍ପପୂର୍ଣ
ସରାଗେ ସରବେ ସ୍ୱାଗତ କରନ୍ତି
ଧୂପ ଦୀପାଳି ଜାଲିଣ ।।
୨-ନିବେଦିତା ମହାପାତ୍ର, ପୁରୀ
ନବ ପଲ୍ଲବ ପ୍ରସ୍ଫୁଟିତ ବୃକ୍ଷରେ
ଦିଶଇ ଭାରି ସୁନ୍ଦର
ଆମ୍ରକୁଞ୍ଜେ ଶୁଣି କୋକିଳର ସ୍ବର
ଲାଗେ ଆନନ୍ଦ ଅପାର।
3-ପ୍ରେମଲତା ସାହୁ,ଆଠଗଡ
ଋତୁରାଜ ବସନ୍ତ ଆସିଲାଣି ଦେଖ
ମୃଦୁ ମଳୟ ର ତାଳେ,
ସତେ କି ପ୍ରକୃତି ଜନ ମାନସ ରେ
ପ୍ରୀତି ପୁଷ୍ପ କେତେ ଢାଳେ।।
4- ଗୀତା ଦାସ, ଜଗତସିଂହପୁର
ଲକ୍ଷ ଲକ୍ଷ ଜୀବ ହୁଅନ୍ତି ଅଚେତ
ଅଂଶୁଘାତେ ଦୁର୍ବିସହ,
ତହିଁର କାରଣ ମୁଢ ନର ଛାର
ପରିବେଶ କରେ ଦାହ ।
5- ଶ୍ଵେତାଲିନ୍ ବେହେରା, କନ୍ଧମାଳ
ହସି ଉଠୁଅଛି ଗଛ,ଲତା ସବୁ
ବସନ୍ତ ଆଗମନରେ,
ଗତ ବର୍ଷ ପରି ଆସିଛି ଏଥର
ଏହି ଧରାଧାମକୁ ରେ ।
6- ଶକୁନ୍ତଳା ପରିଡ଼ା,
ଜଗତସିଂହପୁର
ରଙ୍ଗ ବେରଙ୍ଗର ନାଲି, ନେଳି ଶାଢ଼ୀ
ଦେଖ ଆକାଶ ପିନ୍ଧିଛି
ବସନ୍ତ ଆଗମନେ ଏଠି ଫୁଲେଇ
କୋଇଲି ଗୀତ ଗାଉଛି।।
7- ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ , ଅନୁଗୁଳ
ଛାଇ ଆଲୁଅ ର ଖେଳ ଖେଳିବାକୁ
ବସନ୍ତ ଆସି ଯାଇଛି
ପତ୍ର ଝଡା ଦେଇ ମୃଦୁ ମଳୟ ରେ
ସଭିଙ୍କ ମନ ମୋହୁଛି..।
8- ଶକୁନ୍ତଳା ପରିଡ଼ା, ଜଗତସିଂହପୁର
ଛମ ଛମ ହୋଇ ମୟୂର ନାଚୁଛି
କୋଇଲିର ମିଠା ସୁରେ
ବସନ୍ତ ଆସନ୍ତେ ମଳୟ ସମୀର
ବହଇ ପୁଣି ସଧୀରେ।।
9- ବିଜୟଲକ୍ଷ୍ମୀ ପତ୍ରୀ, କଟକ
ରୂପେଲି ରଙ୍ଗ ରେ ସଜେଇ ହେଇଛି
ଆଜି ଏ ଧରଣୀ ରାଣୀ
ବସନ୍ତ ପବନ ମନ ଶିହରୁଛି
ମନ ନେଇଯାଏ କିଣି।।
10- ବନଲତା ଜାଲି ,ପୁରୀ
ନାହିଁ ବୋଲି ଶୀତ,ବର୍ଷା,ଖରାତାତି
ଲୋକଙ୍କ ମନ ପବିତ୍ର
ମଧୁ ପରବକୁ ଆନନ୍ଦ ଉଲ୍ଲାସେ
ପାଳନ୍ତି ହୋଇ ଏକତ୍ର ।।
11- ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ
ଅନୁଗୋଳ
ତମେ ଆସ କହି ଶୀତ ଚାଲିଗଲା
ବସନ୍ତ କୁ ଦେଖି ଦେଇ
ଆମ୍ବ ବଉଳ ବି ଫୁଲେଇ ହେଲାଣି
ଭୂଇଁ ରେ ଝରିବା ପାଇଁ..।।
12- ବନଲତା ଜାଲି ,ପୁରୀ
ଈଶ୍ବରଙ୍କ ସୃଷ୍ଟି ଅପାର କରୁଣା
ଜଗତ କଲ୍ୟାଣ ପାଇଁ
ସଭିଙ୍କୁ ସମାନ ଭାବେ ବାଣ୍ଟି ସୁଖ
ଋତୁରାଜ ହସୁଥାଇ ।।
13- ସୁସ୍ମିତା ଶତପଥୀ, ଭୁବନେଶ୍ୱର
ଇଛା ହୁଏ ଭାରି ମଳୟର ସାଥେ
ଖେଳିବି ବହୁ ବାଗୁଡି
ମଳୟ ପବନ ଦାଉ ସାଧେ ସିନା
କାନି ମୋର ଯାଏ ଉଡି।
14- ବନଲତା ଜାଲି ,ପୁରୀ
ଡାଳରେ ହସୁଛି ନବ ପଲ୍ଲବିତ
ପତ୍ରରେ ଭରା କୁସୁମ
ମଳୟ ପବନେ ବାସୁଛି ସୁରଭି
ପୁଲକିତ ତନୁମମ ।।
15- ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଜଗତସିଂହପୁର
ମଧୁ ମକ୍ଷିକାର ଗୁଣୁ ଗୁଣୁ ତାନେ
ବଢେ ବସନ୍ତ ର ଶୋଭା
କୋକିଳ ତା କୁହୁ ଗୀତ ଗାଉ ଗାଉ
ସାଜେ ସତେ ମନଲୋଭା।।
16- ବନଲତା ଜାଲି ,ପୁରୀ
ଭାସୁଛି ବାଦଲଆକାଶ ଛାତିରେ
ବରଷୁନି ହୋଇ ପ୍ରୀତ
ନାହିଁ ନିଦାଘର ଅସହିଷ୍ଣୁ ତାତି
ଲେଉଟି ଯାଇଛି ଶୀତ ।।
17, ମନୋଜ କୁମାର ପଣ୍ଡା, ବାଲେଶ୍ଵର
ତମେ ଆସିବାକୁ କଥା ଦେଇଥିଲ
ଏଇସନ ବସନ୍ତରେ
କିମ୍ପାଇଁ ନଆସ କରୁଛ ବିଳମ୍ବ
ପ୍ରାଣଝୁରେ ଏକାନ୍ତରେ।।
18- ଇନ୍ଦୁପ୍ରଭା ବିଶ୍ୱାଳ,ଜଗତସିଂହପୁର
ରାଧାକୃଷ୍ଣ ଯିବେ ନଗ୍ର ବୁଲିବାକୁ
ବିମାନ ସଜ ହେଲାଣି
ଆମ୍ବ ପେନ୍ଥା ପେନ୍ଥା ପତ୍ରର ଗହଳୁ
ଦେଖପୁଣି ନଇଁଲେଣି।।
19- ବନଲତା ଜାଲି ,ପୁରୀ
ନାହିଁ ନିଦାଘର ଅସହିଷ୍ଣୁ ତାତି
ଲେଉଟି ଯାଇଛି ଶୀତ
ବାଦଲ ଭାସୁଛି ଆକାଶ ଛାତିରେ
ବରଷୁନି ହୋଇ ପ୍ରୀତ ।।
20 – ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଜଗତସିଂହପୁର
ତିଳ ମାଧୁରୀରେ ହସଇ ଧରଣୀ
ଆଗମନେ ବସନ୍ତର
ଅପରୂପ ଶୋଭା ସତେ ମନଲୋଭା
ଗଢେ ପ୍ରୀତିର ସାଗର…
21- ଗୀତା ଦାସ, ଜଗତସିଂହପୁର
ରହି ନାହିଁସେଇ ଶୋଭାର ଭଣ୍ଡାର
ନାହିଁ ସେ କୋକିଳ ତାନ,
ଗ୍ରୀଷମ ଉତ୍ତାପ କରେ ହନ୍ତସନ୍ତ
ଜଳାଇ ଖାଲି ପରାଣ ।।
22- ସଂଯୁକ୍ତା ସାହୁ, ଜଗତସିଂହପୁର
ନବ ବଧୁ ପରି ତୁ ଆସୁ ଫଗୁଣ
ବସନ୍ତ ର ରୂପ ଧରି
ତୋ ପରଶରେ ସାରା ଜଗତରେ
ବାୟୁ ବହେ ଶିରି ଶିରି।
23- ବିଜୟଲକ୍ଷ୍ମୀ ପତ୍ରୀ, କଟକ
ରଙ୍ଗ ବେରଙ୍ଗର ଫୁଲରେ ସାଜିଛି
ସାରା ମଧୁବନ ଆଜି
ନବକିଶଳୟ ବଧୁ ପାଲଟିଛି
ମନରେ ଉନ୍ମାଦ ତେଜି।।
24-ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଜଗତସିଂହପୁର
ଜନ ମନ ଭରେ ନବ ଉନ୍ମାଦନା
ଅପରୂପ ଶୋଭା ବର୍ଷେ
ସ୍ୱପ୍ନିଳ ଜଗତ ପାଲଟଇ ସତ
ବସନ୍ତ ର ପାଦସ୍ପର୍ଶେ।।
25-ପ୍ରେମଲତା ସାହୁ,ଆଠଗଡ
ସମୀର ବହଇ ମନ୍ଦ ଗତି ରେ
ତନୁ ମନ ଯେ ଶୀତଳ,
ଗଛ ଲତା ସବୁ ଖୁସି ରେ ଆନନ୍ଦ
ଆମ୍ବ ତୋଟା ର ବଉଳ।।
26- ଗୀତା ଦାସ, ଜଗତସିଂହପୁର
ଲତା ପାଦପରେ ଭରି କିଶଳୟ
ଶୋଭନୀୟ କାନ୍ତି ସରି,
ତା’ସାଥେ ସୁମନ,ଫଳ ଭରିଯାଏ
ସେ ଶୋଭା ବର୍ଣ୍ଣି କେ ପାରି ?
27- ସଂଯୁକ୍ତା ସାହୁ, ଜଗତସିଂହପୁର
ରହିଯାଆ ତୁ ବସନ୍ତ ଏ ଧରାରେ
ଯାଆନା ତୁ ଆଉ ଫେରି
ତୋ ପାଇଁ କୋଇଲି ବ୍ୟାକୁଳ
କିଏ ହେବ ତୋର ସରି ।
28- ବନଲତା ଜାଲି ,ପୁରୀ
ରାଜ ଧର୍ମ ଅଟେ ପ୍ରଜାଙ୍କ ହୀତକୁ
ଧ୍ଯାନଦେବା ସବୁବେଳେ
ବସନ୍ତ ଋତୁର ରାଜୁତି କାଳରେ
ସର୍ବତ୍ର ଖୁସି ଉଛୁଳେ ।।
29- ମନୋଜ କୁମାର ପଣ୍ଡା, ବାଲେଶ୍ଵର
ଲଭିଲେ ଆନନ୍ଦ ପାଦପ ସକଳ
ବସନ୍ତ ଆଗମନରେ
ସଜେଇ ହୁଅନ୍ତି ଆମ୍ବଗଛ ମନେ
ସୁନ୍ଦର ଆମ୍ର ମୁକୁରେ।।
30- ଶେଷ ଶବ୍ଦାର୍ଘ୍ୟ-
ଜ୍ୟୋତିର୍ମୟୀ ଓଝା, କେନ୍ଦୁଝର
ଋତୁ ରାଜ ଏଇ ବସନ୍ତ ଆଗମେ
ମଳୟ ପବନ ବହେ
ସବୁଜ ପଣତ ଢାଙ୍କି ହୋଇ ଧରା
ମନକୁ ସଭିଙ୍କ ମୋହେ ।
🍄🍄🍄 *(ସମାପ୍ତ)* 🍄🍄🍄
ଏହି ମହାସଂଗ୍ରାମ ରେ ଜଗତସିଂହପୁର ଜିଲ୍ଲାର ନାରୀକବି ମାନେ ଅଧିକ ସଂଖ୍ୟକ ଏକପଦୀ ଯୋଡ଼ି ବାଜିମାତ କରିଛନ୍ତି ସେଥିପାଇଁ ପରିବାର ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଡିଜିଟାଲ ମାନପତ୍ର (Certificate of Merit) ରେ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଏହି କାର୍ଯ୍ୟକ୍ରମ ରେ ଯଦି ଆପଣ ମାନେ ସାମିଲ ହେବା ପାଇଁ ଇଚ୍ଛୁକ ତେବେ ଆପଣଙ୍କୁ ପ୍ରଥମେ ଆମ whatsaap ଗ୍ରୁପରେ ଯୋଡିବା ପାଇଁ ପଡିବ।
ଆମ ସହିତ ଯୋଡି ହେବା ପାଇଁ whatsaap ରେ ମେସେଜ କରନ୍ତୁ
Whatsaap – 9340045335
ଅଧିକ ଜାଣିବା ପାଇଁ ଯୋଗାଯୋଗ କରନ୍ତୁ
ଯୋଗାଯୋଗ- 7438034486
884 total views, 1 views today
Thanks for the marvelous posting! I significantly enjoyed looking through it, you may be an incredible writer. I will make sure you bookmark your site and absolutely will come back at some point. I choose to inspire that you choose to continue your good get the job done, Use a pleasant holiday getaway weekend!
ବହୁତ ଭଲ ଲାଗିଲା ଆଜିର ଏକପଦୀ ଅନ୍ତକ୍ଷରୀ ମହାସଂଗ୍ରାମଟି । ଅନେକ କିଛି ଲେଖିବାର ଏବଂ ଅନେକ କିଛି ଶିଖିବାର ସୁଯୋଗ ପାଇଥିବାରୁ ଖୁସିଲାଗିଲା।ଆଉ ଶେଷରେ ଜଗିସଂହପୁର ଜିଲ୍ଲାକୁ ଜିତେଇବାରେ ମୁଁ ଗୋଟିଏ ଅଂଶ ପାଲଟିଥିବାରୁ ମୁଁ ଆଜି ଗର୍ବିତ। ଅନେକ ଅନେକ ଧନ୍ୟବାଦ ସହ
ମୁଁ
ଶକୁନ୍ତଳା ପରିଡା
ଜଗତସିଂହପୁର, ଓଡିଶା