// ସଙ୍ଗିନୀ //
– ସ୍ରୋତସ୍ବିନୀ ପରିଡା
ଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽଽ
ତୁମେ ମନ କାଗଜରେ
ଅବୁଝା ଗପଟିଏ
ଗାଁ ପୋଖରୀର
ଚଗଲା କଇଁଟିଏ
ଫୁଲ ବଣରେ ଉଡିବୁଲୁଥିବା
ପ୍ରଜାପତି ଟିଏ
ମେଘ ଆକାଶର
ଭସା ବାଦଲ ଟିଏ
ବେଳାଭୂମିକୁ ଧକ୍କା ଦେଉଥିବା
ଉର୍ମୀତୁମେ,
ତଥାପି ଏ ବେଳାଭୂମି
ତୁମ ପ୍ରତୀକ୍ଷାରେ
ତୁମ ପ୍ରେମ ର ଢେଉକୁ
ନିରନ୍ତର ଚାହିଁ ରହେ
କାହିଁକିନା ସେ ତୁମକୁ
ବହୁତ ଭଲପାଏ।
ତୁମେ ସୂର୍ଯ୍ୟ ଠାରୁ ପ୍ରଖର
ଜହ୍ନଠାରୁ ଶୀତଳ
ଢେଉ ଠାରୁ ଚଞ୍ଚଳ
ତୁମ ସ୍ନେହ ଅନାବିଳ।
ତୁମେ ପୁଷ୍ପ ପରି କୋମଳ
ରେଖା ପରି ସରଳ
କେଶ ପରି ଗହଳ
ଆକର୍ଷଣ କର ପ୍ରବଳ।
ସ୍ରୋତସ୍ବିନୀ ପରିଡା